Odiapua.com

ମାଲାକନଗିରି ଏୟାରଷ୍ଟ୍ରୀପ ନିର୍ମାଣ ସ୍ଥଳ ପରିଦର୍ଶନ କଲେ ଭାରତୀୟ ଏୟାରପୋର୍ଟ ଅଧିକାରୀ

ମାଲକାନଗିରି,୮ା୧୨ (ଓଡିଆ ପୁଅ ) ଦୀର୍ଘବର୍ଷର ପ୍ରତିକ୍ଷା ପରେ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ପ୍ରାସ୍ଥାବିତ ଏୟାରଷ୍ଟ୍ରୀପ ନିର୍ମାଣ କାମ ଆରମ୍ଭ ହେବାକୁ ଯାଉଛି । ଦିଲ୍ଲୀରୁ ଭାରତୀୟ ଏୟାରପୋର୍ଟ ଅଥରିଟିର ଅଜୟଗୁପ୍ତାଙ୍କ ସହିତ ଏକ ୫ଜଣିଆ ଅନୁଧ୍ୟାନକାରି ଦଳ ମାଲକାନଗିରି ଠାରେ ପହଁଚି  ଏୟାରଷ୍ଟ୍ରୀପ ନିର୍ମାଣ ସ୍ଥଳ ପରିଦର୍ଶନ କରି ଏହାକୁ ଅତ୍ୟାଧୁନିକ ଶୈଳୀରେ କିପରି ନିର୍ମାଣ କରାଯିବ ସେନେଇ ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ଙ୍କ ସହିତ ଆଲୋଚନା କରିଛନ୍ତି । ଏହି ଟିମ ସହିତ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ବିଡିଓ ଡ.ଗୁଣିନିଧି ନାୟକ,ପୁର୍ତଗୃହନିର୍ମାଣ ବିଭାଗ ନିର୍ବାହି ଯନ୍ତ୍ରୀ ପ୍ରମୁଖ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଓଡିଶାର ରାଜଧାନୀ ଭୁବନେଶ୍ୱର ଠାରୁ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲା ୬୫୦କିମି ଦୂରହୋଇଥିବାରୁ  ଏଠାକୁ ହଟାତ କେହିଜଣେ ମନ୍ତ୍ରୀକି ଉଚ୍ଚଅଧିକାରୀ ଆସିବାକୁ ହେଲେ ଦୁଇଦିନ ସମୟ ଲାଗିଯାଇଥାଏ । ମାଓବାଦୀଙ୍କ ଲ୍ୟଣ୍ଡମାଇନ ର ଭୟ ଥିବାରୁ ଏହି ଜିଲ୍ଲାକୁ ମନ୍ତ୍ରୀ ଉଚ୍ଚଅଧିକାରୀ ମାନେ ସଡକପଥରେ ଆସିବାକୁ ଭୟକରିଥାନ୍ତି । ଏହି ସବୁ କୁ ଦୃଷ୍ଟିକୁନେଇ କେନ୍ଦ୍ର ଓ ରାଜ୍ୟସରକାର ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ  ଏକ ଏୟାଷ୍ଟ୍ରିପ ଟିଏ ନିର୍ମାଣ କରିବାପାଇଁ ଗତ୨୦୦୫ ମସିହାରେ ନିସ୍ପତି ନେଇଥିଲେ । ସେହି ନିସ୍ପତି ଅନୁସାରେ ଗତ ୨୦୦୬ମସିହା ନଭେମ୍ବର ମାସ ୧୧ତାରିଖରେ  ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରୁ ୪କିମିଦୂର ଗୌଡଗୁଡା ପଚାଂୟତ ଅଧିନରେ ଥିବା କେନ୍ଦୁପତ୍ରଗୋଦାମ କଟେଲିଗୁଡା ଠାରେ ଏୟାଷ୍ଟ୍ରିପ (ଉଡାଜାହଜ ପଡିଆ)ନିର୍ମାଣ ନିମେନ୍ତେ ମୁଖ୍ୟମନ୍ତ୍ରୀ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ଏୟାଷ୍ଟ୍ରୀପ ପାଇଁ ଗୌଡଗୁଡା ପଚାଂୟତର କଟେଲିଗୁଡା ଗ୍ରାମ ଉଛେଦ ହେବାସହିତ ବଇଲାପାରି,ଗରେଇଗୁଡା,ବାଟପାଲି,ନିଲିମାରି ଗ୍ରାମବାସୀ ମାନଙ୍କ ଚାଷଜମି କିଛି ଲୋକଙ୍କ ଘରଡିହ ଯାଉଥିବାରୁ ଜମିଅଧିଗ୍ରହଣ ପାଇଁ ଜିଲ୍ଲାପ୍ରଶାସନକୁ ଦୀର୍ଘ୧୩ବର୍ଷ ଲାଗିଗଲା, ଏୟାଷ୍ଟ୍ରିପ ନିର୍ମାଣ ହେବ ବୋଲି କ୍ଷତିଗସ୍ତ ହେଉଥିବା ଗ୍ରାମରେ ରାସ୍ତାଘଟ ,ଘର,ସ୍କୁଲ କିଛି ନିର୍ମାଣ ହୋଇପାରୁନଥିବାରୁ ଗ୍ରାମବାସୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବାରୁ ଏବେ ଜିଲ୍ଲାପ୍ରଶାସନର ନିଦ ଭାଙ୍ଗିଛି । ଏହି ଏୟାଷ୍ଟ୍ରୀପ ନିର୍ମାଣପାଇଁ ପ୍ରଥମ ପର୍ଯ୍ୟାୟରେ ୨୮କୋଟି ଟଙ୍କାର ବ୍ୟୟଅଟକଳ ହୋଇଥିବାର ଜଣାପଡିଛି । ଏହା ପାଇଁ ୪କିଲୋମିଟର ଲମ୍ବ୪୦୦ମିଟର ଓସାରରେ ରାଜସ୍ୱବିଭାଗର ୯୫.୧୭୧ ହେକ୍ଟର, ବନବିଭାଗର୧୩.୨୩୩ହେକ୍ଟର ଜମିର ଆବଶ୍ୟକତା ରହିଛି । ଏବେ ଭୁମିଅଧିଗ୍ରହଣ ପରେ ଏୟାଷ୍ଟ୍ରୀପ ର ଚତୁଃପାଶ୍ୱର୍ରେ ପାଚେରୀ ନିର୍ମାଣ କରାଯିବା ପାଇଁ ୩୭ଲକ୍ଷ ୪୪ହଜାର ଟଙ୍କାର ବ୍ୟୟଅଟକଳ ରହିଛି ।