Odiapua.com

ମାଲକାନଗିରିରେ ତ୍ରୀସ୍ତରୀୟ କଡାସୁରକ୍ଷା ବଳୟରେ ଇଭିଏମ ଷ୍ଟ୍ରଙ୍ଗରୁମ

ମାଲକାନଗିରି, ୨୮ା୪ (ଓଡିଆ ପୁ୍ଅ) କେନ୍ଦୁଝର ଜିଲ୍ଲାରେ ଇଭିଏମ ଷ୍ଟ୍ରଙ୍ଗରୁମ ନିକଟରେ ସନ୍ଦେହ ଜନକ ଅବସ୍ଥାରେ ୫ ଜଣ ଯୁବକ ବୁଲୁଥିବା ଅବସ୍ଥାରେ ଜଣେ ଗିରଫ ହେବା ଓ ଅନ୍ୟ ୪ ଜଣ ଚମ୍ପଟ ମାରିବା ଘଟଣାରେ ସମଗ୍ର ରାଜ୍ୟରେ ଚହଳ ସୃଷ୍ଟି କରିଛି, ଏହି ଘଟଣା ପରେ ସମଗ୍ର ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଇଭିଏମ ଷ୍ଟ୍ରଙ୍ଗରୁମ ଗୁଡିକରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିଶେଷ କରି ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ଇଭିଏମ ଷ୍ଟ୍ରଙ୍ଗରୁମ କୁ ତ୍ରୀସ୍ତରୀୟ କଡା ସୁରକ୍ଷା ବଳୟରେ ରଖା ଯାଇଛି। ଗତ ୧୧ ତାରିଖ ଦିନ ପ୍ରଥମ ପର୍ଯ୍ୟାୟରେ ନବରଙ୍ଗପୁର ଲୋକସଭା ଆସନ ଅନ୍ତର୍ଭୂକ୍ତ ମାଲକାନଗିରି ଓ ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନ ସରିବା ପରେ ୫୪୦ ଟି ବୁଥର ସମସ୍ତ ଇଭିଏମ, ଭିଭିପିଏଟ ମେସିନ ଓ କଟ୍ରୋଂଲ ୟୁନିଟ ଗୁଡିକୁ ନିର୍ବାଚନ ପର୍ଯ୍ୟବେକ୍ଷକ, ଦୁଇଟି ଆସନର ସମସ୍ତ ରାଜନୈତିକ ଦଳର ପ୍ରାର୍ଥୀ, ପ୍ରତିନିଧିଙ୍କ ଉପସ୍ଥିତିରେ ସିଲ କରାଯାଇ ସରାକରି ବାଳିକା ଉଚ୍ଚବିଦ୍ୟାଳୟ ପରିସର ଷ୍ଟ୍ରଙ୍ଗରୁମରେ ରଖା ଯାଇଛି। ଏହିଷ୍ଟ୍ରଙ୍ଗରୁମକୁ ଏକ କମ୍ପାନୀ ବିଏସଏଫ ଯବାନଙ୍କ ସହିତ ଜିଲ୍ଲାପୁଲିସ ଙ୍କ ଦ୍ୱାରା ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇ ଦିଆଯାଇଛି। ଷ୍ଟ୍ରଙ୍ଗରୁମରେ ସିସିଟିଭି କ୍ୟାମେରା ସହ ତ୍ରୀସ୍ତରୀୟ କଡାସୁରକ୍ଷା ବ୍ୟବସ୍ଥା ହୋଇଛି। ନିୟମିତ ଭାବେ ଜିଲ୍ଲା ନିର୍ବାଚନ ଅଧିକାରୀ, ରିଟର୍ଣ୍ଣି ଅଫିସର ସକାଳେ ସଜେଂ ଷ୍ଟ୍ରଙ୍ଗରୁମ ତଦାରଖ କରୁଛନ୍ତି। ନିର୍ବାଚନ କମିଶନରଙ୍କ ନିୟମକୁ କଡା କଡି ଭାବେ ପାଳନ କରାଯାଇଛି। ମାଲକାନଗିରି ଜିଲ୍ଲାର ଇଭିଏମ ଷ୍ଟ୍ରଙ୍ଗରୁମ ସୁରକ୍ଷିତ ରହିଛି ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଓ ରିଟର୍ଣ୍ଣି ଅଫିସର ତଥା ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ସୂଚନା ଦେଇଛନ୍ତି।