Odiapua.com

ମାଲକାନିଗିରି ଜିଲ୍ଲାର ଲୋକପର୍ବ ମାଲ୍ୟବନ୍ତ ମହୋତ୍ସବ ପ୍ରସ୍ତୁତି ବୈଠକ,ଫେବୃଆରୀ ୭ରୁ ଆରମ୍ଭ ହେବ ଜିଲ୍ଲା ଉତ୍ସବ

ମାଲକାନଗିରି,୨ା୧ (ଓଡିଆ ପୁଅ ) ଐତିହ୍ୟ,ପରମ୍ପରା,କଳା,ସଂସ୍କୃତି ଓ ଆଦିବାସୀ ଙ୍କ ଜୀବନଧାରାର ନିଛକ ପ୍ରତି ଛବି   ମାଲକାନଗିରି ଜିଲ୍ଲା ର ଆଦିବାସୀ କଳାସଂସ୍କୃତିକୁ ବଚାଂଇରଖି ଦେଶବିଦେଶରେ ପ୍ରଚାର କରିବାସହିତ ରାଜ୍ୟ ଓ ଦେଶ ବାହରର କଳାକାରମାନଙ୍କ କଳାଚାତୁରି କୁ ଜାଣିବାପାଇଁ ମାଲ୍ୟବନ୍ତ ମହୋତ୍ସବ ଆରମ୍ଭହେବାକୁ ଯାଉଛି । ଏହା ଫେବୃଆରୀ ମାସ ୭ତାରିଖଠାରୁ ଆରମ୍ଭ ହୋଇ ୧୧ତାରିଖ ପର୍ଯ୍ୟନ୍ତ ଚାଲିବ, ଆଜି ସନ୍ଧ୍ୟାରେ ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଙ୍କ ଅଧ୍ୟକ୍ଷତାରେ ଉତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଯାଇଛି । ଏହି ଉତ୍ସବ ପାଳନରେ ବିଳମ୍ବ ହୋଇଥିବାରୁ  ଆଜି ଏକ ସ୍ୱତନ୍ତ୍ର ଭାବେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକର ଆୟୋଜନ କରାଯାଇ ଜିଲ୍ଲାର ବିଶିଷ୍ଟ ବ୍ୟକ୍ତି ବିଶେଷ,ସ୍ଥାନୀୟ ଅଧିବାସୀ,ବରିଷ୍ଟ ନାଗରିକ,ଆଇନଜିବୀ, ସ୍ୱେଚ୍ଛାସେୀ ଅନୁଷ୍ଟାନ ର କର୍ମକର୍ତା,ଜିଲ୍ଲାସ୍ତରୀୟ ଅଧିକାରୀ,ଗଣମାଧ୍ୟମ ପ୍ରତି ନିଧି ମାନଙ୍କୁ ଡକାଯାଇ ମତାମତ ନିଆଯାଇଥିଲା ।  ଏହି ଉତ୍ସବ ଫେବୃଆରୀ ମାସ୭ତାରିଖରୁ ଆରମ୍ଭ ହୋଇ ୧୧ତାରିଖରେ ଶେଷହେବ,ଫେବୃଆରୀ ମାସ ୭,୮,୯ ତାରିଖରେ ଜିଲ୍ଲାସ୍ତରୀୟ ମୁଖ୍ୟଉତ୍ସବ ଓ ୧୦,୧୧ ତାରିଖରେ ପଲ୍ଲୀଶ୍ରୀ ମେଳା ହେବାପାଇଁ ନିସ୍ପତି ନିଆଯାଇଛି ,ଏହି ଉତ୍ସବ ପାଇଁ ସ୍ୱାଗତ କମିଟି,ଖାଦ୍ୟକମିଟି, ପରିବହନକମିଟି,ପ୍ରଚାର କମିଟି,ଅତିଥି ଚୟନ କମଟି,ସ୍ମରଣିକାପୁସ୍ତକ କମିଟି,ଅର୍ଥଆଦାୟ କମିଟି,ମଚଂକମିଟି,   ସାଂସ୍କୃତିକ କମିଟି,     ସୋଭାଯାତ୍ରା କମିଟି,ପ୍ରଦର୍ଶନୀ କମିଟ,   ବିଭିନ୍ନ କମିଟି ଗଠନ କରାଯାଇଛି,ଫେବୃଆରୀ ମାସ ୨ତାରିଖରେ ଆନ୍ଦ୍ରପ୍ରଦେଶ, ତେଲାଙ୍ଗାନା,ଛତିଶଗଡ, ଓଡିଶା ଚାରି ରାଜ୍ୟ ସୀମାନ୍ତ ମୋଟୁ ମୁଗି  ପଏଟଂ ତ୍ରୀନଦୀ ସଙ୍ଗମସ୍ଥଳରୁ ଶୁଭ କଳସ ଯାତ୍ରାଆରମ୍ଭ କରାଯାଇ୧୦୫କିଲୋମିଟର ସୁଦୂର ମୋଟୁ ଠାରୁ  ବିରାଟ ସୋଭା ଯାତ୍ରାରେ ଆସି ମାଲକାନଗିରି ଜଗନ୍ନାଥମନ୍ଦିରେ କଳସ ସ୍ଥାପନ ହେବାପାଇଁ ନିସ୍ପତି ନିଆ ଯାଇଛି,ପୁର୍ବ ବର୍ଷପରି ଡିଏନକେ ମଇଦାନ ଠାରେ ଜିଲ୍ଲାସ୍ତରୀୟ ଉତ୍ସବ ହେବ,୨ତାରିଖ ଠାରୁ ୫ତାରିଖ ପର୍ଯ୍ୟନ୍ତ ବ୍ଲକସ୍ଥରୀୟ ଉତ୍ସବ ହେବାପରେ ୭ତାରିଖ ଠାରୁ ଜିଲ୍ଲା ଉତ୍ସବ ଆରମ୍ଭ ହୋଇ ଏହି ଉତ୍ସବରେ ରାଜ୍ୟ ଓ ରାଜ୍ୟବାହାରରୁ ନାମି ଦାମି କଳାକାର,ନାଟ ଦଳ,ବିଭିନ୍ନ ସାଂସ୍କୃତିକ  ସଂଗଠନ ଭାଗନେଇ ସେମାନଙ୍କ କଳାସଂସ୍କୃତି ପ୍ରଦର୍ଶନ କରିବେ । ଏହିବୈଠକ ରେ ମାଲକାନଗିରି ବିଧାୟକ ଆଦିତ୍ୟମାଢି,ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା,ଜିଲ୍ଲାସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ  ମାନସ ମାଡକାମି, ଏସଡିପିଓ ପ୍ରହ୍ଲାଦ ସାହାଇ ମୀନା,ଡିଏଫଓ ପ୍ରଦୀପ ଦେବଦାସ ମିରଶେ,ଅତିରିକ୍ତ ଜିଲ୍ଲାପାଳ ବିରସେନ ପ୍ରଧାନ, ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ମଚାଂଶିନ ଥିବବେଳେ ଜିଲ୍ଲାସୂଚନା ଲୋକସଂପର୍କ ଅଧିକାରୀ ଡ.ଗୁଣନିଧି ନାୟକ ସଭା ପରିଚାଳନା କରିଥିଲେ ।ଅନ୍ୟାନ ମାନଙ୍କ ମଧ୍ୟରେ ବରିଷ୍ଟ ନାଗରିକ ଗଙ୍ଗାଧରବୁରୁଦା, ପିଏ ଆଇଟିଡିଏ କ୍ଷିରାଦ୍ଧୀବେହେରା,ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମାନସ ମିଶ୍ର, ଏପିଡି ବାଲାଜୀ ପଟନାଯକ,ପବିତ୍ର ମୋହନ ବରା,ଜିଲ୍ଲାମୁଖ୍ୟ ସ୍ୱାସ୍ଥ୍ୟଅଧିକାରୀ ଡାକ୍ତର ଅଜୟକୁମାର ବୈଠାରୁ, ଜିଲ୍ଲାଅବକାରୀ ବିଭାଗ ସୁପରିଟେଣ୍ଡେଟଂ ଅଶୋକକୁମାର ସେଠ,ଜିଲ୍ଲାକୃଷି ଉପନିର୍ଦ୍ଦେଶକ ରାମଚନ୍ଦ୍ର ପଟନାୟକ,ଓଡିଶା ସାହିତ୍ୟ ଏକାଡେମୀ  ସଦସ୍ୟ ରତ୍ନାକରଦାଶ, ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗ,ଅଧ୍ୟାପକ ରଜଂନ କୁମାରସ୍ୱାଇଁ, ପୌରପରିଷଦ ନିର୍ବାହି ଅଧିକାରୀ ଏମ.ନିଳକଠଂ ନାଇଡୁ,ସମାଜସେବୀ ଜି.ଶ୍ରୀନିବାସ ରାଓ,ଜିଲ୍ଲାମଙ୍ଗଳ ଅଧିକାରୀ ପ୍ରଦୀପ୍ତ କୁମାର ପଣ୍ଡା,ଜିଲ୍ଲା ସମାଜକଲ୍ୟାଣ ଅଧିକାରୀ ସ୍ୱଣ୍ଣ ର୍ଲତା ବିଶ୍ବାସ,ଜିଲ୍ଲାସାମାଜିକ ସୁରକ୍ଷା ଅଧିକାରୀ ରାଧାମଣିଦଳାଇ,ବିଭିନ୍ନ ସ୍ୱେଚ୍ଚାସେବି ଅନୁଷ୍ଠାନ, ବିଭିନ୍ନ କ୍ଲବର କର୍ମକର୍ତା,ଅଗ୍ନିଶମବିଭାଗ ଅଧିକାରୀ ,ଗୃହ ଓ ପୂର୍ତବିଭାଗ ନିବାର୍ହିଯ ନ୍ତ୍ରୀ,ଜିଲ୍ଲାସ୍ତରୀୟ ଅଧିକାରୀ,ସାତଟି ଯାକ ବ୍ଲକର ବିଡିଓ, ତହସିଲଦାର,ଗଣମାଧ୍ୟମ ପ୍ରତିନିଧି,ବରିଷ୍ଠନାଗରିକ,ମିଲର,ବ୍ୟବସାୟୀ ଓ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ  ଆଲୋଚନାରେ ଭାଗନେଇଥିଲେ ।