Odiapua.com

ମାଲକାନଗିରି ସଂସ୍କୃତି ଭିଭାଗ ପକ୍ଷରୁ ନାଟକ ଗାନ୍ଧିଙ୍କ ଓଡିଶା ମଚଂସ୍ଥ

ମାଲକାନଗିରି,୨୩ା୩ (ଓଡିଆ ପୁଅ ) ମହାତ୍ମାଗାନ୍ଧିଙ୍କ ଓଡିଶା ଆଗମନର ୧୦୦ ବର୍ଷ ପୂର୍ତି ଅବସରେ ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରେ ଥିବା ସଂସ୍କୃତି ଭବନଠାରେ ଓଡିଶା ନାଟକ ଏକାଡାମୀ ଓ ଜିଲ୍ଲାସଂସ୍କୃତି ବିଭାଗ ପକ୍ଷରୁ ନାଟକ ଗାନ୍ଧିଙ୍କ ଓଡିଶା ମଚଂସ୍ଥ ହୋଇଯାଇଛି । ଆଜି ସନ୍ଧ୍ୟାରେ ସଂସ୍କୃତି ଭବନଠାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲାପରିଷ ଅଧ୍ୟକ୍ଷ ଦଶରଥପଡିଆମି,ସମ୍ମାନିତ ଅତିଥି ଭାବେ ଜିଲ୍ଲାସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି,ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ ସ୍ନିଗ୍ଧା ରାଣି ଚୌଧୁରୀ ପ୍ରମୁଖ ଯୋଗଦେଇ ଉତ୍ସବଟିକୁ ଉଦଘାଟନ କରିଥିଲେ । ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଅତିଥି ମାନେ ଗାନ୍ଧୀଙ୍କ ଓଡିଶା ଆଗମନର ୧୦୦ବର୍ଷର ପୁର୍ତିର ବାର୍ତାଦେଇ ଯୁବ ପିଢିଙ୍କୁ ଉତ୍ସାହିତ କରିଥିଲେ । ଧିରେ ଧିରେ ନାଟ୍ୟକଳା ଲୋପ ପାଇ ଯାଉଥିବା ବେଳେ ଓଡିଆ ଭାଷୀ ସାହିତ୍ୟ ସଂସ୍କୃତି ବିଭାଗ ,ଓଡିଶା ସଙ୍ଗିତ ନାଟକ ଏକାଡେମୀ ପକ୍ଷରୁ ନାଟ୍ୟକାର ଶଙ୍କର ତ୍ରୀପାଠୀ ଙ୍କ ଦ୍ୱାରା ରଚିତ ନାଟକ ଗାନ୍ଧିଙ୍କ ଓଡିଶା ମଚଂସ୍ଥ ହୋଇଥିଲା । ବିଶିଷ୍ଠ ଅଭିନେତା ଓ କଳାକାର ଜୟନ୍ତ କୁମାର ସାନ୍ତା ଏହି ନାଟକ ଟିର ପ୍ରଜୋଜନା ଓ ନିର୍ଦ୍ଦେଶନା ଦେଇଥିବା ବେଳେ ମାର୍ଶଲ ଆର୍ଟ ଏକାଡାମୀର ମୁଖ୍ୟ ବିନାଶ କୁମାର ମିଶ୍ର ଓ ଚନ୍ଦ୍ରସେଖର ପୁଜାରୀ ପ୍ରଯୋଜନା ଓ ନିର୍ଦ୍ଦେଶନାରେ ସହାୟତା କରିଥିଲେ । ଏହି ନାଟକରେ ମାର୍ଶଲ ଆର୍ଟ ଏକାଡେମୀର ଆଦିବାସୀ ଛାତ୍ର ଛାତ୍ରୀ ଓ ସ୍ଥାନୀୟ କିଛି ଯୁବକଳାକାର ମାନେ ବିଭିନ୍ନ ଭୁମିକାରେ ସୁନ୍ଦର ଭାବେ ଅଭିନୟ କରି ଦର୍ଶକ ମାନଙ୍କ ମନମୋହିଥିଲେ । କୋଭିଡ ନିୟମ ପାଳନ କରି ଶତାଧିକ ଦର୍ଶକ ଉପସ୍ଥିତ ରହି ନାଟକ ର ପ୍ରତିଦୃଶ୍ୟଟିକୁ ମନଭରି ଉପଭୋଗ କରିଥେଲେ ।