Odiapua.com

ମାଲକାନଗିରି ରେ ୧୨୪ଜଣ ଗର୍ଭବତୀ ମହିଳା ଙ୍କୁ ମା ଗୃହ ଓ ତଳିଆ ଅଚଂଳ ୬୨୦୦ଜଣଙ୍କୁ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର

ମାଲକାନଗିରି,୨୬ା୯ (ଓଡିଆ ପୁଅ ) ସମ୍ଭାବ୍ୟ ବାତ୍ୟା ଗୁଲାବ ର ଆଗମନ ର ପୁବ ର୍ସୂଚନା ର ଆଭାସ ଆଜି ସନ୍ଧ୍ୟାରୁ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ଏହି ବତ୍ୟାକୁ ମୁକାବିଲା କରିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ସରି ଯାଇଛି ଜିଲ୍ଲାର କାଲିମେଳା,ମୋଟୁ ,ପଡିଆ,ମାଥିଲି ,କୋରକୁଣ୍ଡା ଅଚଂଳର ବିଭିନ୍ନ ଗ୍ରାମରେ ଥିବା ପ୍ରାୟ ୧୨୪ରୁ ଉର୍ଦ୍ଦ ଗର୍ଭବତୀ ମହିଳା ମାନଙ୍କୁ ନିକଟସ୍ଥ ହସପିଟାଲର ସୁରକ୍ଷିତ ମା ଗୃହରେ ରଖାଯାଇଛି ।ବିଭିନ୍ନ ସ୍ଥାନର କଚାଘରେ ଓ ତଳିଆ ଅଚଂଳରେ ଥିବା ୬୨୦୦ଜଣ ଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳକୁ ରବିବାର ସନ୍ଧ୍ୟା ସୁଦ୍ଧା ସ୍ଥାନାନ୍ତରିତ କରା ଯାଇ ସେମାନଙ୍କୁ ସୁଖିଲା ଖାଦ୍ୟ ଓ ରନ୍ଧାଖାଦ୍ୟ ଯୋଗାଇ ଦିଆ ଯାଇଛି । ବିଭିନ୍ନ ନଦୀ ନାଳ ବନ୍ୟାପ୍ରଭାବିତ ଅଚଂଳରେ ୬ଟି ଉଡ୍ରାପ ଟିମ ସହିତ ଗୋଟିଏ ଏନଡିଆରଏଫ ଟିମ ଙ୍କୁ ମୂତୟନ କରାଯାଇଛି । ନିଚା ପୋଲ ଓ ନଦୀ ଘାଟ ମାନଙ୍କରେ ପୁଲିସ ଦମକଳବାହିନୀ ଙ୍କୁ ସଜାଗ ରଖାଯାଇଛି । ବାତ୍ୟାପ୍ରଭାବିତ ଅଚଂଳବାସୀଙ୍କୁ ଘରୁ ବାହରକୁ ନବାହିରିବା ସହିତ କଚା ଘରେ ରହୁଥିବା ଲୋକମାନେ ଉଚାସ୍ଥାନ ଓ ନିକଟସ୍ଥ ଆଶ୍ରୟସ୍ଥଳକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି । ବିଶେଷ କରି ଖଇରପୁଟ ବ୍ଲକସ୍ଥ ମୁଦୁଲିପଡା ,ଅଣ୍ଡ୍ରାହଲ ବଣ୍ଡା ଘାଟିରେ ଭୂସ୍କଳନ ଆଶାଙ୍କା ରହିଥିବାରୁ ସେଠାରେ ଉଡ୍ରାପ ଟିମ ସହିତ ବ୍ଲକ,ତହସିଲ କର୍ମଚାରୀ ମାନଙ୍କୁ ମୂତୟନ ରଖ।।ଇଛି । ମୋଟୁ, ଆଲମା,ପେଟା,ସିମିଳି ବାଚ୍ଛାଂ,ମାଥିଲି ଧୁଙ୍ଗିଆପୁଟ ଅଟଳଗୁଡା ଗ୍ରାମସହିତ ଅନ୍ୟାନ ତଳି ଓ ବାତ୍ୟା ପ୍ରଭାବିତ ଅଚଂଳ ଗୁଡିକରେ ମଧ୍ୟ ଅଗ୍ନିଶମ ବିଭାଗ କର୍ମଚାରୀ ଉଡ୍ରାପ ଟିମ କର୍ମଚାରି ମାନେ ଚବିଶି ଘଟିଂଆ ଡିୟୁଟି କରୁଛନ୍ତି । ଜିଲ୍ଲାରେ ୬୨ଟି ଗ୍ରାମର୩ହଜାର କଚାଘର ରହିଛି,ଏହି ଗ୍ରାମବାସୀଙ୍କୁ ୪୭ଟି ବାତ୍ୟା ଆଶ୍ରୟ ସ୍ଥଳୀରେ ରଖିବା ପାଇଁ ବ୍ୟବସ୍ଥା କରା ଯାଉଛି । ବର୍ଷାହେଲେ ମ୍ୟାଲେରିଆ ଜ୍ୱର ଓ ଝାଡାବାନ୍ତିରେ ଅନେକ ଗ୍ରାମ ବାସୀ ଆକ୍ରାନ୍ତ ହୋଇଥାନ୍ତି , ଏହାର ପ୍ରତିକାର ପାଇଁ ବିଭିନ୍ନ ଗାଁ ଗୁଡିକରେ ଫଗିଙ୍ଗ୍ ,ଡିଡିଟି ର୍ସ୍ପେ କରିବା ସହ ବିଭିନ୍ନ ଅଙ୍ଗନଓ୍ୟାର୍ଡି କେନ୍ଦ୍ର ଏଏନଏମ ସେଣ୍ଡର,ସ୍କୁଲଗୁଡିକରରେ ଔଷଧ ସାଲାଇନ ଗଛିତ ରଖି , ସ୍ୱାସ୍ଥ୍ୟକର୍ମୀ ମାନେ ସଜାଗ ରହିଛନ୍ତି । ବିଡିଓ ତହସିଲଦାର ମାନଙ୍କୁ ବନ୍ୟାଚଂଳ ଚିହ୍ନଟ କରି ସେଠାରେ ଡଙ୍ଗା, ମଟୋରବୋଟ,ଲାଇଫ ଜାକେଟ,ତାରପଲିନ ବ୍ୟବସ୍ଥା କରିଛନ୍ତି । ଜିଲ୍ଲାରେ ମାଥିଲି ବ୍ଲକରେ ୫ଟି ସ୍ଥାନ,କୋରକୁଣ୍ଡା ବ୍ଲକରେ ଚାରୋଟି ସ୍ଥାନରେ ,କୁଡୁମୁଲୁଗୁମ୍ମା ବ୍ଲକର ଗୋଟିଏ ସ୍ଥାନରେ,ପଡିଆବ୍ଲକର ୧୪ଟି ସ୍ଥାନରେ,ମାଲକାନଗିରି ବ୍ଲକ ୩ଟି ସ୍ଥାନରେ ,କାଲିମେଳା ବ୍ଲକର ୫ଟି ସ୍ଥାନରେ ବନ୍ୟା ହୋଇଥାଏ ବୋଲି ଚିହ୍ନଟକରା ଯାଇଛି । ଏହି ସବୁ ଗ୍ରାମବାସୀଙ୍କୁ ବନ୍ୟା ଦାଉରୁ ରକ୍ଷାକରିବା ଓ ସୁରକ୍ଷା ଦେବା ପାଇଁ ବିଭିନ୍ନ ସ୍ଥାୟୀ ଓ ଅସ୍ଥାୟୀ ଆଶ୍ରୟସ୍ଥଳି କ ସ୍ଥାନାନ୍ତରିତ କରାଯାଇଛି । ମାଲାକନଗିରି ଜିଲ୍ଲାରେ ଜିରୋ କାଜୁଆଲଟି କିମ୍ବା ବନ୍ୟାରେ ଯେପରି କୌଣସି ଗ୍ରାମବାସୀଙ୍କ ଗାଇ ଗୋରୁ ଙ୍କର କିଛି କ୍ଷତି ନଘଟିବ ସେଥିପ୍ରତି ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀ ମାନଙ୍କୁ ସଜାଗ ରଖାଯାଇଛି,ସମସ୍ତ ବ୍ଲକ ଓ ଜିଲ୍ଲାସଦର ମହକୁମା ଠାରେ ବତ୍ୟା ସୁଚନା ଦେବା ପାଇଁ ୨୪ଘଟିଂଆ କଟ୍ରୋଂଲ ରୁମ ଖୋଲା ଯାଇ ଫୋନ ନମ୍ବର ଜାରି କରାଯାଇଛି ବୋଲି ଜିଲ୍ଲାପାଳ ବୀଶାଲ ସିଂ ସୁଚନା ଦେଇଛନ୍ତି । ବନ୍ୟାପ୍ରଭାବିତ ଅଚଂଳକୁ ଜିଲ୍ଲାପାଳ ବୀଶାଲ ସିଂ, ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ପିଡି ଡିଆରଡିଏ ବାଳ ମୁକୁନ୍ଦ ଭୂୟାଁ,ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ଏପିଡି ମାନସ ମିଶ୍ର ଙ୍କ ସହିତ ବିଭିନ୍ନ ବ୍ଲକ ର ବିଡିଓ,ତହସିଲଦାର ଗସ୍ତକରି ବାତ୍ୟା ଓ ବନ୍ୟାପରିସ୍ଥିତି ଅନୁଧ୍ୟାନ କରିବା ସହିତ ଆଶ୍ରୟସ୍ଥଳ ପରିଦର୍ଶନ କରି ସେଠାରେ ଆଶ୍ରୟ ନେଇଥିବା ଲୋକମାନଙ୍କ ସୁବିଧା ଅସୁବିଧା କଥା ପଚାରି ବୁଝିଛନ୍ତି । ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଭିଡିଓ କନଫରେସନ୍ସ ମାଧ୍ୟମରେ ଜିଲ୍ଲାପାଳ ଜିଲ୍ଲା ଓ ବିଭିନ୍ନ ବ୍ଲକ,ତହସିଲ ର ବିଭାଗୀୟ ଅଧିକାରୀ ମାନଙ୍କ ସହିତ ବାତ୍ୟା ଓ ବନ୍ୟା ପରିସ୍ଥିତି ସଂପର୍କରେ ତଥ୍ୟ ନେଉଛନ୍ତି ।