Odiapua.com

ମାଲକାନଗିରି ରେ ତେଲେଙ୍ଗାନା ରାଜ୍ୟର ପର୍ଯ୍ୟଟନସ୍ଥଳୀର ପ୍ରଚାର,ଓଡିଶାର ପର୍ଯ୍ୟଟନସ୍ଥଳୀ ପ୍ରତି ସରକାରଙ୍କର ନିଘାନାହିଁ

ମାଲକାନଗିରି,୨୫ା୧୦(ଓଡିଆ ପୁଅ) ମାଲକାନଗିରି ଜିଲ୍ଲାସୀମାନ୍ତ ତେଲେଙ୍ଗାନା ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ସେମାନଙ୍କ ପର୍ଯ୍ୟଟନସ୍ଥଳୀର ବିକାଶ ଓ ପ୍ରଚାର ପ୍ରସାର କରିବା ପାଇଁ ଓଡିଶା ରାଜ୍ୟରେ ପ୍ରବେଶ କରିଛନ୍ତି । ଏହି ପ୍ରଚାର ଆଜି ମାଲକାନଗିରି ଜିଲ୍ଲାଠାରୁ ଆରମ୍ଭ କରିଥିବା ବେଳେ ଓଡିଶାର ବିଭିନ୍ନ ଜିଲ୍ଲାରେ ଥିବା ପର୍ଯ୍ୟଟନସ୍ଥଳୀ ପ୍ରତି ରାଜ୍ୟ ସରକାରଙ୍କର ନିଘାନାହିଁ । ସୀମାନ୍ତ ତେଲେଙ୍ଗାନା ରାଜ୍ୟପର୍ଯ୍ୟଟନ ବିଭାଗ ସମ୍ପାଦିକା ଜି.ମାଧବୀଲତା ଙ୍କ ନେତୃତ୍ୱରେ ଆସିଥିବା ସିଏଚ.ଉଦୟ ତେଜ,କୋଦୁରୀ କ୍ରୀଷ୍ଣା,ଏମ.ସୃତୀ ଓ ତେଲେଙ୍ଗନା ରାଜ୍ୟର ସଙ୍ଗୀତନାଟକ ଏକାଡେମୀ ର ଏକ ୫ଜଣିଆ ଦଳ ଆଜି ସକାଳେ ମାଲକାନଗିରି ଜିଲ୍ଲାସଦର ମହକୁମାସ୍ଥ ହନୁମାନ ମନ୍ଦିର ନିକଟରେ ଏକ ବିରାଟକାୟ ବଡାପପେଟ ଓ ଛୋଟ ଛୋଟ କଣ୍ଡେଇ ମାଧ୍ୟମରେ ତେଲେଙ୍ଗାନା ରାଜ୍ୟ ଏହାର ଚିରନ୍ତନ ଚିତାକର୍ଷକ ପର୍ଯ୍ୟଟନସ୍ଥଳୀକୁ ସ୍ୱାଗତ କରୁଛୁ ବୋଲି ଓଡିଆ ଓ ଇଂରାଜୀ ଭାଷାରେ ଲେଖା ଥିବା ପ୍ରଚାର ପତ୍ର ବାଟିଂବାସହିତ ସେମାନଙ୍କ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡିକର ପ୍ରଚାର ଓ ପ୍ରସାର କରିଥିଲେ । ଆଜି ମାଲକାନଗିରି ସହରରେ ପ୍ରଚାର ପ୍ରସାର କରିବାସହିତ ତେଲାଙ୍ଗାନା ରାଜ୍ୟରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀର ମାନଚିତ୍ର,ବୁକଲେଟ ଦର୍ଶକମାନଙ୍କୁ ବିତରଣକରି ସେଠାକୁ ଭ୍ରମଣରେ ଯିବା ପାଇଁ ଅନୁରୋଧ କରିଥିଲେ । ଏହି ଟିମ କୋରାପୁଟ, ରାୟଗଡା,ଗଜପତି,ଗଜାଂମ, ଖୋର୍ଦ୍ଦା,କଟକ,କେଉଁଝର, ଢେଙ୍କାନାଳ,ଦେଓଗଡ, ସମ୍ବଲପୁର,ପୁରୀ ଜିଲ୍ଲାକୁ ଗସ୍ତକରି ସେମାନଙ୍କ ରାଜ୍ୟରେ ଥିବା ପର୍ଯ୍ୟଟନସ୍ଥଳୀର ପ୍ରଚାର କରିବେ ବୋଲି ସଂସ୍ଥାର ସମ୍ପାଦିକା ଜି.ମାଧବୀ ସୁଚନାଦେଇ ଛନ୍ତି । ସୀମାନ୍ତ ତେଲେଙ୍ଗନା ରାଜ୍ୟସରକରା ସେମାନଙ୍କ ରାଜ୍ୟରେ ଥିବା ପର୍ଯ୍ୟଟନୀ ସ୍ଥଳୀର ବିକାଶ ପାଇ ବିଭିନ୍ନ ରାଜ୍ୟରେ ପ୍ରଚାର ପ୍ରସାର ଆରମ୍ଭ କରିଦେଇଥିବା ବେଳେ ଓଡିଶା ସରକାର ରାଜ୍ୟରେ ଥିବା ଅନେକ ପର୍ଯ୍ୟଟନସ୍ଥଳୀ କୁ ହତାଦାର କରି ବିଭିନ୍ନ ଜିଲ୍ଲାରେ ଥିବା ପର୍ଯ୍ୟଟନସ୍ଥଳୀ ପ୍ରତି ଗୁରୁତ୍ୱ ଦେଉନଥିବାର ଜଣାପଡିଛି ।