Odiapua.com

ମାଲକାନଗିରି ରେ ଜନନୀ ଯନ୍ତ୍ରଣା, ଗାଁରେ ପହଁଚିପାରିଲା ନାହିଁ ଆମ୍ବୁଲାନ୍ସ,୪କିମି ଖଟିଆରେ ମେଡିକାଲ ନେଉଥିବା ବେଳେ ଜଙ୍ଗଲରେ ମହିଳା ଜନ୍ମକଲେ କନ୍ୟାସନ୍ତାନ

ମାଲକାନଗିରି,୧୦ା୧୧ (ଓଡିଆ ପୁଅ )  ମାଲକାନଗିରି ଜିଲ୍ଲାରେ ପୁଣି ଆଜି ଦେଖା ଦେଇଛି ଜନନୀ ଯନ୍ତ୍ରଣା । ଅନେକ ଗ୍ରାମକୁ ସବୁଦିନିଆ ରାସ୍ତାଟିଏ ନଥିବାରୁ ଆମ୍ବୁଲାନ୍ସ ପହଁଚିପାରିନଥାଏ । କେଉଁଠି ଗର୍ଭବତୀ ମହିଳାଙ୍କୁ ଟୋକେଇ ଭାରରେ ତ ଆଉକେଉଁଠି ଖଟିଆରେ ବୋହି ହସପିଟାଲକୁ ନିଆ ଯାଇଥାଏ । ଜିଲ୍ଲାର ଅଧିକାଂଶ ଗ୍ରାମରେ ଖଟିଆ ସାଜିଥାଏ ଆମ୍ବୁଲାନ୍ସ । ପୁଣି ଦେଖିବାକୁ ମିଳିଛି ଖଟିଆରେ ଗର୍ଭବତୀ ମହିଳାଙ୍କୁ ବସାଇ କାନ୍ଧେଇ ହସପିଟାଲକୁ ନେବାର ଦୃଶ୍ୟ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କୁଡୁମୁଲୁଗୁମ୍ମା ଅଚଂଳରେ । ଶୁକ୍ରବାର ଦିନ ଖଇରପୁଟ ବ୍ଲକସ୍ଥ କୁଡୁମୁଲୁଗୁମ୍ମା ପଚାୟଂତ ମଜୁରିଲେଣ୍ଡି ଗ୍ରାମର ଲବଖିଲ ଙ୍କ ପତ୍ନୀ ନୀଳାଖିଲ(୩୫) ଙ୍କ ଗର୍ଭ ଯନ୍ତ୍ରଣା ଆରମ୍ଭ ହେବାରୁ ସେ ଗ୍ରାମର ସ୍ୱେଚ୍ଛାସେବୀ ଓ ଆଶାକର୍ମୀ ୧୦୨ ଓ ୧୦୮ ଆମ୍ବୁଲାନ୍ସ କୁ ଫୋନ କରିଥିଲେ , କୁଡୁମୁଲୁଗୁମ୍ମା ସ୍ୱାସ୍ଥ୍ୟକେନ୍ଦ୍ରରୁ ଆମ୍ବୁଲାନ୍ସ ସେହି ଗ୍ରାମକୁ ଯିବାରେ ବିଳମ୍ବ ହେବାରୁ ମହିଳାଙ୍କୁ ଖଟିଆରେ ବସାଇ କାନ୍ଧଇ ଜଙ୍ଗଲରାସ୍ତାରେ ପରିବାର ଲୋକେ ବାହାରି ପଡିଥିଲେ ମେଡିକାଲ । ବାରମ୍ବାର ୧୦୮ ଆମ୍ବୁଲାନ୍ସ କୁ ଫୋନ କରାଯିବା ପରେ ବିଳମ୍ବରେ ବାହାରିଥିଲା ଆମ୍ବୁଲାନ୍ସ, ମଜୁରୀଲେଣ୍ଡି ଗାଁକୁ ଆମ୍ବୁଲାନ୍ସ ଯାଉଥିବା ବେଳେ ଭଲରାସ୍ତା ନଥିବା ଓ ଗ୍ରାମଟି ଅତ୍ୟନ୍ତ ଦୁର୍ଗମ ପାହାଡିଆ ଘାଟି ରାସ୍ତା ହୋଇଥିବାରୁ  ଆମ୍ବୁଲାନ୍ସ ଗାଁ ଭିତରକୁ ଯାଇ ନପାରି ୪କିମି ଦୂରରେ ଅଟକିରହିଥିଲା ।

ମହିଳାଙ୍କ ଗର୍ଭ ଯନ୍ତ୍ରଣା ବେଳକୁ ବେଳ ବଢିବାରୁ ଉପାୟ ଶୂନ୍ୟହୋଇ  ସ୍ୱାମୀ  ଲବଖିଲ ଓ ତାଙ୍କର ସାନଭାଇ ପ୍ରସବ ଯନ୍ତ୍ରଣା ଭୋଗୁଥିବା  ନୀଳା ଖିଲଙ୍କୁ ଏକ ଖଟିଆରେ ବସାଇ  କାନ୍ଧେଇ ୪ କିମି ଦୁର୍ଗମ ରାସ୍ତାରେ ଚାଲି ଚାଲି  ଆମ୍ବୁଲାନ୍ସ ନିକଟକୁ ନେଉଥିବା ବେଳେ  ଆମ୍ବୁଲାନ୍ସ ପାଖରେ ପହଁଚିବା ଆଗରୁ  ଜଙ୍ଗଲରେ ମହିଳାଙ୍କର ଏକ କନ୍ୟାସନ୍ତାନ ଟିଏ ଜନ୍ମହୋଇ ଯାଇଥିଲା ,ସାଙ୍ଗରେ ଆଶାକର୍ମୀ ଉପସ୍ଥିତ ଥିବାରୁ ପ୍ରସବ ହେବାରେ କିଛି ଅସୁବିଧା ହୋଇ ନଥିଲା ।  ଗର୍ଭବତୀ ନୀଳାଖିଲ ଶିଶୁଜନ୍ମ କଲାପରେ  ମା ଓ ନବଜାତ ଶିଶୁ ଅସୁସ୍ଥ ହୋଇପଡିବାରୁ ସେମାନଙ୍କୁ ଖଟିଆରେ ବୋହିନେଇ ଆମ୍ବୁଲନ୍ସ ନିକଟେ ପହଁଚାଇ ଥିଲେ ପରିବାର ଲୋକେ । ପରେ ଆମ୍ବୁଲାନ୍ସ ଯୋଗେ କୁଡୁମୁଲୁଗୁମ୍ମା ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇ ମା ଓ ନବଜାତ ଶିଶୁଙ୍କର ଚିକିତ୍ସା କରାଯାଇଥିଲା । ଠିକ ସମୟରେ ଏହି  ନବଜାତ ଶିଶୁ ଓ ମହିଳା ହସପିଟାଲରେ ପହଁଚି ଥିବାରୁ  ଉଭେୟେ ମା ଓ ନବଜାତ ଶିଶୁ ଙ୍କଜୀବନ ବଚିଂ ଯାଇଛି ସେମାନଙ୍କ  ସ୍ୱାସ୍ଥ୍ୟ ଅବସ୍ଥା ଠିକ ରହିଥିବାର ଡାକ୍ତର କହିଛନ୍ତି । କେନ୍ଦ୍ର ଓ ରାଜ୍ୟସରକାର ଡିଜିଟାଲ ଇଣ୍ଡିଆ ଓ ଗାଁ ଗାଁରେ ଇଟଂରନେଟ ସେବା ଯୋଗାଇ ଦିଆଯାଇଛି ବୋଲି ଡିଣ୍ଡିମ ପିଟାଯାଉଥିବା ବେଳେ ଏବେ ବି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ୫୦୦ରୁ ଉର୍ଦ୍ଦ ଗାଁକୁ ଭଲ ଭଲରାସ୍ତାଟିଏ ନାହିଁ । ଡିଜିଟାଲ ଇଣ୍ଡିଆ ଓ ଇଟଂରନେଟ ସେବା କଥାକୁ କିଏ ପଚାରୁଛି । ସେ ସବୁଅଚଂଳର ବିକାଶର ଧାରାରେ ପ୍ରତିବନ୍ଧକ ସାଜିଛି ରାସ୍ତା । ଅପହଁଚ ଇଲାକାର ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ସେବା ସ୍ୱପ୍ନପାଲଟିଛି । ଗ୍ରାମର ସ୍ୱେଚ୍ଛାସେବୀ ଓ ଆଶାକର୍ମୀ ଙ୍କ ପାଇଁ ଜଣେ ଗରିବ ଆଦିବାସୀ ଗର୍ଭବତୀ ମହିଳା ଓ  ନବଜାତ ଶିଶୁଙ୍କ ଜୀବନ ରକ୍ଷା ପାଇଯାଇଥିବାରୁ ସେମାନ ଙ୍କ ସାହସ ଓ ସହାଯ୍ୟ କୁ ମଜୁରୀଲେଣ୍ଡି ଗ୍ରାମବାସୀ ମାନେ ଧନ୍ୟବାଦ ଜଣାଇଛନ୍ତି । ମଜୁରୀଲେଣ୍ଡି ଗ୍ରାମପରି ଅନେକ ଅପହଁଚ ଗାଁ ଅଛି ଯେଉଁଠାକୁ ରାସ୍ତାଟିଏ ମଧ୍ୟନାହିଁ, ରାସ୍ତା ନଥିବା ପାହଡ ଓ ଦୁର୍ଗମ ଗ୍ରାମବାସୀ ଙ୍କ ପାଇଁ ଆମ୍ବୁଲାନ୍ସ ସେବା ସ୍ୱପ୍ନ ହୋଇଥିବାରୁ ଗାଁ ଲୋକେ ରୋଗୀଙ୍କୁ ଭାର ଓ ଖଟିଆ, ଟୋକେଇ ରେ ବୋହି ଡାକ୍ତରଖାନାକୁ ଆଣିଥାନ୍ତି ।