Odiapua.com

ମାଲକାନଗିରି ସୀମାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ, ମାଓବାଦୀ ଯବାନ ଗୁଳି ବିନିମୟ, ୫ ମାଓବାଦୀ ନିହତ, ୪ ଯବାନ ଆହତ, ପ୍ରେସର ମାଇନ ଉଦ୍ଧାର

ମାଲକାନଗିରି, ୧୨ା୧୧ (ଓଡିଆ ପୁଅ ) ଆଜି ଠାରୁ ମାଲକାନଗିରି ଜିଲ୍ଲାସୀମାନ୍ତ ଛତିଶଗଡ ରାଜ୍ୟରେ ନିର୍ବାଚନ ଆରମ୍ଭ ହେଉଥିବାରୁ ଏହାକୁ ଭଣ୍ଡୁର କିରବାପାଇଁ ମାଓବାଦୀ ମାନେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟାଇ ଚାଲିଛନ୍ତି। ଛତିଶଗଡ ରାଜ୍ୟର ୮ଟି ଜିଲ୍ଲାରେ ଆଜି ପ୍ରଥମ ପର୍ଯ୍ୟାୟନିର୍ବାଚନ ସରିଯାଇଛି। ମାଓବାଦୀ ମାନେ କେଉଁଠି କାଁ ଭାଁ ହିଂସାକାଣ୍ଡ ଘଟାଇ ଥିବାବେଳେ ଅନେକ ସ୍ଥାନରେ ଶାନ୍ତିସୃଙ୍ଖଳାର ସହିତ ଗ୍ରାମବାସୀ ମାନେ ଭୋଟ କେନ୍ଦ୍ରକୁ ଆସି ମତଦାନ କରିଥିଲେ। ଆଜି ସକାଳେ ମାଲାକନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲା ପୁଲିସଙ୍କୁ ମିଳିଛି ଏକ ବଡ ସଫଳତା। କୋବ୍ରା ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବନିମୟ ଘଟି ୫ଜଣ ମାଓବାଦୀ ନିହତ ହୋଇଥିବାବେଳେ ୪ଜଣ ଯବାନ ସାମାନ୍ୟ ଆହତ ହୋଇଥିବାର ଜଣାପଡିଛି। ବିଜାପୁର ଜିଲ୍ଲାରେ ନିର୍ବାଚନ ହେଉଥିବାରୁ ପାମେଡେ ଥାନା ନିକଟବର୍ତି ଜଙ୍ଗଲକୁ କୋବ୍ରାବାହିନୀର ଯବାନ ମାନେ କଂମ୍ବି ଅପରେସନରେ ଯାଇଥିଲେ। ସେମାନେ ଘଚଂଜଙ୍ଗଲରେ ପହଁଚି ମାଓସର୍ଚ ଅପରେସନ ଆରମ୍ଭ କରିଦେଇଥିଲେ, ଠିକ୍ ସେହିସମୟରେ ଯବାନ ମାନଙ୍କ ଉପରକୁ ମାଓବାଦୀ ମାନେ ଗୁଳିଚଳାଇଥିଲେ।ପାଲଟା ଜବାବରେ ଯବାନ ମାନେ ମାଓବାଦୀ ଙ୍କ ଉପରକୁ ମଧ୍ୟ ଗୁଳିଚାଳନା କରିଥିଲେ। ଉଭୟଙ୍କ ମଧ୍ୟରେ ଦୀର୍ଘ୪ଘଟାଂ ଧରି ଗୁଳିବନିମୟ ହୋଇଥିଲା, ଯବାନ ଙ୍କୁ ସାମନା କରି ନପାରି ମାଓବାଦୀ ମାନେ ଘଚଂଜଙ୍ଗଲରେ ଛତ୍ରଭଙ୍ଗଦେଇ କ୍ୟାମ୍ପରୁ ଲୁଚିପଳାଇଥିଲେ। ପରେ ଯବାନ ମାନେ ଜଙ୍ଗଲରେ ସର୍ଚ ଅପରେସନ କରିବାରୁ ସେହି ଜଙ୍ଗଲ ମଧ୍ୟରୁ ୫ଜଣ ମାଓବାଦୀଙ୍କର ମୃତଶରୀର ସହ ବନ୍ଧୁକ, ବିସ୍ପୋରକ ଦ୍ରବ୍ୟସହିତ ଅନେକ ମାଓସମଗ୍ରୀ ମିଳିଥିଲା। ଅଧିକ ମାଓବାଦୀ ମୃତ ଆହତ ହୋଇଥିବା ସନ୍ଦେହରେ ସେ ଜଙ୍ଗଲରେ ଯବାନ ମାନେ ସର୍ଚ ଅପରେସନ ଚାଲିଥିବାର ପୁଲିସ ସୂଚନାଦେଇ ଛନ୍ତି। ମୃତ ମାଓବାଦୀ ମାନଙ୍କର ପରିଚୟ ମିଳି ନାହିଁ, ସେମାନେ ଦରଭାଡିଭିଜନ ବିଜାପୁର ଦଳମର ମାଓବାଦୀ ହୋଇଥିବାର ପୁଲିସ ସନ୍ଦେହକରି ତଦନ୍ତ ଚଳାଇଛନ୍ତି। ମାଓବାଦୀଙ୍କ ଗୁଳିରେ ସାମାନ୍ୟ ଆହତ ହୋଇଥିବା ୪ଜଣ ଯବାନଙ୍କୁ ନିକଟସ୍ଥ ହସପିଟାଲକୁ ନିଆ ଯାଇ ଚିକିତ୍ସା କରାଯାଇଛି, ସେହି ଯବାନ ମାନେ ବିପଦମୁକ୍ତ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ଠିକ ସେହିପରି ମାଓବାଦୀ ମାନେ ବସ୍ତର, ଦନ୍ତେଓ୍ୟାର୍ଡା, କାଙ୍କେର, କଟେକଲ୍ୟାଣ ଅଚଂଳର ବିଭିନ୍ନ ଭୋଟ କେନ୍ଦ୍ର ନିକଟରେ ଯବାନ ମାନଙ୍କୁ ଟାର୍ଗେଟ କରି ଆଇଡି ବିସ୍ପୋରଣ କରିଥିଲେ ମଧ୍ୟ ଯବାନ ମାନେ କୌଶଳରେ ବିସ୍ପୋରଣ ସ୍ଥାନରୁ ଖସିଆସିବା ସହ ଅନେକ ସ୍ଥାନରୁ ପ୍ରେସର ମାଇନ ଓ ବମ ଉଦ୍ଧାର କରି ମାଓବାଦୀ ମାନଙ୍କ ଯୋଜନାକୁ ପଣ୍ଡକରିଦେଇଛନ୍ତି। ଏହି ସବୁ ଅଚଂଳରେ କଡାସୁରକ୍ଷା ମଧ୍ୟରେ ନିର୍ବାଚନ ହୋଇଯାଇଛି। ଆଜି ପ୍ରଥମ ପର୍ଯ୍ୟାୟରେ ଛତିଶଗଡ ରାଜ୍ୟର ସୁକୁମା, ବିଜାପୁର, ଦନ୍ତେଓ୍ୟାର୍ଡା, ନରାୟଣପାଟଣା, ରାଜନନ୍ଦଗାଁ କୋଣ୍ଡାଗାଁ, ବସ୍ତର ଜିଲ୍ଲାରେ ନିର୍ବାଚନ ହୋଇ ଯାଇଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟରେ ଥମୁନି ମାଓବାଦୀଙ୍କ ହିସାଂକାଣ୍ଡ, ପ୍ରତି ଦିନ କେଉଁଠି ନା କେଉଁଠି ହିଂସାକାଣ୍ଡ ଘଟାଇ ପୁଲିସକୁ ହରଡ ଘଣାରେ ପକାଇ ଛାଲିଛନ୍ତି। ମାଓବାଦୀଙ୍କ ଦୃଢବିରୋଧ ସ୍ୱତ୍ୟେ ଆଜି ଛତିଶଗଡ ରାଜ୍ୟର ୮ଟି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ କଡା ସରୁକ୍ଷା ମଧ୍ୟରେ ଅନୁଷ୍ଟିତ ହୋଇ ଯାଇଛି। ମାଓପ୍ରବଣ ଅଚଂଳର ଗ୍ରାମବାସୀ ମାନେ ମାଓବାଦୀଙ୍କ ଧମକକୁ ଭୃକ୍ଷେପ ନକରି ବିଭିନ୍ନ ଭୋଟକେନ୍ଦ୍ରରେ ଧାଡିରେ ଛିଡା ହୋଇ ନିଜ ନିଜ ମତଦାନ ଉପସ୍ଥାପନ କରିଥିଲେ।କିଛି ସ୍ଥାନରେ ମାଓବାଦୀମାନେ କାଁ ଭାଁ ହିଂସାକାଣ୍ଡ ଘଟାଇ ଥିବା ବେଳେ ପୁଲିସ ଓ ଯବାନ ମାନେ ସେମାନଙ୍କୁ ମୁକାବିଲାକରି ମାଓପ୍ରବଣ ଭୋଟକେନ୍ଦ୍ର ଗୁଡିକରେ ଶାନ୍ତିଶୃଙ୍ଖଳାର ସହିତ ନିର୍ବାଚନ କରାଇଛନ୍ତି। ବିଶେଷ କରି ମାଲକାନଗିରି ଜିଲ୍ଲାକୁ ଲାଗି ଥିବା ସୀମାନ୍ତ ସୁକୁମା ଜିଲ୍ଲାର ବଡବରୁଦି, ଝାପରା, ସୁଆପାଲି, ଆଦି ଗ୍ରାମଗୁଡିକରେ ଶାନ୍ତିସୃଙ୍ଖଳାର ସହିତ ନିର୍ବାଚନ ହୋଇଛି, ଆଦିବାସୀ ମହିଳା, ପୁରୁଷ, ଯୁବକ ଓ ଯବତୀ ଭୋଟର ମାନେ ବିଭିନ୍ନ ଭୋଟକେନ୍ଦ୍ର ଗୁଡିକରେ ଧାଡିରେ ଛିଡାହୋଇ ନିଜ ନିଜ ମତଦାନ ସାବ୍ୟସ୍ତ କରିଛନ୍ତି ସୁକୁମା ଜିଲ୍ଲା ଓ ମାଲକାନଗିରି ଜିଲ୍ଲାପୁଲିସ ପ୍ରଶାସନ ପକ୍ଷରୁ ଏହି ସବୁ ସୀମାନ୍ତ ବର୍ତି ଅଚଂଳରେ କଡା ସୁରକ୍ଷା ବ୍ୟବସ୍ଥା ସହ ସୀମାସିଲକରି ଜିଲ୍ଲାରେ ହାଇଆଲର୍ଟ ଜାରିକରିଛନ୍ତି।