Odiapua.com

ମାଲକାନଗିରି ରେ ଲଗାଣ ବର୍ଷା, ପୋଲ ଉପରେ ୪ଫୁଟ ପାଣି ଜିଲ୍ଲା ବାହ୍ୟଜଗତରୁ ବିଛିନ୍ନ,ଜିଲ୍ଲାପ୍ରଶାସନ ପକ୍ଷରୁ୭ଟି ସ୍ଥାନରେ ଆଶ୍ରୟସ୍ଥଳୀ ଖୋଲିଲା

ମାଲକାନଗିରି,୧୨ା୮ (ଓଡିଆ ପୁଅ ) ଗତତିନି ଦିନ ହେଲା ସମଗ୍ର ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷାହେବା ଦ୍ୱାରା ନଦୀ ନାଳରେ ବର୍ଷାପାଣି ପ୍ରଭାବିତ ହୋଇ ବନ୍ୟାପରିସ୍ଥିତି ସୃଷ୍ଟିହୋଇ ଜିଲ୍ଲାବହ୍ୟଜଗତରୁ ବିଛନ୍ନ ହୋଇପଡିଛି । ଜିଲ୍ଲାର ମୁଖ୍ୟ ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ଗାଁ ଗହଳ ରାସ୍ତା ଗୁଡିକରେ ଥିବା ନିଚାପୋଲ ଉପରେ ୩ରୁ ୪ଫୁଟ ଉଚ୍ଚରେ ପାଣି ପ୍ରଭାବିତ ହେଉଥିବାରୁ ବିଭିନ୍ନ ଅଚଂଳକୁ ଯୋଗା ଯୋଗ ବ୍ୟାହତ ହେବାସହ ଆଜି ସମଗ୍ର ମାଲକାନଗିରି ଜିଲ୍ଲା ବାହ୍ୟଜଗତରୁ ବିଛିନ୍ନ ହୋଇ ଯାଇଛି । ଏହି ଲଗାଣବର୍ଷା ଦ୍ୱାରା ବିଶେଷ କରି ଆଜି ଅପରାହ୍ନରେ ମାଲକାନଗିରି କାଲିମେଳା ମୋଟୁ ମୁଖ୍ୟ ଜାତୀୟ ରାଜପଥ ପୋଟେରୁ ଓ କାଙ୍ଗୁରକୋଣ୍ଡା,ଏମଭି୯୦, ଏମଭି୭୯,ଏମଭି୯୬, ମହାରାଜପାଲି,ପୋଲ ଉପରେ ୪ଫୁଟ ଉଚ୍ଚର ପାଣି ପ୍ରଭାବିତ ହେଉଥିବାରୁ ମାଲକାନଗିରି ଠାରୁ କାଲିମେଳା, ଏମଭି୭୯,ମୋଟୁ କୁ ଯୋଗା ଯୋଗ ବିଛିନ୍ନ ହୋଇପଡିବା ସହିତ କାଲିମେଳା ପଡିଆ ରାସ୍ତାର ପୋଟେରୁ କନ୍ୟାଶ୍ରମ ପୋଲ ଉପରେ ୩ଫୁଟ ଉଚ୍ଚରେ ପାଣି ପ୍ରଭାବିତ ହୋଇ କାଲିମେଳା ପଡିଆକୁ ଯୋଗା ଯୋଗ ବିଛିନ୍ନ ହୋଇପଡିଛି । ଠିକ ସେହିପରି ମାଲକାନଗିରି ବାଲିମେଳା ମୁଖ୍ୟ ରାଜପଥ ଏମଭି୧୧,କୋରକୁଣ୍ଡା,ଏମଭି୩୭ ପୋଲ ଉପରେ ୩ଫୁଟଉଚ୍ଚର ପାଣି ପ୍ରାଭାବିତ ହେଉଥିବାରୁ ମାଲକାନଗିରି ରୁ ବାଲିମେଳା ଓ ଚିତ୍ରକୋଣ୍ଡା କୁ ଯୋଗା ଯୋଗ ବିଛିନ୍ନ ହୋଇ ଯାତାୟତରେ ବାଧାସୃଷ୍ଟିହୋଇଛି । ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲନିକଟ ରାସ୍ତାର ଦୁଇପାଶ୍ୱର୍ରେ ଯାନବାହନ ପୋଲପାର ହୋଇନପାରି ରାସ୍ତାର ଦୁଇପାଶ୍ୱର୍ରେ ବର୍ଷାରେ ଅଟକିରହିଛନ୍ତି । ଠିକ ସେହିପରି କାଲିମେଳା ପଡିଆ ରାସ୍ତାର ଉଣ୍ଡୁରକୋଣ୍ଡା କନ୍ୟାଶ୍ରମ ପୋଲଉପରେ ୩ଫୁଟ ଉଚ୍ଚରେ ପାଣି ହୋଇଥିବାରୁ ପଡିଆବ୍ଲକକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି,ମାଲକାନଗିରି ସୁକୁମା ରାସ୍ତା ଚାଲାଣଗୁଡା ପୋଲଉପରେ ୩ ଫୁଟର ପାଣି,ସାବେରୀ ନଦୀରେ ବନ୍ୟାଜଳ ପ୍ରଭାବିତ ହୋଇ ମାଲକାନଗିରି ସୀମାନ୍ତ ସୁକୁମାଜିଲ୍ଲା ରାସ୍ତା ଝାପରା ପୋଲ ଉପରେ ନିକଟକୁ ପାଣି ଲାଗି ଯାଇଥିବାରୁ ସୀମାନ୍ତ ଛତିଶଗଡ ସୁକୁମା,ଜଗଦଲପୁର, ରାଇପୁର କୁ ଯାନବାହାନ ଚଳାଚଳ ବନ୍ଦରହିଛି,ଏହି ସବୁଅଚଂଳକୁ ଯାନବାହନ ଚଳା ଚଳାବନ୍ଦ ରହିବା ସହିତ ଯୋଗା ଯୋଗ ବିଛିନ୍ନ ହୋଇପଡିଛି । ଏହି ବର୍ଷା ଲାଗିରହିବା ଫଳରେ ମୋଟୁ,ପଡିଆ ଅଚଂଳରେ ଥିବା ସାବେରୀ, ସିଲେରୁ,ଗୋବିନ୍ଦପାଲ୍ଲି ଅଚଂଳରେ ଥିବା ସପ୍ତଧାରା, ମାଥିଲି ଅଚଂଳରେ ଥିବା ସାବେରୀ, ମାଲକାନଗିରି ବ୍ଲକରେ ଥିବା ତମସା ନଦୀଗୁଡିକରେ ବନ୍ୟାଜଳ ପ୍ରଭାବିତ ହୋଇ କେତକ ତଳିଆ ଗ୍ରାମରେ ବନ୍ୟାଜଳ ଦ୍ୱାରା ରାସ୍ତା ଘାଟ ନଷ୍ଟ ହେବାସହ େକେତକ କଚାଘର ଭଙ୍ଗି ଯାଇଥିବାର ଜଣାପଡିଛି । ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ,ପିଡି ଡିଆରଡିଏ ବାଳମୁକୁନ୍ଦ ଭୂୟାଁ,ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ପିଏ ଆଇଟିଡିଏ କ୍ଷୀରାଦ୍ଧିବେହେରା,ମାଲକାନଗିରି ତହସିଲଦାର ଡ.ଗୁଣନିଧି ନାୟକ ଙ୍କ ସହିତ ଅନ୍ୟାନ ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀ ମାନେ ବିଭିନ୍ନ ବନ୍ୟାପ୍ରଭାବିତ ଅଚଂଳ ଗସ୍ତକରି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ବିଶେଷକରି ଜିଲ୍ଲାପ୍ରଶାସନ ପକ୍ଷରୁ କାଲିମେଳା ସେବାଶ୍ରମ,ପୋଟେରୁ ଏମଭି୪୧ ବିଦ୍ୟାଳୟ,ଗୁମୁକା ପଚାଂୟତର ଐଏମଭି୬୪ ହାଇସ୍କୁଲ,ଏମଭି୭୨ ହାଇସ୍କୁଲ,ଏମଭି୭୯ ସେବେରୀ ବିଦ୍ୟାପିଠ,ମୋଟୁ ବନ୍ୟାଆଶ୍ରୟସ୍ଥଳ,ବଦଲି ବନ୍ୟାଆଶ୍ରୟ ସ୍ଥଳ ଗୁଡିକରେ ବନ୍ୟାପ୍ରପିଡିତ ମାନଙ୍କୁ ଆଶ୍ରୟ ଦେବା ପାଇଁ ବ୍ୟବସ୍ଥା କରାଯାଇ ରିଲିଫ ସାମଗ୍ରୀ ର ବ୍ୟବସ୍ଥା କରାଯାଇଥିବାର ଜଣାପଡିଛି । ସମସ୍ତ ନଦୀ ଘାଟକୁ ମଟୋର ଲଂଚ ବ୍ୟବସ୍ଥା ସହିତ ବୁଡି ଯାଇଥିବା ପୋଲ ନିକଟରେ ଅଗ୍ନିଶମବିଭାଗ ଓ ଉଡ୍ରାପଟିମ ସହିତ ପୁଲିସ କର୍ମଚାରି ମାନଙ୍କୁ ସଜାଗ ରଖାଯାଇଛି । ସାତିଟ ଯାକବ୍ଲକର ବିଡିଓ,ତହସିଲଦାର ଓ ଅନ୍ୟାନ ସରକାରି ଅଧିକାରୀ ମାନଙ୍କୁ ବନ୍ୟାପ୍ରଭାବିତ ଅଚଂଳକୁ ନିୟମିତ ଗସ୍ତକରି ବନ୍ୟାପରିସ୍ଥିତିକୁ ଅନୁଧ୍ୟାନା କରିବା ପାଇଁ ମାଲକାନଗିରି ଜିଲ୍ଲାପାଳ ଶ୍ରୀ ଅଗ୍ରଓ୍ୟାଲ ନିର୍ଦ୍ଦେଶ ଦେଇଛନ୍ତି ।