Odiapua.com

ମାଲକାନଗିର ଜିଲ୍ଲା ର ବିଭିନ୍ନ ସ୍ଥାନରେ ମା ବାଗଦେବୀ ସରସ୍ୱତୀ ଙ୍କ ପୂଜା

 

ମାଲକାନଗିରି,୩୦ା୧(ଓଡିଆ ପୁ୍‌ଅ ) ମା ବାଗଦେବୀ ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କ ପୂଜାରେ ସମଗ୍ର ମାଲକାନଗିରି ଜିଲ୍ଲା ର ବିଭିନ୍ନ ଶିକ୍ଷା ଅନୁଷ୍ଟାନ ସହିତ ସରକାରି ଓ ବେସରକାରି ଅନୁଷ୍ଟାନ ଗୁଡିକରେ ଉତ୍ସବ ମୁଖର ହୋଇଥିବାବେଳେ ମାଲକାନଗିରି ଘଢେଇ ଆବାସୀକ ବିଜ୍ଞାନ ମହାବିଦ୍ୟାଳୟ, ମାଲକାନଗିରି ମଡର୍ନଇଂରାଜୀ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ରେ ଭିନ୍ନଶୈଳିରେ ମା ସରସ୍ୱତୀ ଙ୍କ ପୂଜାପାଳନ କରିଛନ୍ତି । ମହାବିଦ୍ୟାଳୟ ପରିସର ରେ ଛାତ୍ର ଛାତ୍ରୀ ମାନେ ମା ସରସ୍ୱତୀଙ୍କ ପ୍ରତିମୂର୍ତୀ ପ୍ରତିଷ୍ଟାକରି ବିଧିମୁତାବକ ପୂଜାଅର୍ଚନା କରିବାସହିତ ଆଉ ଏକ ଭିନ୍ନତାକୁ ଯୋଡି ଦେଇଥିଲେ । କଲେଜର ଛାତ୍ର ଛାତ୍ରୀ ସଚେତନତା ଉଦେଶ୍ୟରେ ସରସ୍ୱତୀଙ୍କ ମେଢ ନିକଟରେ ହିଂସାବନ୍ଦକର ବୋଲି ପ୍ରତିଛବି ସହିତ ନିକଟରେ ଜଙ୍ଗଲ ସୁରକ୍ଷା ପଶୁ ପକ୍ଷୀଙ୍କୁ ରକ୍ଷା,ଜୀବେ ଦୟା ସଂପର୍କରେ ଜନସଚେତନତାର ବାର୍ତା ଦେଇଥିଲେ । ।ଏହିକୁ ଦେଖିବା ପାଇଁ ଦର୍ଶକ ମାନଙ୍କର ଭିଡ ଲାଗିଥିଲା । ସରସ୍ୱତୀ ପୂଜା ଅବସରରେ ଏକ ବଡ ଧରଣ ହୋମ ଯଜ୍ଞର ଆୟୋଜନ କରାଯାଇଥିଲା । ଏହି ଯଜ୍ଞରେ ମହା ବିଦ୍ୟାଳୟର ସମସ୍ଥ ଛାତ୍ର ଛାତ୍ରୀ ଙ୍କ ସହିତ ଅବିଭାବକ ଅଧ୍ୟାପକ ମାନେ ଯୋଗଦେଇଥିଲେ । ଅନୁରୁପ କନିଷ୍ଠ ମହିଳା ମହାବିଦ୍ୟାଳୟ,ସରକାରି କନିଷ୍ଟ ବିଜ୍ଞାନମହାବିଦ୍ୟାଳୟ, ଓମ୍ ଭୂ ର୍ବୁସ୍ୱ ବିଜ୍ଞାନ ମହାବିଦ୍ୟାଳୟ,  ସରାକାରି ହାଇସ୍କୁଲ,ସରକାରି ବାଳିକା ଉଚ ବିଦ୍ୟାଳୟ, ମାଲକାନଗିରି କଲେଜ, ନବୋଦୟବିଦ୍ୟାଳୟ, ଆଦର୍ଶବିଦ୍ୟାଳୟ, ସତ୍ୟନାରାୟଣ ଜିଏନଏମ କଲେଜ,ସରକାରି ଉଚ୍ଚବାଳିକା ବିଦ୍ୟାଳୟ,ସରକାରି ବାଳକ ଉଚ୍ଚବିଦ୍ୟାଳୟ,ମାଲ୍ୟବନ୍ତ ,ସପ୍ତଧାରା,ଗୁରୁପ୍ରିୟା ,ଲକ୍ଷମଣନାୟକ ହଷ୍ଟେଲ ସହ ବିଭିନ୍ନ ବିଦ୍ୟାଳୟରେ ଆଡମ୍ବର ସହକାରେ ମା ସରସ୍ୱତୀଙ୍କ ପୂଜା ପାଳିତ ହୋଇ ଯାଇଛି ।ଛାତ୍ର ଛାତ୍ରୀ ମାନେ ନୂଆ ପୋଷାକ ପରିଧାନକରି ବିଭିନ୍ନ ସ୍ଥାନରେ ହୋଇଥିବା ମା ବାଗ୍‌ଦେବୀଙ୍କ ପୂଜା ବୁଲିଦେଖି ପ୍ରସାଦ ସେବନ କରିଥିଲେ ।