Odiapua.com

ମାଲକାନଗିରି ରେ କୁମାରୀ ପାଳିଲେ କୁମାରପୁର୍ଣ୍ଣିମା ଉତ୍ସବ

ମାଲକାନଗିରି, ୧୩ା୧୦ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର କାଲିମେଳା, ମୋଟୁ, ଏମଭି୭୯, ଏମଭି୭୨, ପଡିଆ, ଗମ୍ଫାକୋଣ୍ଡା, ଏମଭି୧୯, ଏମଭି୧୭, ମାଲାକନଗିରି, କୋରକୁଣ୍ଡା, ବାଲିମେଳା, ଚିତ୍ରକୋଣ୍ଡା, ତାର୍ଲା କୋଟା, ଖଇରପୁଟ, କୁଡୁମୁଲୁଗୁମ୍ମା, ମାଥିଲି, ଗୋବିନ୍ଦପାଲି, ପାଙ୍ଗାମ, ପଣ୍ଡ୍ରିପାଣି, ବିଭିନ୍ନ ସ୍ଥାନରେ କୁମାରପୂର୍ଣ୍ଣିମା ଉତ୍ସବ ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି। ବିଶେଷ କରି ଜିଲ୍ଲା ସଦରମହକୁମା ୧୧୯କଲୋନି ରେ କୁମାରୀ ଝୀଅ ଓ ବୋହୁ ମାନେ ମା ବୃନ୍ଧାବତୀ (ତୁଳଶୀ)ଗଛ ମୂଳରେ ସନ୍ଧ୍ୟାରେ ମଣ୍ଡାପିଠା ଚାନ୍ଦ ଙ୍କୁ ସମର୍ପି କୁମାରପୂର୍ଣ୍ଣିମା ଉତ୍ସବ ପାଳନ କରି ପୁଜାକରିବାସହିତ ବନ୍ଦନାଗାଇ ଭୋଗ ଲଗାଇଥିଲେ। ତୁଳସୀ ଚଉଁରା ମୁଳରେ ଝୁଟି ଚିତା ଦେଇ ଚାନ୍ଦ ଙ୍କୁ ଆବାହନକରି ନିଜ ନିଜ ପରିବାର ର ଶୁଭ ମନାସି ଥିଲେ। କୋରକୁଣ୍ଡା ବ୍ଲକସ୍ଥ ତାର୍ଲାକୋଟା ଏମଭି୩୭ରେ କୁମାରପୂର୍ଣ୍ଣିମା ଉପଲକ୍ଷେ ଏକ ଝୋଟି ପ୍ରତି ଯୋଗୀତାର ଆୟୋଜନ କରାଯାଇଥିଲା, ଏହି ପ୍ରତିଯୋଗୀତା ରେ ତାର୍ଲାକୋଟାର ଛାତ୍ରୀ ପ୍ରମିଳା ଚୌଧୁରୀ ପ୍ରତିଯୋଗୀତାରେ ପ୍ରଥମସ୍ଥାନ ଅଧିକାର କରିଛନ୍ତି।