Odiapua.com

ମାଲକାନଗିରି ରୁ ଭାୟା ନୟାଗଡ ହୋଇ କଟକ କୁ ନୂତନ ଶିତତାପ ନିୟନ୍ତ୍ରୀତ ବସ ଚଳାଚଳ ଆରମ୍ଭ କଲା

ମାଲକାନଗିରି, ୨୭ା୨ (ଓଡିଆ ପୁଅ ) ଦୀର୍ଘବର୍ଷପରେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରୁ ସିଧାସଳଖ ଭାବେ ସୁଦୁର ବଲାଙ୍ଗିର ଭାୟା ନୟାଗଡ ହୋଇ ଭୁବନେଶ୍ୱର କଟକ ଜିଲ୍ଲା କୁ ଶୀତତାପ ନିୟନ୍ତ୍ରୀତ ସ୍ଲିପର ବସ ଚଳାଚଳ ଆରମ୍ଭକରିଛି, ମାଲକାନଗିରି ଜିଲ୍ଲାସଦର ମହକୁମା ବସଷ୍ଟାଣ୍ଡ ଠାରେ ମାଲ୍ୟବନ୍ତ ଘରୋଇବସ ମାଲିକ ସଂଘ ପକ୍ଷରୁ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ମାଲକାନଗିରି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡମା ରାବା, ସମ୍ମାନିତ ଅତିଥି ଭାବେ ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକର ଦାଶ ଓ ପୌର ପରିଷଦ ପୂର୍ବତନ ଉପାଧ୍ୟକ୍ଷ ମନୋଜ ବାରିକ ସବୁଜ ପତକା ଦେଖାଇ ଉକ୍ତ ନୂତନ ବସଟିକୁ ଉଦଘାଟନ କରିଛନ୍ତି। ୪୫ ସିଟ୍ ବିଶିଷ୍ଟ ଓଂ ନିଳକଣ୍ଠେଶ୍ୱର ଏସି ଘରୋଇ ବସଟି ମାଲକାନଗିରି ବସ ଷ୍ଟାଣ୍ଡ ଠାରୁ ପ୍ରତିଦିନ ଅପରାହ୍ନ ୪.୩୦ ରେ କଟକ ଅଭିମୁ ଯାତ୍ରା କରିବ, ଏହି ବସଟି ଜୟପୁର, ଭବାନିପାଟଣା, ବଲାଙ୍ଗିର ହୋଇ ନୟାଗଡ, ଦଶପଲ୍ଲା, ଭୁବନେଶ୍ୱର ଦେଇ କଟକରେ ତାପରଦିନ ସକାଳ ୭ଟାରେ ପହଁଚି ପୁଣି ସେହିଦିନ ସନ୍ଧ୍ୟା ୫ଟାରେ ମାଲକାନଗିରି ଅଭି ମୁଖେ ଯାତ୍ରାକରିବାର ବ୍ୟବସ୍ଥା ହୋଇଛି। ଏହି ଉଦଘାଟନି ଉତ୍ସବ ପରେ ପ୍ରଥମଦିନରେ କଟକ, ଭୁବନେଶ୍ୱର କୁ ୩୫ଜଣ ଯାତ୍ରୀ ଯାତ୍ରାକରିଥିଲେ। ବସରେ ଯାତ୍ରାକରୁଥିବା ସମସ୍ତ ଯାତ୍ରୀ ମାନଙ୍କୁ ସ୍ୱତନ୍ତ୍ର ବିକାଶପରିଷଦ ଅଧ୍ୟକ୍ଷ ସେମାନଙ୍କ ଯାତ୍ରାସଫଳତା କମନାକରି ଶୁଭ ବିଦାୟ ଜଣାଇଥିଲେ। ଏହି ଉଦଘାଟନି ସଭାରେ ଅନ୍ୟାନ ମାନଙ୍କ ମଧ୍ୟରେ ମାଲ୍ୟବନ୍ତ ଘରୋଇବସ ମାଲିକ ସଂଘ ସଭାପତି ଭକ୍ତଚରଣ ରାଉତ, ଘରୋଇବସ ସଂଘର ସନ୍ତୋଷ ପାଣିଗ୍ରାହି, ଅଶୋକ ରାଉତ, ଚିତ ମହାନ୍ତି, ଅଭିଜିତ ସ୍ୱାଇଁ, ହରପ୍ରସାଦ ମହାପାତ୍ର, ମଲିକେଶ୍ୱର, ପ୍ରମୁଖ ଉପସ୍ଥିତ ଥିଲେ।