Odiapua.com

ମାଲକାନଗିରି ଶ୍ରମଜୀବୀ ସଗଠନ ଓ ମହିଳା ଶ୍ରମଜୀବୀ ସଗଠନ ତରଫରୁ ଶିକ୍ଷା ସ୍ୱାସ୍ଥ୍ୟ ଆମ ଅଧିକାର ଜଵାଵ ଦିଅ ମୋ ସରକାର ସାଇକେଲ ଶୋଭାଯାତ୍ରା

ମାଲକାନଗିରି, ୧୫-୧୧ (ଓଡ଼ିଆ ପୁଅ) ମାଲକାନଗିରି ଶ୍ରମଜୀବି ସଂଘଠନ ପକ୍ଷରୁ ବିଭିନ୍ନ ଦାବି ନେଇ ସାଇକେଲ ଶୋଭାଯାତ୍ରା ସ୍ଥାନୀୟ ମଲିକେଶ୍ୱର ମନ୍ଦିର ଠାରୁ ଆରମ୍ଭ ହୋଇ ଡିସେମ୍ବର ୧୦ ତାରିଖରେ ଭୁବନେଶ୍ୱର ପର୍ଯ୍ୟନ୍ତ ଯିବା ପାଇଁ ସ୍ଥିର କରାଯାଇଛି। ଏଥିରେ ଶିକ୍ଷା ସ୍ୱାସ୍ଥ୍ୟର ସମସ୍ୟା ଗୁଡିକ ଏକତ୍ର କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯିବ। ଏଥିରେ ମୁଖ୍ୟ ଅତିଥି ଭାବେ ମାନସ ମାଡ଼କାମି, ଅଧ୍ୟଷ, ଆଦିଵାସୀ ବିକାଶ ପରିଷଦ, ମାଲକାନଗିରି, ମୁଖ୍ୟ ଵକ୍ତା ଶ୍ରୀଯୁକ୍ତ ଅଶୋକ ପଟନାୟକ, ସିୱସି ଅଧଷ, ମାଲକାନଗିରି, ସଂଗଠନର ଜିଲ୍ଲା ସଭାପତି ଘାସିରାମ ଗୁଟା, ରେଲି ଖିଲ, ଧବଲୁ ବେହେରା,ଉର୍ମିଲା ପଡ଼ିଆମି, ପ୍ରମୁଖ ସଭାକାର୍ଯ୍ୟ ପରିଚାଳନା କରିଥିଲେ ଏବଂ ସାଇକେଲ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ।