Odiapua.com

ମାଲକାନଗିରି ଶିଶୁଗୃହ ର ଦୁଇ ଅନ୍ତେବାସୀ ଜାତୀୟସ୍ତର ହୋସଲା ପ୍ରତିଯୋଗୀତା ରେ ଭାଗନେବେ

ମାଲକାନଗିରି,୧୩ା୧୧ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଶିଶୁଗୃହର ଦୁଇଜଣ ଗରିବ ଆଦିବାସୀ ଛାତ୍ର ଛାତ୍ରୀ ଜାତୀୟସ୍ତରରେ ଆୟୋଜିତ ହୋସଲା ପ୍ରତିଯୋଗୀତା ରେ ଭାଗନେବାକୁ ମନୋନିତ ହୋଇଛନ୍ତି । ମହିଳା ଓ ଶିଶୁବିକାଶ ସଂସ୍ଥା ପକ୍ଷରୁ  ଭୁବନେଶ୍ୱର ଠାରେ ଆୟୋଜିତ ରାଜ୍ୟସ୍ତର ହୋସଲା ପ୍ରତିଯୋଗୀତାରେ ରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ଶିଶୁଗୃହରେ ରହି ଆଧ୍ୟୟ ନକରୁଥିବା ୨୮ଜଣ ଗରିବ  ଆଦିବାସୀ ଛାତ୍ର ଓ ଛାତ୍ରୀ  ଆୟୋଜିତ ବିଭିନ୍ନପ୍ରତି ଯୋଗାତୀ ରେ ଭାଗନେଇଥିଲେ । ମାଲକାନଗିରି ଜିଲ୍ଲା ମାର୍କେଲଗୁଡା ଠାରେ ଥିବା ଟାଗୋର ସୋସାଇଟ ଶିଶୁ ଗୃହରେ ରହି ଅଧ୍ୟୟନକରୁଥିବା ଗରିବ ଆଦିବାସୀ ଛାତ୍ରୀ ରିମ୍ଝିମ୍ ମାଡକାମି ବାଳିକା ବିଭାଗର ୧୦୦ ମିଟର ଦୌଡ ଓ ଲଙ୍ଗଜମ୍ପରେ ରାଜ୍ୟସ୍ତରରେ ଦୁଇଟି ବିଭାଗରେ ପ୍ରଥମସ୍ଥାନ ପାଇ ଥିବା ବେଳେ ମାଲକାନଗିରି ଠାରେ ଥିବା ପରିବର୍ତନ ଶିଶୁଗୃହର ଗରିବ ଛାତ୍ର ଶଙ୍କର ଘୋଷ ପ୍ରବନ୍ଧ ପ୍ରତି ଯୋଗୀତାରେ ରାଜ୍ୟସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଗତ୧୨ତାରିଖରେ ରାଜ୍ୟସ୍ତର ହୋସଲା ଉଦଯାପନୀ ଉତ୍ସବ ଆବସରରେ ରାଜ୍ୟ ମହିଳା ଓ ଶିଶୁକଲ୍ୟାଣ ମନ୍ତ୍ରୀ ପ୍ରଫୁଲ ସାମଲ ମୁଖ୍ୟଅତିଥି ଭାବେ ଯୋଗଦେଇ ମାଲକାନଗିରି ଜିଲ୍ଲାର ଏହି ଦୁଇ ବିଜୟୀ ପ୍ରତିଯୋଗୀ ଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନକରିଛନ୍ତି । ଆସନ୍ତା ୨୬ତାରିଖରୁ ୨୯ତାରିଖ ପର୍ଯ୍ୟନ୍ତ ନୁଆଦିଲ୍ଲୀଠାରେ ଆୟୋଜିତ ଜାତୀୟସ୍ତର ହୋସଲା ପ୍ରତି ଯୋଗୀତା ରେ ଏହି ଦୁଇଜଣ ଭାଗନେବା ପାଇଁ ମନୋନିତ ହୋଇଛନ୍ତି । ଚଳିତ ବର୍ଷ ପ୍ରଥଥରକରି ବିଭିନ୍ନ ଶିଶୁଗୃହର ଅନ୍ତେ ବାସୀଙ୍କୁ ନେଇ ଶିଶୁ ଓ ମହିଳା କଲ୍ୟାଣ ବିଭାଗ ପକ୍ଷରୁ ହୋସଲା ନାମରେ କ୍ରୀଡା,ସଂଗୀତ,ବକୃତା,ପ୍ରବନ୍ଧ ସହ ବୁଦ୍ଧିପରୀକ୍ଷା ପ୍ରତି ଯୋଗାତୀ ରାଜ୍ୟ ଓ ଜାତୀୟ ସ୍ତରରେ ଆରମ୍ଭ କରିଛନ୍ତି । ରାଜ୍ୟର ୩୦ଟି ଜିଲ୍ଲାର ବିଭିନ୍ନ ଶିଶୁଗୃହରୁ ପ୍ରାୟ୬୦୦ରୁଉର୍ଦ୍ଦ ଅନ୍ତେବାସୀ ଗତ ୧୧ ଓ ୧୨ତାରିଖରେ ଭୁବନେଶ୍ବର ଠାର ଆୟୋଜିତ ରାଜ୍ୟସ୍ତର ହୋସଲା ପ୍ରତିଯୋଗୀତାରେ ଭାଗନେଇଥିଲେ । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଆଦିବାସୀ ଛାତ୍ରୀ ରିମଝିମ ମାଡକାମି ଦୌଡ ଓ ଲଙ୍ଗଜମ୍ପ ଦୁଇଟି ପ୍ରତି ଯୋଗୀତା ରେ ପ୍ରଥମସ୍ଥାନ ଓ ଶଶାଙ୍କ ଘୋଷ ପ୍ରବନ୍ଧପ୍ରତି ଯୋଗୀତାରେ ରାଜ୍ୟସ୍ତରେ ଦ୍ୱିତୀୟ ସ୍ଥାନ ଅଧିକାର କରି ଜାତୀୟସ୍ତର ହୋସଲା ପ୍ରତି ଯୋଗୀତାରେ ଭାଗନେବାକୁ ମନୋନିତ ହୋଇଥିବାରୁ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମି,ବିଧାୟକ ମାନସ ମାଡକାମି,ସ୍ୱତନ୍ତ୍ର ଆଦିବାସୀ ବିକାଶପରିଷଦ ଅଧ୍ୟକ୍ଷ ଆଡମା ରାବା,ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ,ଏସପି ଜଗମୋହନ ମୀନା,ଅତିରିକ୍ତ ଜିଲ୍ଲାପାଳ ଅଯୋଧ୍ୟାକାନ୍ତ ସତପଥୀ,ପିଡି ଡିଆରଡିଏ ଲିଙ୍ଗରାଜ ପଣ୍ଡା,ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ପିଏ ଆଇଟିଡିଏ ରାମକୃଷ୍ଣଗଣ୍ଡ, ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ ମାନସ କୁମାର ମିଶ୍ର,ଜିଲ୍ଲାକ୍ରୀଡା ଅଧିକାରୀ ଜ୍ଞାନେନ୍ଦ୍ର ବଢାଇ, ବନବାସୀ ଗବେଷକ ତଥା ସାହିତ୍ୟଏକାଡେମୀ ସଦସ୍ୟ ରତ୍ନାକରଦାଶ,ଜିଲ୍ଲା ଶିଶୁମଙ୍ଗଳ କମିଟି ଅଧ୍ୟକ୍ଷ ଅଶୋକ କୁମାର ପଟନାୟକ,ଜିଲ୍ଲାଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଚନ୍ଦ୍ର ଦାସ,ଜିଲ୍ଲା ମହିଳା ଶିଶୁ କଲ୍ୟାଣ ଅଧିକାରୀ ସ୍ୱର୍ଣ୍ଣଲତା ବିଶ୍ୱାସ , ଟାଗୋର ସୋସାଇଟ ଓ ପରିବର୍ତନ ଶିଶୁଗୃହ ଅଧିକାରୀ ମାନଙ୍କ ସହିତ ଜିଲ୍ଲାବାସୀ ଏହି ଦୁଇ ବିଜୟୀପ୍ରତି ଯୋଗୀଙ୍କୁ ବଧେଇ ଜଣାଇ ଜାତୀୟସ୍ତର ପ୍ରତି ଯୋଗୀତାରେ କୃତିତ୍ବ ହାସଲ କରି ବିଜୟୀ ହୋଇ ଜିଲ୍ଲାର ନାମଟେକ ରଖିବାପାଇଁ କାମନା କରିଛନ୍ତି ।