Odiapua.com

ମାଲକାନଗିରି: ୨୧ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ୧୯ଜଣ ସୁସ୍ଥ

ମାଲକାନଗିରି,୨ା୬(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଆସିଛି ଶୁଭଖବର । ୨୧ଜଣ କରୋନା ଆକ୍ରାନ୍ତ ଙ୍କ ମଧ୍ୟରୁ ୧୯ଜଣ ସୁସ୍ଥ ହୋଇ ନିଜ ନିଜ ଘରକୁ ଫେରିଥିବା ବେଳେ ଆଉ ମାତ୍ର ୨ଜଣ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଜିଲ୍ଲାର କାଲିମେଳା,ମାଲକାନଗିରି,ଖଇରପୁଟ ତିନୋଟି ବ୍ଲକର ୬ଟି ପଚାଂୟତ ରେ ଗତ ୧୧ଦିନ ମଧ୍ୟରେ ୨୧ ଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇଥିଲେ । ୨୧ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ଜଣ ପୁରୁଷ,୬ଜଣ ମହିଳା ଓ ଜଣେ ଶିଶୁ ଥିଲେ । ଏମାନଙ୍କ ମଧ୍ୟରୁ ପ୍ରଥମେ ଚିହ୍ନଟ ହୋଇଥିବା ୩ଜଣ ଆକ୍ରାନ୍ତଙ୍କୁ ଭୁବନେଶ୍ୱର କୋଭିଡ ହସପାଟିଲାକୁ ଚିକିତ୍ସା ନିମନ୍ତେ ପଠାଯାଇଥିବା ବେଳେ ଅନ୍ୟ୧୮ଜଣଙ୍କୁ ମାଲକାନଗିରି ଜିଲ୍ଲା କୋଭିଡ ହସପିଟାଲରେ ଚିକିତ୍ସିତ କରାଯାଉଥିଲା । ଭୁବନେଶ୍ୱର କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିବା ୩ଜଣ ଆକ୍ରନ୍ତ ଗତ ଦୁଇଦିନ ତଳେ ସୁସ୍ଥ ହୋଇ ନିଜ ଘରକୁ ଫେରିଥିବା ବେଳେ ମାଲକାନଗିରି ଜିଲ୍ଲା କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିବା ଅନ୍ୟ୧୮ଜଣଙ୍କ ମଧ୍ୟରୁ ଆଜି ୧୬ଜଣ ସୁସ୍ଥ ହୋଇଥିବାର ଜିଲ୍ଲାପ୍ରଶାସନ ପକ୍ଷରୁ ସୁଚନା ମିଳିଛି । ଅନ୍ୟ ୨ଜଣ ହସପିଟାଲରେ ଚିକିତ୍ସିତ ହେଉଛନ୍ତି , ସେ ଦୁଇଜଣ ମଧ୍ୟ ଖୁବ ଶିଘ୍ର ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଆଶାପ୍ରକଟ କରାଯାଇଛି । ଭୁବନେଶ୍ୱର ଓ ମାଲକାନଗିରି ଜିଲ୍ଲା କୋଭିଡ ହସପିଟାଲରେ କରୋନା ଯୋଦ୍ଧା ଡାକ୍ତର,ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ମାନେ ରାତିଦିନ ପରିଶ୍ରମ କରି କରୋନା ଆକ୍ରାନ୍ତ ମାନଙ୍କୁ ଚିକିତ୍ସିତ କରି ସୁସ୍ଥ କରିଦେଇଥିବାରୁ ଆକ୍ରାନ୍ତଙ୍କ ପରିବାର ଓ ଜିଲ୍ଲାବାସୀ ଏହି କରୋନା ଯୋଦ୍ଧା ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଶେଷ କରି ଏମଭି୭୨,ଏମଭି୭୩ ସଙ୍ଗରୋଧ କେନ୍ଦ୍ରରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମଣ ଠାରୁ ସତର୍କ ରହିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏଥିରେ କେହି ଭୟଭିତ ହୁଅନ୍ତୁନାହିଁ,ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ,ସମସ୍ତେ ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତା ବଜାୟୀ ରଖନ୍ତୁ ଓ ସବ ର୍ସାଧରଣ ସ୍ଥାନରେ ଛେପ ପକାନ୍ତୁ ନାହିଁ, ସରକାର ଓ ଜିଲ୍ଲାପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନୀୟମ କୁ ମାନନ୍ତୁ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲାବାସୀଙ୍କୁ ପରାମର୍ଶ ଦିଆ ଯାଇଛି ।