Odiapua.com

ମାଲକାନଗିରି ରେ କାଳବୈଶାଖୀ,ବିଦ୍ୟୁତ,ଟେଲିଫୋନ,ଇଟଂରନେଟ ସେବା ବ୍ୟାହତ

ମାଲକାନଗିରି,୧୦ା୪ (ଓଡିଆ ପୁଅ )  ଦୀର୍ଘଦିନ ଧରି ମାଲକାନଗିରି ଜିଲ୍ଲାବାସୀ ତତଲା କଢେଇରେ ସିଜୁଥିବା ବେଳେ ଆଜି ସନ୍ଧ୍ୟାରେ କିଛି ସ୍ଥାନରେ କାଳବୈଶାଖୀର ତାଣ୍ଡବ ଘଟି ଝଡ ସହିତ ବର୍ଷା ଆରମ୍ଭ ହୋଇଯାଇଛି ।ବିଶେଷ କରି ମାଲକାନଗିରି ଜିଲ୍ଲାସଦର ମହକୁମା ସହିତ କାଲିମେଳା,ପଡିଆ, ମାଥିଲି,ଚିତ୍ରକୋଣ୍ଡା,ବାଲିମେଳା,ଖଇରପୁଟ,ଗୁମ୍ମା ଅଚଂଳରେ ଏହି କାଳବୈଶାଖୀର ପ୍ରଭାବ ପଡିଥିଲା । କାଳ ବୈଶାଖୀ ପ୍ରଭାବରୁ ପ୍ରବଳ ଝଡପବନ ଯୋଗୁଁ ମାଲକାନଗିରି ସହର ସହିତ ଅନ୍ୟାନ ଅଚଂଳରେ ଘଡଘଡିସହିତ ପବନ ହୋଇ ଡାଳ ଭାଙ୍ଗିପଡି ବିଦ୍ୟୁତ ସରବରାହ ବନ୍ଦରହିଛି, ଯାହା ପାଳରେ କି ସମଗ୍ର ମାଲକାନଗିରି ସହର ଅନ୍ଧକାରରେ ରହିଛି । ଏହା ବ୍ୟତିତ ଟେଲିଫୋନ, ଇଟଂରନେଟ ସେବା ମଧ୍ୟ ବ୍ୟାହତ ହୋଇଛି । ମାଲକାନଗିରି ଜିଲ୍ଲା ୪୨ଡିଗ୍ରୀ ତାପ ମାତ୍ରାରେ ସିଜୁଥିବା ଓ ଦୀର୍ଘଦିନ ଧରି ଏଠାରେ ଅନୁଭୂତ ହେଉଥିବା ଗ୍ରୀଷ୍ମ ପ୍ରବାହରୁ ଲୋକେ କିଛିଟା ଆଶ୍ୱସ୍ତି ଅନୁଭବ କରି ଏହି ପବନ ବର୍ଷାରେ ଜିଲ୍ଲାବାସୀ କିଛି ଅଶଂରେ ପ୍ରବଳ ଗରମ ରୁ ରକ୍ଷାପାଇଛନ୍ତି, ଅନେକ ଦିନପରେ ବର୍ଷା ଟିକିଏ ହୋଇଥିବାରୁ ସହରବାସୀ ଶାନ୍ତିରେ ଟିକିଏ ନିଶ୍ୱାସ ମାରିଛନ୍ତି । କାଳବୈଶାଖୀରେ ପବନ ସହ ବିଜୁଳି ଘଡଘଡି ମାରିଥିଲେ ମଧ୍ୟ ରାତ୍ର ହୋଇ ଯାଇଥିବାରୁ କୌଣସି କ୍ଷୟକ୍ଷତିରର ସୂଚନା ମିଳିନାହିଁ ।