Odiapua.com

ମାଲନାଗିରି ଜିଲ୍ଲାରେ ବିଶ୍ୱ ଆଦିବାସୀ ଦିବସ ପାଳିତ

ମାଲକାନଗିରି,୯ା୮ (ଓଡିଆ ପୁଅ )ସମଗ୍ର ବିଶ୍ୱରେ କରୋନା ମାହାମାରି ର ଆତଙ୍କ ଚାଲିଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ନିରାଡମ୍ବର ସହକାରେ ବିଶ୍ୱ ଆଦିବାସୀ ଦିବସପାଳିତ ହୋଇ ଯାଇଛି । ଜିଲ୍ଲା ଆଦିବାସୀ ସମାଜ ମହାସଂଘ ପକ୍ଷରୁ ବିଭିନ୍ନ ଆଦିବାସୀ ସଂପ୍ରଦାୟ ଓ ସଂଘକୁ ପୁବ ର୍ରୁ ଜଣାଇ ଦିଆଯାଇଥିଲା , ଚଳିତ ବର୍ଷ କରୋନା ପାଇଁ ଜିଲ୍ଲାସ୍ତରୀୟ ମହାସମାବେଶ କରୋନା ପାଇଁ ନିଜ ନିଜ ଅଚଂଳରେ କୋଭିଡ ନିୟମପାଳନ କରି ମାସ୍କ ପରିଧାନସହ ସାମାଜିକ ଦୂରତା ଅବଲମ୍ବନ କରି ବିଶ୍ୱ ଆଦିବାସୀ ଦିବସ ପାଳନ କରିବା ପାଇଁ । ସିନ୍ଦ୍ରିମାଳ ପଚାଂୟତ ଠାରେ ମାଲକାନଗିରି ଜିଲ୍ଲା ଆଦିବାସୀ ଅଧିକାର ମଚଂ ର ସଭାପତି ପୁବ ର୍ତନ ବିଧାୟକ ତଥା ଜିଲ୍ଲାସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମିଙ୍କ ସଭାପତିତ୍ୱରେ ବିଶ୍ୱଆଦିବାସୀ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମି,ଭିମା ବାର୍ସେ,ମାଲାମାଢି,ଇର୍ମା ପଡିଆମି,ଗଙ୍ଗାଧର ବୁରୁଦା,ନବିନ ମାଡକାମି,ଘେନୁମୁଦୁଲି, କୃଷ୍ଣବୁରୁଦା,ବିଭିନ୍ନ ପଚାୟଂତର ସରପଚଂ,ବିଶିଷ୍ଟବ୍ୟକ୍ତି ମାନେ ଉପସ୍ଥିତରହି ଆଦିବାସୀ ଭାଷା,ସଂସ୍କୃତି,ପରମ୍ପରା ଓ ସମ୍ବିଧାନ ଅଧିକାର ସୁରକ୍ଷା ସହିତ ବିଶ୍ୱଆଦିବାସୀ ଦିବସର ତାତ୍ପର୍ଯ୍ୟତା ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରେ ଅତିଥି ମାନେ ଆଦିବାସୀ ଗୋଁଣ୍ଡଓ୍ୟାନା ପତାକା ଉତୋଳନ କରିଥିଲେ । ଖଇରପୁଟ କଦମଗୁଡା ଗ୍ରାମରେ ଆଦିମ ବଣ୍ଡାଆଦିବାସୀ ,କନ୍ଧଆଦିବାସୀ ମାନେ ଗଜେଂଇବାହାଲ ଗ୍ରାମରେ,ଗାଦବା ଆଦିବାସୀ ମାନେ ସୋମନାଥପୁର ଗ୍ରାମରେ,ଭୁମିୟା ଆଦିବାସୀ ମାନେ ମାଥିଲି ବ୍ଲକ କରାପାଲି ଗ୍ରାମରେ ,ଦୁରୁଆ ଆଦିବାସୀ ମାନେ ମହୁପଦର