Odiapua.com

ମାଲ୍ୟବନ୍ତ ମହୋତ୍ସବ, ଆସାମ ବିହୁ, ଗୁଜୁରାଟର ସିଦ୍ଧିଧମାଲ ନୃତ୍ୟ ଦର୍ଶକଙ୍କ ମନ ମୋହିଲା

ମାଲକାନଗିରି, ୧୩ା୧(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ଲୋକ ଉତ୍ସବ ମାଲ୍ୟବନ୍ତ ମହୋତ୍ସବର ମଣ୍ଡପରେ ଆସାମ ଗୌହାଟିର ବିହୁ, ଓଡିଶୀ, କଲିକତାର ଉପାସନା ନୃତ୍ୟ ଦର୍ଶକମାନଙ୍କ ମନମୋହିଛ। ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ମାଲ୍ୟବନ୍ତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ମାଲକାନଗିରି ଜିଲ୍ଲା ଜଜ ମାନସ କୁମାର ମିଶ୍ର, କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ, ନବରଙ୍ଗପୁର ଜିଲ୍ଲାପାଳ ଡ.ଅଜିତ କୁମାର ମିଶ୍ର, ଛତିଶଗଡ ରାଜ୍ୟ ସୁକୁମା ଜିଲ୍ଲାପାଳ ଜୟପ୍ରକାଶ ମୌର୍ଯ୍ୟ, ଯୋଗଦେଇ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର କଳା, ସଂସ୍କୃତି, ପରମ୍ପରା ଅନ୍ୟନ, ଜିଲ୍ଲାର ଅଧିବାସୀ ଶାନ୍ତ ଓ ଶରଳ ବୋଲି କହିଥିଲେ। ଏହି ଅବସରରେ ଜିଲ୍ଲାପ୍ରଶାସନ ପକ୍ଷରୁ ଅତିଥି ମାନଙ୍କୁ ସମ୍ମାନିତ କରାଯାଇଥିଲା। ଜିଲ୍ଲା ସାଂସ୍କୃତିକ ଅଧିକାରୀ ତଥା ଜିଲ୍ଲାସୂଚନା ଲୋକ ସଂପର୍କ ଅଧିକାରୀ ଗୁଣନିଧି ନାୟକ ସଭା ପରିଚାଳନା କରିଥିଲେ।

ଆସାମର ବିହୁ, କଲିକତାର ଉପାସନା ଓ ଭୁବନେଶ୍ୱର ପୁଷ୍ପିତା ମିଶ୍ରଙ୍କ ଓଡିଶୀ ନୃତ୍ୟ ଦର୍ଶକ ମାନଙ୍କ ମନ ମୋହିଥିଲା ଏହା ବ୍ୟତୀତ ଗୁଜୁରାଟର ସିଦ୍ଧି ଧମାଲ, ପଶ୍ଚିମବଙ୍ଗ ପୁରୁଲିଆର ଛଉନୃତ୍ୟ, କଲିକତାର ନୁପୂର, ଗଜପତିର ଲୋକନୃତ୍ୟ, ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମର କୁଚୁପୁଡି ନୃତ୍ୟ, ମାଲକାନଗିରି ଅଲ ଓଡିଶା ମାର୍ଶଲ ଆର୍ଟ ଏକାଡେମୀର ମାର୍ଶଲ ଆର୍ଟ କୌଶଳ, ବାଲିମେଳା ଓଡ଼ିଶୀ, ନବରଙ୍ଗପୁରର ଦଶଅବତାର, କୋରୁପଟର ଢେମସା, ନବରଙ୍ଗପୁରର ସାଇଲୁଡି, ମାଲକାନଗିରିର ପାଣ୍ଡୁ ଡ୍ୟାନ୍ସ ଗୃପ, ଗଞ୍ଜାମର ଯୋଡିଶଙ୍ଖ ଓ ରଣପା, ମହାରାଷ୍ଟ୍ରର ଲାବଣୀ, ଗଞ୍ଜାମର ଘୁଡିକିନୃତ୍ୟ, ବରଗଡର ଦୁଲଦୁଲି, ବଲାଙ୍ଗିର ଏକତାରା ନୃତ୍ୟ, ମାଲକାନଗିରିର କୋୟା, ବଣ୍ଡା, ଦିଦାୟୀ ନୃତ୍ୟ ଚିତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ।

ଓରମାସ ପକ୍ଷରୁ ଏସଏଜି ଗୃପ, ସହିତ ଜିଲ୍ଲା ଓ ଜିଲ୍ଲାବାହରରୁ ଅନେକ ଷ୍ଟଲ ଖୋଲା ଯାଇଥିଲା ଶୀତ ସନ୍ଧ୍ୟାରେ ଠୁଙ୍କାପୁରୀ, ଦହିବରା ଆଳୁଦମ, ଚାଟ, ଆଇସି କ୍ରିମ, ପୁରିର ମାଲପୁଆ, ଗଜା, ଛତିଶଗଡର ବରିଫ ମିଠା, ଖାଇବା ସହିତ ଅନେକ ଘରକରଣା ଜନିଷ କିଣି ଦର୍ଶକମାନେ ମଜା ଉଠାଇଥିଲେ। ଉତ୍ସବ ମଇଦାନରେ ବିଭିନ୍ନ ବିଭାଗର ଉନ୍ନୟନମୂଳକ ଷ୍ଟଲ ସହିତ, ଦୋକାନ ବଜାର, ମିନାବଜାର ସାଙ୍ଗକୁ ଭେଳିକି ଭିଳି ରଙ୍ଗବେରଙ୍ଗର ତୋରଣ ବେଶ ଚିତିକର୍ଷକ ହୋଇଛି, ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପଲ୍ଲୀଶ୍ରୀ ମେଳା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ।ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ମାଲ୍ୟବନ୍ତ ମଣ୍ଡପ ସହିତ ଜିଲ୍ଲାରେ କଢାପୁଲିସ ସୁରକ୍ଷା ବ୍ୟବସ୍ଥା କରା ଯାଇଛି, ମାଓପ୍ରବଣ ଅଚଂଳ ହୋଇଥିବାରୁ ୫ଜଣ ଡିଏସପି, ୧୦ଜଣ ଇନିସପେକ୍ଟର, ୮ପ୍ଲାଟୁନ ପୁଲିସ ଫୋର୍ସ, ବିଏସଏଫ ଜବାନ ମାନଙ୍କ ସହିତ ଏସଓଜି, ଓ ବହୁପରିମାଣରେ ଜିଲ୍ଲାପୁଲିସ ଙ୍କୁ ମୁତୟନକରା ଯାଇଛି।