Odiapua.com

ମାଲ୍ୟବନ୍ତ ଦେଶିଆ ନାଟଗୁରୁ ସଂଗଠନ ପକ୍ଷରୁ ୯ଦଫା ଦାବିନେଇ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର

ମାଲକାନଗିରି,୧୧ା୩ (ଓଡିଆ ପୁଅ ) ଆନ୍ଦ୍ର ଛିତଶଗଡ,ତେଲାଙ୍ଗାନ ରାଜ୍ୟ ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଆଦିବାସୀ ଭାଷା ସଂସ୍କୃତି ପରମ୍ଫରା ଓ ଲୋକକଳା କୁ ବଚାଂଇ ରଖି ବିଶ୍ୱଦରବାରରେ ପରିଚିତ କରିବା ପାଇଁ ମାଲ୍ୟବନ୍ତ ଦେଶିଆ ନାଟଗୁରୁ ସଗଂଠନ ରହିଛି, ଆଦିବାସୀ ଅଧ୍ୟୁଷିତ ଅଚଂଳରେ ଥିବା କଳାକାରମାନଙ୍କୁ ଉପଯୁକ୍ତ ଭାବେ ପ୍ରାପ୍ୟ ମିଳୁନଥିବାରୁ ୯ଦଫା ଦାବିନେଇ ମାଲ୍ୟବନ୍ତ ଦେଶିଆ ନାଟଗୁରୁ ସଂଘର ସଭାପତି ଅନାଦି କାଡାଙ୍କ ନେତୃତ୍ୱରେ ଜିଲ୍ଲାର ଶତାଧିକ ନାଟଗୁରୁ ମାଲକାନଗିରି ବ୍ଲକ କଲୋନି ଠାରୁ ଏକ ସୋଭା ଯାତ୍ରାରେ ଜିଲ୍ଲାପାଳଙ୍କ ଅଫିସକୁ ଯାଇ ୯ଦଫାର ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ବହୁକଷ୍ଟକରି ଆଦିବାସୀ ଅଧ୍ୟୁଷିତ ଅଚଂଳରେ ଦେଶିଆନାଟଦଳ ଓ ନାଟଗୁରୁ ମାନେ ସ୍ୱଳ୍ପ ପଇସାରେ ଲୋକ ମାନଙ୍କ ମନୋରଂଜନ କରି ଲୋକକଳାକୁ ବଚାଁରଖୁଥିବାବେଳେ ସେମାନଙ୍କ ପ୍ରତି ସରକାର ଦୃଷ୍ଟି ଦେଉନାହିଁ,ଉପଯୁକ୍ତ ପାରିଶ୍ରମିକ ପାଉନଥିବାବେଳେ ସେମନଙ୍କୁ କଳାକାର ଭତାମିଳୁନାହିଁ, ଏହି ଆଦିବାସୀ ଦୁସ୍ଥକଳାକାର ଓ ନାଟଗୁରୁମାନଙ୍କୁ ଭତା ୧୨ଶହ ଟଙ୍କା ପରିବର୍ତେ ୩ହଜାରକୁ ବୃଦ୍ଧି କରିବା,ଗାଁ ଗାଁରେ କିର୍ତ୍‌ଦଳ ସହିତ ଭାଗବତ ଟୁଙ୍ଗିକରିବା,କଳାକାର ପିଲାମାନଙ୍କ ପାଟପଡାଖର୍ଚ,ବାସଗୃହ ଯୋଗାଇ ଦେବା ସହ ୯ଦଫା ଦାବି ରହିଚି । ଏହି ଅବସରରେ ଅନ୍ୟାନ ମାନଙ୍କ ମଧ୍ୟରେ ଘେନୁମୁଦୁଲି,ରାମା ମାଡକାମି, ସମରା ଦୋରା ଙ୍କସହ ଜିଲ୍ଲାରେ ଥିବା୬୦ରୁ ଉର୍ଦ୍ଦ ଦେଶିଆ ନାଟଗୁରୁ ମାନେ ଯୋଗଦେଇ ଥିଲେ