Odiapua.com

ମାଲକାନଗିରି ରୋଟାରି କ୍ଲବର ତୃତୀୟ ବାର୍ଷିକ ଉତ୍ସବ,ଇର୍ମାବାକା ସ୍ୱତନ୍ତ୍ର ଦିବ୍ୟାଙ୍ଗ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ

ମାଲକାନଗିରି,୩ା୧୨  (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା  ରୋଟାରୀକ୍ଲବର ତୃତୀୟ ବାର୍ଷିକୀ ଉତ୍ସବ ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାରୋଟାରୀ କ୍ଲବର ସଭାପତି ଜି.ଶ୍ୟାମ ବାବୁ ଦୋରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି । ଏହି  ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ରୋଟାରୀ ଗଭର୍ନର ଭବାନୀ ପ୍ରସାଦ ଚୈଧୁରୀ, ସମ୍ମାନିତ ଅତିଥି ଭାବେ ବରିଷ୍ଟ ରୋଟାରିଆନ ଆଶୁତୋଷ ରଥ ଯୋଗଦେଇ ରୋଟାରିୟାନ ମାନଙ୍କ କର୍ତବ୍ୟ,ସମାଜ ସେବା ଓ ଏହିକ୍ଲବ ମାଧ୍ୟମରେ ସମାଜର ଅନେକ ହିତକର କାର୍ଯ୍ୟ କରାଯାଇପାରିବ ବୋଲି  କହିଥିଲେ ।ଏହି କାର୍ଯ୍ୟକ୍ରମରେ ପୁର୍ବତନ ସଭାପତି ସୁଶାନ୍ତ କୁମାର ସାମଲ,ସଂପାଦକ ଗୌରି ଶଙ୍କର ପଣ୍ଡା, ଜଗଦିଶ ତ୍ରୀପାଠୀ, ସୁରେନ୍ଦ୍ର ନାଥ ପାଢି,, ଦେବବ୍ରତ ସାନା,ଲବ ସାହୁ,ପ୍ରତାପ ସାହୁ,ମାନିକ ଲାଲ ଚକ୍ରବର୍ତି, ଜେନା ମଣି,କେ. ରାମୁ,ପ୍ରମୁଖ ରୋଟାରୀକ୍ଲବର କର୍ମକର୍ତା ଓ ସଭ୍ୟ ମାନେ ଉପସ୍ଥିତ ଥିଲେ । ବାର୍ଷିକ ଉତ୍ସବ ପରେ ଗଭର୍ନର ଶ୍ରୀ ଚୈଧୁରୀ ଙ୍କ ସହିତ ସମସ୍ତ ସଭ୍ୟମାନେ ମାଥିଲି ବ୍ଲକ ର ଆଦିବାସୀ ଅଧ୍ୟୁଷିତ ନାୟକଗୁଡା ଗ୍ରାମରେ ଥିବା ସ୍ବାଧିନତା ସଂଗ୍ରାମୀ ଇର୍ମାବାକା ସ୍ମରଣୀୟ ଜିଲ୍ଲା ସ୍ୱତନ୍ତ୍ର ଦିବ୍ୟାଙ୍ଗ ବିଦ୍ୟାଳୟ ପରିଦର୍ଶନ କରିଥିଲେ,  ଅନ୍ତେବାସୀ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ପଚାରି ବୁଝି ଥିଲେ । ସେ ବିଦ୍ୟାଳୟ କୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରି ଜଳ ଓ ପରିମଳ ବ୍ୟବସ୍ଥା ପ୍ରତି ପ୍ରଥମେ ଧ୍ୟାନଦିଆ ଯିବ ବୋଲି ରୋଟାରୀ ଗଭର୍ନର ଶ୍ରୀ ଚୈଧୁରୀ କହିଥିଲେ । ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନେ ବହୁତ ଖୁସି ହୋଇ ରୋଟାରିଆନ ମାନଙ୍କୁ ପୁସ୍ପଗୁଚ୍ଛ ଦେଇ ପାଛୋଟି ନେଇଥିଲେ ।