ଗ୍ରାମରେ ,କୋୟା,ପରଜା ଓ ସାନ୍ତାଳୀ ଆଦିବାସୀ ମାନେ ନିଜ ନିଜ ଗ୍ରାମରେ ବିଶ୍ୱ ଆଦିବାସୀ ଦିବସ ପାଳନକରିଛନ୍ତି । ଜିଲ୍ଲାଆଦିବାସୀ ସମାଜ ମହାସଂଘ ପକ୍ଷରୁ ପଦ୍ମଗିରି ପଚାଂୟତ କାର୍ଯ୍ୟାଳୟ ଠାରେ କୋଭିଡ ନାୟମ ମାନି ବିଶ୍ୱଆଦିବାସୀ ଦିବସ ପାଳନ କରାଯାଇଛି । ଆଦିବାସୀ ଙ୍କ ଜୀବନ ଜୀବୀକା,ପବ ର୍ପର୍ବାଣି,ବୈବାହିକ ଜୀବନ, ଶୈକ୍ଷୀକ,ଆର୍ଥିକ ଉନ୍ନତି କରିବା ସହ ଆଦିବାସୀ ଭାଷା ସଂସ୍କୃ,ପରମ୍ପରା,ନୃତ୍ୟ, ସଂଗୀତ,ଶିକ୍ଷା,ସ୍ୱାସ୍ଥ୍ୟ, ଗମନାଗମନ,ମୈଳିକସୁବିଧା ଓ ଜମି,ଜଳ,ଜଙ୍ଗଲ.ବଚିଂବାର ଅଧିକାର ଦାବି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଦିବାସୀ ସମାଜ ମହାସଂଘର ସଭାପତି ଘନଶ୍ୟାମମାଡକାମି,ଦୁରଆସମାଜ ସଭାପତି ମଙ୍ଗଳାଦୁରୁଆ,ଦେବେନ୍ଦ୍ର ନାୟକ,ଇର୍ମା ମାଢି, ଲବପଡିଆମୀ,ରାମା ମାଢି, ଅର୍ଜୁନପଡିଆମି,ଗଙ୍ଗା ମାଡକାମି, ଉମା ମାଡକାମି,ଭିମସେନ ବାଜାଂମି, କଷା ମାଡକାମି ପ୍ରମୁଖ ଯୋଗଦେଇ ବିଶ୍ୱ ଆଦିବାସୀ ଦିବସର ତାତ୍ପର୍ଯ୍ୟ ସଂପର୍କରେ କହିବା ସହ ଆଦିବାସୀ ସମାଜର ମାନବିକ ଅଧିକାର,ଆତ୍ମ ସମ୍ମାନ,ଭାଷା, ସଂସ୍କୃତି,ପରମ୍ପାରା, ଅସ୍ତିତ୍ୱ, ଜଳ, ଜଙ୍ଗଲ,ଜମି ,ଶିକ୍ଷା ଓ ସମ୍ବିଧାନୀକ ଅଧିକାର,ପଚଂମ ଅନୁସୁଚି,ପେସା ଆଇନ,ସାମାଜିକ ସଂରକ୍ଷଣ ଧାରା,ରୋଜନୈତିକ ସଂରକ୍ଷଣ,ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ଧାରା ସଂପର୍କରେ ସୁଚନା ଦେଇଥିଲେ । ଅନୁରୁପ ମାଲକାନଗିରି ଏମଭି୨ ଗ୍ରାମର ମାରାଂବୁରୁ ଆଦିବାସୀ ସଂସ୍କୃତିକ ସଂଘ ପ କ୍ଷରୁ ସାନ୍ତାଳୀ ଆଦିବାସୀ ସଂପ୍ରଦାୟର ଜଣେ କୁନି ଝିଅ ଆଦିବାସୀ ପତାକା ଉତୋଳନ କରି ବିଶ୍ୱଆଦିବାସୀ ଦିବସକୁ ଉଦଘାଟନ କରିଥିଲେ ।କିଛି ଆଦିବାସୀ ଯୁବକ ଏହି ଅବସରରେ କୋଭିଡ ନାୟମପାଳନକରି ବାଇକ ସୋଭାଯାତ୍ରାରେ ସହରପରିକ୍ରମା କରି ଗାଁ ର ସମସ୍ତଙ୍କ ଘରଆଗରେ ସାନ୍ତାଳୀ ସମାଜର ପତକା ଲଗାଇଥିଲେ ।