Odiapua.com

ମାଲକାନଗିରି ମାଓଗଡରେ ବିଜେଡି ସୁପ୍ରୀମୋ ନବୀନଙ୍କ ନିର୍ବାଚନ ପ୍ରଚାର , କେନ୍ଦ୍ରସରକାରଙ୍କ ବିରୋଧରେ ଗର୍ଜିଲେ

ମାଲକାନଗିରି,୫ା୪(ଓଡିଆ ପୁଅ ) ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରୀମୋ ନବୀନ ପଟନାୟକ ମାଓଗଡ ମାଲକାନଗିରି ଜିଲ୍ଲାକୁ ଗସ୍ତ କରି କେନ୍ଦ୍ରସରକାରଙ୍କ ବିରୋଧରେ ଗର୍ଜିଛନ୍ତି । ଆଜି ସକାଳେ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ମାଓପ୍ରବଣ କାଲିମେଳା ଷ୍ଟାଡିୟେମଠାରେ ପହଁଚି ମାଲକାନଗିରି ବିଧାନସଭା ଆସନ ବିଜେଡି ପ୍ରାର୍ଥୀ ଓ ନବରଙ୍ଗପୁର ଲୋକସଭା ବିଜେଡି ପ୍ରାର୍ଥୀଙ୍କ ନିର୍ବାଚନି ସଭାରେ ଯୋଗଦେଇ ଭୋଟଭିକ୍ଷା କରିଛନ୍ତି । ଜିଲ୍ଲା ବିଜେଡି ସଭାପତି ତଥା ବିଧାୟକ ମାନସ ମାଡାକାମି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ  ନିର୍ବାଚନୀ ସଭାରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଯୋଗଦେଇ କେନ୍ଦ୍ରର ବିଜେପି ସରକାରଙ୍କ ବିରୋଧରେ ଗର୍ଜିଛନ୍ତି । କେନ୍ଦ୍ରସରକାର ସବୁବେଳେ ଓଡିଶା ରାଜ୍ୟପ୍ରତି ଅବହେଳା କରିଆସିଛି,କେବିକେ ଯୋଜନାର ଅର୍ଥ ବନ୍ଦକରିଦେଇଛି ।ଆଦିବାସୀ ହିରଜନ ମାନଙ୍କପାଇଁ ଅବିଚାର କରିଛି । ଓଡିଶାର ବିପଦ ବେଳେ ଭାଜପା ନେତାକି କେନ୍ଦ୍ରସରକାର ଙ୍କ ମନ୍ତ୍ରୀ ଙ୍କ ପାଦପଡେନାହିଁ, ଏବେ ନିର୍ବାଚନ ଅଛି ବୋଲି  କେନ୍ଦ୍ର ସରକାର ଖାଲି ଲୋକ ଦେଖାଣିଆ ଭାବେ ଓଡିଶାବାସୀଙ୍କ ପାଇଁ କୁମ୍ଭିରକାନ୍ଦଣା କାନ୍ଦୁଛି ।ସାଡେଚାରିକୋଟି ଲୋକଙ୍କର ଆଶୀର୍ବାଦ ମୋପ୍ରତି ରହିଛି, ସମଗ୍ର ଓଡିଶା ବାସୀ ମୋର ଗୋଟିଏ ପରିବାର,ବିଶେଷ କରି ମାଲକାନଗିରି ଜିଲ୍ଲାପ୍ରତି ମୋର ଦୃବଳତା ରହିଛି,ସ୍ୱାଭିମାନ ଅଚଂଳ ବାସୀଙ୍କ ପାଇଁ ଗୁରୁପ୍ରୀୟାସେତୁ, ଜିଲ୍ବାସୀଙ୍କ ଉତମସ୍ୱାସ୍ଥ୍ୟାସେବା ପାଇଁ ଅତ୍ୟାଧୁନକି ଶୈଳିର ସାତମହଲା ବିଶିଷ୍ଟ ହସପିଟାଲ ନିର୍ମାଣ ହୋଇଛି ।ଏହି ଜିଲ୍ଲାର ସର୍ବାଙ୍ଗିନ ଉନ୍ନତି ପ୍ରତି ଗୁରୁତ୍ୱଦିଆ ଯିବ,ବିଶେଷ କରି ମାଲକାନଗିରି ଜିଲ୍ଲାରେ ବସ ବାସ କରୁଥିବା ବଙ୍ଗୀୟ ଶରଣାର୍ଥୀ ମାନଙ୍କ କିଛି ସମସ୍ୟାରହିଛି ସେଥିପ୍ରତି ଅଧିକ ଗୁରୁତ୍ୱ ଦେଇ ଖୁବ ଶିଘ୍ର ସମାଧନ କରିବି,ସେମାନେ ମଧ୍ୟ ମୋର ଗୋଟିଏ ପରିବାର,ଆପଣ ମାନେ ମୋତେ ଆଶୀର୍ବାଦ କରି ଶଙ୍ଖଚିହ୍ନରେ ଭୋଟଦେଇ ମାଲକାନଗିରି ଓ ଚିତ୍ରକୋଣ୍ଡା ବିଧାନସଭା ଆସନର ବିଜେଡି ଦଳର ପ୍ରାର୍ଥୀ ଓ ନବରଙ୍ଗପୁର ଲୋକସଭା ଆସନର ବିଜେଡି ଦଳର ପ୍ରାର୍ଥୀଙ୍କୁ ଜୟଯୁକ୍ତ କରି ମାଲକାନଗିରି ଓ ସମଗ୍ର ଓଡିଶା ବିକାଶରେ ଭାଗିଦାର ହୁଅନ୍ତୁ ବୋଲି କହିଥିଲେ । ଏହି ସଭାରେ ପୁର୍ବତନ ମନ୍ତ୍ରୀ ତଥା ବିହନ ନିଗମର ଅଧ୍ୟକ୍ଷ ଅରବିନ୍ଧ ଢାଲି,ନବରଙ୍ଗପୁର ଲୋକସଭା ଆସନର ବିଜେଡି ପ୍ରାର୍ଥୀ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ,ମାଲକାନଗିରି ବିଧାନସଭା ପ୍ରାର୍ଥୀ ମୁକୁନ୍ଦ ସୋଡି,ବିଜେଡି ନେତା ରାଜେନ୍ଦ୍ର ଆଚାର୍ଯ୍ୟ,ପ୍ରକାଶ ମହାନ୍ତି,ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦ ଅଧ୍ୟକ୍ଷ ଆଡମା ରାବା ମଚଂରେ ଉପସ୍ଥିତ ରହି  ଭାଷଣ ଦେଇଥିଲେ , ଅନ୍ୟାନ ମାନଙ୍କ ମଧ୍ୟରେ ବିଜେଡି ନେତା ପ୍ରଭାକର ପ୍ରଧାନ,ଗଣେଷମଣ୍ଡଳ,ରୁଦ୍ରପାତ୍ର, କାର୍ତିକ ଦେବନାଥ, ପରିତୋଷ ସରକରା, ଅଜଂନବିଶ୍ୱାସ, ଅଶୋକପାଲ,ଇ.ଭେଙ୍କେଟ ରାଓ,ଗଙ୍ଗାକାରାମ, ଅନୁପ ମିସ୍ତ୍ରୀ,ପ୍ରୀତିପାଲ ସିଂ,ସର୍ବକୁମାର ବିଷୋୟୀ ପ୍ରମୁଖ ଶତାଧିକ ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିଲେ । ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟିମାନ ସାଗର ଓ ତାଙ୍କ ଗୃପ ଏହି ସଭାରେ ସଂଗୀତ ଓ ନୃତ ପରି ବେଷଣ କରିଥିଲେ । ଅନୁରୁପ ମାଥିଲି ଠାରେ ଅନୁଷ୍ଟିତ ସାଧରଣ ସଭାରେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀପଟନାୟକ ଭୋଟଭୀକ୍ଷା କରି ଚିତ୍ରକୋଣ୍ଡା ନିର୍ବାଚନମଣ୍ଡଳି ଓ ସ୍ୱାଭିମାନ ଅଚଂଳ ପ୍ରତି ତାଙ୍କର ଦର ରହିଛି ଶଙ୍ଖଚିହ୍ନରେଭୋଟଦେଇ ବିଜେଡି ପ୍ରାର୍ଥୀଙ୍କୁ ନିର୍ବାଚିତ କରନ୍ତୁ ବୋଲି କହିଥିଲେ । ଏହି ସଭାରେ ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁ ସୀସା, ବିଧାୟକ ପ୍ରାର୍ଥୀ ପୂଣ୍ଣ ର୍ଚନ୍ଦ୍ର ବାକା, ବିଜେଡି ନେତା ଉଦୟ ମାଦ୍ରୀ ପ୍ରମୁଖ ଶତାଧିକ ବିଜେଡି ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।ଦୁଇଟି ଯାକ ନିର୍ବାଚନି ସଭାରେ ପ୍ରାୟ ୨୦ହଜାରରୁ ଉର୍ଦ୍ଦ ଜନ ସାଧରଣ ଙ୍କ ଜନ ସମାଗମ ହୋଇଥିଲା । ପୁଲିସ ପକ୍ଷରୁ ଦୁଇଟି ଯାକ ସଭାସ୍ଥଳରେ ତ୍ରୀସ୍ତରୀୟ କଡା ସୁରକ୍ଷାବ୍ୟବସ୍ଥା କରାଯାଇଥିଲା ।