Odiapua.com

ମାଲକାନଗିରିରେ ବିଭିନ୍ନ ଉନ୍ନୟନ ମୁଳକ ପ୍ରକଳ୍ପର ଉଦଘାଟନ ଓ ଶୁଭ ଦେଲେ ଆଦିବାସୀ କଲ୍ୟାଣ ମନ୍ତ୍ରୀ

ମାଲକାନଗିରି, ୧୨ା୧ (ଓଡିଆ ପୁଅ) ମାଲକାନଗିରି ର ଲୋକପର୍ବ ମାଲ୍ୟବନ୍ତ ମହୋତ୍ସବ ରେ ମୁଖ୍ୟଅତିଥି ଭାବେ ଆସିଥିବା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ଶ୍ରେଣୀ କଲ୍ୟାଣବିଭାଗ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ଆଜି ମାଲକାନଗିରି ଜିଲ୍ଲାସଦର ମହକୁମାଠାରେ ବିଭିନ୍ନ ଉନ୍ନୟନ ମୁଳକ ପ୍ରକଳ୍ପର ଉଦଘାଟନି କରିବାସହ କିଛି ପ୍ରକଳ୍ପର ଶୁଭ ଦେଇଛନ୍ତି। ଆଜି ସକାଳେ ଜିଲ୍ଲାସଦର ମହକୁମା ଠାରେ ସ୍ୱୟଂ ଚାଳିତ ଗାଡି ଚଳନା ପ୍ରଶିକ୍ଷଣ ଓ ପରୀକ୍ଷଣ ଟ୍ରାକ ଉଦଘାଟନ ସହ ପୌରପରିଷଦ ଅଧିନରେ ଥିବା ଉପଜିଲ୍ଲାପାଳ କାର୍ଯ୍ୟାଳୟ ଠାରୁ ମାଲକାନଗିରି ବସଷ୍ଟାଣ୍ଡ ଭାୟା ଜଗନ୍ନାଥ ମନ୍ଦିର ରାସ୍ତା ଓ ପ୍ରଧାନିଗୁଡା ଠାରୁ ମୁଣ୍ଡାଗୁଡା ଗ୍ରାମ ରାସ୍ତା ର ଉନ୍ନତି କରଣର ଶୁଭଦେଇଛନ୍ତି।ଏହା ବ୍ୟତୀତ ସହକାରି ବାଣିଜ୍ୟକମିଶନର ଙ୍କ କାର୍ଯ୍ୟାଳୟ କର୍ମଚାରୀଙ୍କ ନୂତନ ବାସ ଗୃହ କୁ ଉଦଘାଟନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ମାଝୀଙ୍କ ସହିତ ସାଂସଦ ବଳଭଦ୍ର ମାଝୀ, ମାଲକିଗରି ବିଧାୟକ ମାନସ ମାଡକାମି, ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁସିସା, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡମା ରାବା, ସମ୍ବନ୍ୱୀତ ଅଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ରାମକ୍ରୀଷ୍ଣା ଗଣ୍ଡ, ଗ୍ରାମ୍ୟ ବିଭାଜନ ବିଭାଗ ନିର୍ବାହି ଯନ୍ତ୍ରୀ ପ୍ରମୁଖ ଅଧିକାରୀ ଯୋଗଦେଇଥିଲେ।