Odiapua.com

ମାଲକାନିଗିରି ଜିଲ୍ଲା କୁ ରାଜ୍ୟ କାୟାକଳ୍ପଟିମ ଗସ୍ତ,ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ସ୍ୱାସ୍ଥ୍ୟସେବାର ସ୍ଥିତି ପରଖିଲେ

ମାଲକାନଗିରି,୫ା୩ (ଓଡିଆ ପୁଅ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାକୁ ରାଜ୍ୟ କାୟାକଳ୍ପ ଟିମ ଗସ୍ତକରି ଜିଲ୍ଲାହସପିଟାଲ ସହିତ ଅନ୍ୟାନ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ସ୍ୱାସ୍ଥ୍ୟ ସେବା ସ୍ଥିତି ପରଖିଛନ୍ତି । ରାଜ୍ୟ କାୟକଳ୍ପ ଟିମଲିଡର ଡାକ୍ତର ଆଦିତ୍ୟ ପ୍ରସାଦ ମହାପାତ୍ର ଙ୍କ ନେତୃତ୍ୱରେ ଡାକ୍ତର ଆଶୁତୋଷ ପାଢି,ଡାକ୍ତର ପ୍ରଶାନ୍ତ କୁମାର ଦାଶ ଗତ ତିନିଦିନ ହେଲା ମାଲକାନଗିରି ଜିଲ୍ଲାର ଖଇରପୁଟ, କୁଡୁମୁଲୁଗୁମ୍ମା, ପାଣ୍ଡ୍ରୀପାଣି,କାଲିମେଳା,କୋରକୁଣ୍ଡା,ଚିତ୍ରକୋଣ୍ଡା ଡାକ୍ତରଖାନା ସହିତ ମାଲକାନଗିରି ଜିଲ୍ଲା ହସପିଟାଲ ପରିଦର୍ଶନ କରିଛନ୍ତି । ହସପିଟାଲ ପରିବେଶ,ରୋଗୀଙ୍କ ଚିକିତ୍ସା,ଆବଶ୍ୟକ ଯନ୍ତ୍ରପାତି,ଚିକିତ୍ସା କୋଠରୀ,ପାନୀୟଜଳ,ସ୍ୱଚ୍ଛତା ଆଦି ଉନ୍ନୟନ କାର୍ଯ୍ୟର ତଦାରଖ କରିବାସହିତ ହସପିଟାଲ ଗୁଡିକର ସ୍ଥିତିପରଖିଥିଲେ । ଜିଲ୍ଲାହସପିଟାଲର ଡିଜିଟାଲ ଆଲୋକି କରଣ,ହସପିଟାଲ ପରିସରରେ ନାନାପ୍ରକାର ଫୁଲଗଛ, ପାର୍କ ଦେଖି ବହୁତ ଖୁସି ହୋଇଥିଲେ । ରୋଗୀ ମାନଙ୍କୁ ଉତମ ସ୍ୱାସ୍ଥ୍ୟସେବା ଯୋଗାଇଦିଆ ଯାଉଛି କି ନାହିଁ ପଚାରିବାବୁଝିବା ସହିତ ଜିଲ୍ଲାରେ ରୋଗୀ ମାନଙ୍କୁ ଭଲଭାବରେ ଚିକିତ୍ସା ବ୍ୟବସ୍ଥା ସହିତ ହସପିଟାଲଗୁଡିକୁ କିପରି ଆଧୁନିକରଣ କରାଯିବ ସେନେଇ ଜିଲ୍ଲାହସପିଲାରେ ସ୍ୱାସ୍ଥ୍ୟସେବା ସଂପର୍କରେ ଏକ ସମୀକ୍ଷା ବୈଠକ ର ଆୟୋଜନ କରାଯାଇଥିଲା । ଏହି ରାଜ୍ୟସ୍ତର କାୟାକଳ୍ପ ଟିମ ସହିତ ଜିଲ୍ଲାମୁଖ୍ୟଚିକିତ୍ସା ଅଧିକାରୀ ଡାକ୍ତର ପ୍ରଫୁଲକୁମାର ନନ୍ଦ,ଏଡିଓମଓ ମେଡିକାଲ ଡା.ଶିବପ୍ରସାଦ ମହାରଣା,ଜିଲ୍ଲାହସପିଟାଲ ସୁପରି ଟେଣ୍ଡେଟଂ ଡାକ୍ତର ସଂଙ୍କଳ୍ପ ଭୋଳ,ଡାକ୍ତର ଅନିଲ କୁମାର ମିଶ୍ର ଙ୍କ ସହିତ ପ୍ରମୁଖ ଡାକ୍ତର ମାନେ ଉପସ୍ଥିତ ଥିଲେ ।