ପୁରୀ ୫-୪ (ଓଡ଼ିଆ ପୁଅ) ଆଜି ଅପରାହ୍ନରେ କୃଷ୍ଣପ୍ରସାଦର ମାଲୁଦ ଓ ବ୍ରହ୍ମଗିରିର ମୋଟୋ ଠାରେ ଆଦର୍ଶ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟର ଶ୍ରୀ ଦାସବର୍ମା ସମୀକ୍ଷା କରିଛନ୍ତି। ନିର୍ମାଣ କାମ ଶୀଘ୍ର ସମ୍ପର୍ଣ୍ଣ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ସହ ଓ ଖୁବଶୀଘ୍ର ପାଠପଢା ଆରମ୍ଭ କରିବା ଉପରେ ବୈଠକରେ ଆଲୋଚନା ହୋଇଛି। ଉକ୍ତ ବୈଠକରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ସଞ୍ଜୟ ପରିଡ଼ା, ବ୍ରହ୍ମଗିରି ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ କବିରାଜ ଜେନା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ହିମାଂଶୁ ଭୁଷଣ ସମର୍ଥା, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ, ଶ୍ରୀ ପ୍ରମୋଦ ଧର, ସହକାରୀ ନିର୍ବାହୀ ଯନ୍ତ୍ରୀ, ସୁଶ୍ରୀ ସୁଚରିତା ଦାସ ପ୍ରମୁଖ ଉପସ୍ଥିତ ଥିଲେ।