Odiapua.com

ମାଲକାନଗିରି ରେ ଡଃ ଆମ୍ବେଦକର ଙ୍କ ୬୩ତମ ମହାପରିନିର୍ବାଣ ଦିବସ ପାଳନ

ମାଲକାନଗିରି,୬ା୧୨(ଓଡିଆ ପୁଅ )  ମାଲକାନଗିରି ଜିଲ୍ଲା ର ବିଭିନ୍ନ ସ୍ଥାନରେ ଡଃ ଆମ୍ବେଦକର ଙ୍କ ୬୩ତମ ମହାପରିନିର୍ବାଣ ଦିବସ ପାଳିତ ହୋଇଯାଇଛି । ଜିଲ୍ଲାସଦର ମହକୁମା ଠାରେ ଥିବା ଆନ୍ତଃରାଜ୍ୟ ବସ ଷ୍ଟାଣ୍ଡ ନିକଟରେ ଜିଲ୍ଲା ଅନୁସୂଚୀତଜାତି,ଉପଜାତିକର୍ମଚାରୀ ସଂଘ,ଜିଲ୍ଲାଆଦିବାସୀ ସମାଜ ମହାସଂଘ ପକ୍ଷରୁ ନବଭାରତର ସଂବିଧାନ ପ୍ରଣେତା ବୌଧସତ୍ୱ ଭାରତରତ୍ନ ବାବା ସାହେବ ଡଃ ଭୀମରାଓ ରାମଜୀ ଆମ୍ବେଦକରଙ୍କ ୬୩ତମ ମହାପରିନିର୍ବାଣ ଦିବସ ଆଜି ସକାଳେ ପାଳିତ ହୋଇଛି । ଏହି ଅସରରେ ମୁଖ୍ୟଅତିଥି ଭାବେ ବିଧାୟକ ମାନସ ମାଡକାମି ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ମନୀଷଅଗ୍ରଓ୍ବାଲ,ପିଡି ଡିଆରଡିଏ ଲିଙ୍ଗରାଜ ପଣ୍ଡା,ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ପିଏ ଆଇଟିଡିଏ ରାମକୃଷ୍ଣଗଣ୍ଡ.ବିଡିଓ ଗୁଣନିଧି ନାୟକ,ଜିଲ୍ଲାଆଦିବାସୀ ସମାଜ ମହାସଂଘର ସଭାପତି ଘେନୁ ମୁଦୁଲି,ଉପଦେଷ୍ଟା ଘନଶ୍ୟାମ ମାଡକାମି,ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକରଦାଶ,ପୁର୍ବତନ ଉପଜିଲ୍ଲାପାଳ ରଥିକୃଷ୍ଣପାତ୍ର,ଭୂଦେବ ମହାନନ୍ଦିଆ,କେ.ଦେଶୁରାଜୁ ଆଚାରୀ, ପର୍ଶୁରାମ ଭକ୍ତ, ସୋନୁ ଅନୁଗୁ ପ୍ରମୁଖ ଯୋଗଦେଇ ଡଃ ଆମ୍ବେଦକର ଙ୍କ ନୂତନ ବ୍ରୋଚଂ ମେଟାଲରେ ନିର୍ମିତ ବିରାଟକାୟ  ପ୍ରତିମୂର୍ତୀରେ ମାଲ୍ୟର୍ପଣ କରି ଡଃ ଆମ୍ବେଦକର ଙ୍କ ବହୁମୁଖିପ୍ରତିଭା ସଂପର୍କରେ କହିଥିଲେ । ଏହି ଅବସରରେ ସଂଘର ସମସ୍ଥ କର୍ମକର୍ତା, ବୁଦ୍ଧିଜିବୀ,ସାମ୍ବାଦିକ,ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ ତାଲିମ ସଂସ୍ଥାର ଛାତ୍ର ଛାତ୍ରୀ ମାନେ ଯୋଗଦେଇ ଡଃ ଆମ୍ବେଦକର ଙ୍କ ପ୍ରିତି ମୂର୍ତିରେ ମାଲ୍ୟାର୍ପଣ କରି ସ୍ମୁତି ଚାରଣ କରିଥିଲେ । ଅପରାହ୍ନରେ ମାଲ୍ୟବନ୍ତ ଛାତ୍ରବାସ ଠାରେ ଡଃ ଆମ୍ବେଦକରଙ୍କ ସ୍ମୁତିଉଦେଶ୍ୟରେ ଏକ ସାଧାରଣ ସଭାର ଆୟୋଜନ କରାଯାଇ ଡଃ ଆମ୍ବେଦକରଙ୍କ ବହୁମୁଖିପ୍ରତିଭା ସଂପର୍କରେ ଆଲୋଚନା କରି ତାଙ୍କ ସ୍ମୁତି ଚାରଣକରିଥିଲା ।