Odiapua.com

ମାଲକାନଗିରି ରେ ନିରାଡମ୍ବର ସହକାରେ ଚତୁର୍ଦ୍ଦା ମୁର୍ତୀଙ୍କ ବାହୁଡା ଯାତ୍ରା

ମାଲକାନଗିରି,୧ା୭ (ଓଡିଆ ପୁଅ )ସମଗ୍ର ବିଶ୍ୱରେ କରୋନା ମହାମାରି ବ୍ୟାପି ଜନଜୀବନକୁ ଅତ୍ୟବ୍ୟସ୍ତ କରିପକାଇଥିବା ବେଳେ ଲକଡାଉନ ପରିସ୍ଥିତି ଓ କରୋନା ସଂକ୍ରମଣ ଠାରୁ ରକ୍ଷାପାଇବା ପାଇଁ ସର୍ବସାଧାରଣ ରେ ବାହୁଡା ଯାତ୍ରା ନ ହୋଇ ପଟିଦିଅଁ ଙ୍କୁ କୁନିରଥରେ ବିଜେ କରାଯାଇ କୋଭିଡ୧୯ ନିୟମ ପାଳନ କରି ଅଳ୍ପସଂଖ୍ୟକ ସେବାୟତ,ଦେବତୋର ବିଭାଗ କମିଟି ସଭ୍ୟ,ମନ୍ଦିର ପୂଜକ ମାନେ ମୁହଁରେ ମାସ୍କପିନ୍ଧି ,ସାମାଜିକ ଦୂରତା ରକ୍ଷାକରି ମାଲକାନଗିରି ଜଗନ୍ନାଥ ମନ୍ଦିର ବେଡାରେ କୁନିରଥ ଟାଣିଛନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ବେଢାରେ ଅସ୍ଥାୟୀ ମାଉସି ମା ମନ୍ଦିର ଆଡପମଣ୍ଡପରେ ସକାଳେ ଠାକୁରଙ୍କ ନିତିରିତି ଓ ଅଣ୍ଣ ର୍ ଭୋଗ ସରିବା ପରେ ଶ୍ରୀଜିୟୁଙ୍କ ଅପରାହ୍ନରେ ଘଟଂ,ଶଙ୍ଖ,କାହାଳି,ମୃଦଙ୍ଗ ବାଜାର ତାଳେ ତାଳେ ସେବାୟତ ମାନେ ଚତୁର୍ଧାମୂର୍ତିଙ୍କୁ ପହଣ୍ଡି ବିଜେ କରି ରଥଉପରକୁ ନେବାପରେ ତହସିଲଦାର ଡ. ଗୁଣନିଧି ନାୟକ ରାଜପଗଡି ପିନ୍ଧି ହାତରେ ସୁନାଝାଡୁ ଧରି ଛେରାପହଁରା କରିଥିଲେ । ଛେରାପହଁରା ପରେ ରଥାରୁଡ ଶ୍ରୀଜିୟୁଙ୍କୁ ରାଜପୌରହିତ ବିନାୟକ ସତପଥି ଓ ମୁଖ୍ୟପୁଜକ କୃଷ୍ଣଚନ୍ଦ୍ରନନ୍ଦ ଓ ସେବାୟତ ମାନେ ଠାକୁରଙ୍କ ନିକଟରେ ରାଜଭୋଗ ଲଗାଇବା ପରେ ତହସିଲଦାର ଙ୍କ ଦ୍ୱାରା ଆଳତୀ କରାଯାଇଥିଲା । ଶ୍ରୀଜିୟୁ ଙ୍କ ପୁଜା ରିତି ନିତି ସରିବା ପରେ ଗାଁ ପୁଜାରୀ ଡାହୁକ ତ୍ରୀନାଥପୁଜାରୀ କାହାଳି ବଜାଇ ରଥ ଟାଣିବା ପାଇଁ ଡାକପକାଇବା ପରେ ସେବାୟତ ମାନେ ଶ୍ରୀ ମନ୍ଦିର ନିକଟକୁ ରଥ ଟାଣି ନେଇଥିଲେ । ଭକ୍ତ ଶୂନ୍ୟରେ କୁନି ରଥଟଣା ଯାଇଥିଲା । ଏହି ବାହୁଡା ଯାତ୍ରାରେ ସେବାୟତ ବାଲାପଣ୍ଡା,ପ୍ରଫୁଲପଣ୍ଡା,ବ୍ରଜକିଶୋରପାଳ,ସନ୍ତୋଷନନ୍ଦ, ରୁନା ପାଢୀ, ମଧୁପାଣିଗ୍ରାହି, ବାବୁପାଳ, ଦିବାକରପାଳ,ନିରଜଂନପଣ୍ଡା, ସନ୍ତୋଷ ଦାଶ,ଜଗବନ୍ଧୁପତ୍ରୀ,ଲ କ୍ଷମ୍‌ିନାରାୟଣ ପାତ୍ର, ଲମ୍ବୋଧରପାତ୍ର, ହୃଷିକେଶପଣ୍ଡା ଓ ଅନ୍ୟାନ ପୁଜକ,ସେବାୟତ,ଦଇତା ପତି ମାନେ ଶ୍ରୀବଳଭଦ୍ର,ଶ୍ରୀଜଗନ୍ନାଥ,ଭଉଣୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ଚତୁଦ୍ଧ ର୍ାମୂର୍ତି ଙ୍କୁ ପହଣ୍ଡି ବିଜେକରି ପଟିଦିଅଁ ମହାପ୍ରଭୁଙ୍କୁ କନୁରଥଉପରେ ସ୍ଥାପନ କରିଥିଲେ । ଠାକୁରଙ୍କ ରିତିନିତି ଅନୁସାରେ ଶ୍ରୀବିଗ୍ରହ ଙ୍କୁ ସୁବାଷିତ ଧୁପ,ଦୀପ, ଆଳତୀ ପରେ ରଥ ମଣ୍ଡପରେ ମିଷ୍ଟାନ ଓ ବାଲ୍ୟଭୋଗ ଲଗା ଯାଇଥିଲା,ମନ୍ଦିର ପରିଷରରେ ଜୟବଜରଙ୍ଗ କିର୍ତନଦଳ ଙ୍କ ପକ୍ଷରୁ ସଂଙ୍କିର୍ତନ ଓ ଭଜନ ସମାରୋହ ର ଆୟୋଜନ କରାଯାଇଥିଲା । ଶାନ୍ତି ଶୁଙ୍ଖଳା ରକ୍ଷାପାଇଁ ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗ ଙ୍କ ନେତୃତ୍ୱରେ ପୁଲିସ ପକ୍ଷରୁ କଡା ସୁରକ୍ଷାବ୍ୟବସ୍ଥା କରାଇଥିଲା । ଅନୁରୁପ ଜିଲ୍ଲାବନବିଭାଗ ପକ୍ଷରୁ ମଧ୍ୟ କୋଭିଡନିୟମ ପାଳନକରାଯାଇ ରଥ ଯାତ୍ରାର ବିଧାପାଳନ କରାଯାଇଥିଲା । ବନବିଭାଗ ରଥ ରେ ବନଖଣ୍ଡଅଧିକାରୀ ପ୍ରଦିପ ମିରାସେ ଛେରା ପହଁରା କରିଥିଲେ । ବନାଚଂଳ ଅଧିକାରୀ ବାସୁଦେବନାୟକ,ସହକାରି ବନସଂରକ୍ଷକ ଶ୍ରୀକାନ୍ତ ନାୟକ ଏହି କାର୍ଯକ୍ରମ ପରିଚାଳନା କରିଥିଲେ ।