Odiapua.com

ମାଲକାନାଗିରି ଜିଲ୍ଲାରେ ତୃତୀୟ ଆକ୍ରାନ୍ତ ଚିହ୍ନଟ

ମାଲକାନଗିରି,୨୧-୫(ଓଡିଆ ପୁଅ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ଗ୍ରୀନଜୋନରେ ଥିବା ବେଳେ ରାଜ୍ୟସରକାରଙ୍କ ପରୀକ୍ଷା ଗାରରୁ ନମୁନା ରିପୋର୍ଟ ଆସିବାପରେ ଏହି ଜିଲ୍ଲାରୁ ପ୍ରଥମ ଥର କରି ଗତକାଲି ଦୁଇଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇଥିଲେ। ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅଚଂଳରେ ଥିବା କ୍ୱାରେଟାଂଇନ କେନ୍ଦ୍ରରୁ ୨ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା ଗତକାଲି।

ଜିଲ୍ଲା ପ୍ରଶାସନର ସୂଚନା ଅନୁଯାଇ ଗୋଟିଏ ବସରେ ଚେନ୍ନାଇରୁ ମାଲକାନଗିରି ଜିଲ୍ଲା ଏମଭି୭୨ ଅଞ୍ଚଳର ଗୋଟିଏ ପରିବାରରୁ ଜଣେ ୨୧ବର୍ଷ ବୟସ୍କ ପୁରୁଷ ଓ ୧ବର୍ଷର ଶିଶୁ ପୁତ୍ର ନିଜଘରକୁ ଆସିଥିଲେ। ସେମାନଙ୍କୁ ସ୍କ୍ରିନିଂ କରାଯାଇ କାଲିମେଳା ବ୍ଲକ ଅଞ୍ଚଳରେ ଥିବା କ୍ୱାରେଣ୍ଟାଇନ କେନ୍ଦ୍ରରେ ରଖାଯାଇଥିଲା। ଜିଲ୍ଲାରୁ ପ୍ରାୟ ୨ ହଜାରରୁ ଉର୍ଦ୍ଧ୍ୱ ନମୁନା ଭୁବନେଶ୍ୱରକୁ ପରୀକ୍ଷା ପାଇଁ ପଠା ଯାଇଥିଲା, ସେଠାରୁ ରିପୋର୍ଟ ଆସିବା ପରେ ଏହି ଦୁଇଜଣଙ୍କର ରିପୋର୍ଟ ପଜେଟିଭ ଥିବାର ଜଣାପଡିଥିଲା।

କିନ୍ତୁ ଆଜି ଆଉ ଜଣେ ଆକ୍ରାନ୍ତ ଏହି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି।

ଅପର ପକ୍ଷରେ ରାଜ୍ୟରେ କରୋନା ଆଉ ଏକ ମୁଣ୍ଡ ନେଇଛି। ମୃତକ ହେଉଛନ୍ତି ଗଞ୍ଜାମ ଜିଲ୍ଲାର। ସୁରାତ ଫେରନ୍ତା। ୮୫ ବର୍ଷୀୟ ବୃଦ୍ଧ। ତାଙ୍କର ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ଥିଲା ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ତେବେ ରାଜ୍ୟରେ ପୁଣି ଗୁରୁବାର ସକାଳେ ୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୩ରେ ପହଞ୍ଚିଛି। ଏନେଇ ସ୍ବାସ୍ଥ୍ୟ ଓ କଲ୍ୟାଣ ବିଭାଗ ବକ୍ଷରୁ ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ୩୪୩ ଜଣ ସୁସ୍ଥ ହୋଇସାରିଥିବା ବେଳେ ୭୫୩ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ମୋଟ ୭ ଜଣଙ୍କ ମୃତ୍ୟୁ ଘଟିଛି। ଆଜି କରୋନାରେ ମୃତ୍ୟୁ ଘଟିଥିବା ଆକ୍ରାନ୍ତଜଣକ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଛି। ଗଞ୍ଜାମରେ ପୂର୍ବରୁ ୨ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ବେଳେ ଏହି ସଂଖ୍ୟା ୩ ଛୁଇଁଛି।

ଆକ୍ରାନ୍ତଙ୍କ ମଧ୍ୟରୁ କଳାହାଣ୍ଡି ଜିଲାରୁ ୧୧ ଜଣ, ନୟାଗଡ଼ ଜିଲ୍ଲାରୁ ୧୧ ଜଣ, ଗଞ୍ଜାମ ଜିଲାରୁ ୪, ଯାଜପୁର ଜିଲାରୁ ୫, କଟକ ଜିଲାରୁ ୯, ଜଗତସିଂହପୁର ଜିଲାରୁ ୨, ଅନୁଗୋଳ ଜିଲାରୁ ୨, ମୟୂରଭଞ୍ଜ ଜିଲାରୁ ୩, ସମ୍ବଲପୁର ଜିଲାରୁ ୨ ଏବଂ ମାଲକାନଗିରିରୁ ଜଣେ ଏବଂ ପୁରୀ ଜିଲାରୁ ଜଣେ ଚିହ୍ନଟ ହୋଇଛନ୍ତି।

ତେବେ ସୂଚନା ଅନୁଯାୟୀ, ୫୧ ଜଣଙ୍କ ମଧ୍ୟରୁ ୪୮ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରର ଥିବା ବେଳେ ୩ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ସ୍ୱାସ୍ଶ୍ୟ ବିଭାଗ ସୂଚନା ଦେଇଛି।