Odiapua.com

ମାଲକାନଗିରି ରେ କାକଟପୁର ମା ମଙ୍ଗଳାଙ୍କ ଦଣ୍ଡ ଯାତ୍ରା

ମାଲକାନଗିରି,୨୨ା୨(ଓଡିଆ ପୁଅ ) ଆଦିବାସି ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ଗତ କାଲି ଠାରୁ କାକଟପୁର ମା ମଙ୍ଗଳାଙ୍କ ଦଣ୍ଡ ଯାତ୍ରା ଆରମ୍ଭ ହୋଇଯାଇଛି । ମାଲକାନଗିରି ସହର ପ୍ରବେଶଦ୍ୱାର ଠାରୁ ମା ମଙ୍ଗଳାଙ୍କ ଦଣ୍ଡ କୁ ଶ୍ରଦ୍ଧାଳୁ ଭକ୍ତ ମାନେ ପାଛୋଟି ଆଣିଥିଲେ । ପ୍ରଥମ ଦିବସରେ ନାମ ସଂକିର୍ତନ, ନରନାରୟଣ ସେବା ଆଦି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କରା ଯାଇଥିଲା । ମାଙ୍କ ଦଣ୍ଡ ସୋଭାଯାତ୍ରା ବସ ଷ୍ଟାଣ୍ଡ ଠାରୁ ବାହାରି ତଳସାହି, ଦୁର୍ଗାଗୁଡିସାହି ହୋଇ ୧୧୯କଲୋନି, ଗାୟତ୍ରୀ ମନ୍ଦିର,ରିକ୍ଲାମେସନକଲୋନି,ପୋଷ୍ଟଅଫିସ କଲୋନିରେ ପହଁଚି ପୂଜା ପାଇଥିଲେ । ସୁଦୂର କାକଟପୁର ରୁ ମା ଙ୍କ ପୂଜକ ମନୋଜ ମହାପାତ୍ର,ତ୍ରୀଲୋଚନ ମହାପାତ୍ର,ଲକ୍ଷମୀଧର ମହାପାତ୍ର,ଶଙ୍କର୍ଷଣ ମହାପାତ୍ର ମା ମଙ୍ଗଳାଙ୍କ ଦଣ୍ଡ ଧରି ଘଟାଂ ଝାଜଂ କର୍ତାଳ ବଜାଇ ସହରପରିକ୍ରମା କରି ଦ୍ୱାର ଦ୍ୱାର ଭ୍ରମଣ କରଥିଲେ,ଶ୍ରଦ୍ଧାଳୁଭକ୍ତମାନେ ଦାଣ୍ଡରେ ଗୋବର ପାଣିରେ ଲିପା ପୋଛାକରି ପିଢାପକାଇ ମା ମଙ୍ଗଳାଙ୍କ ଦଣ୍ଡ ଓ ଘଟକୁ ପୂଜାକରି ଆର୍ଶିବାଦ ଗ୍ରହଣ କରିଥିଲେ ।