Odiapua.com

ମାଲକାନଗିରି ବ୍ଲକ ଶିକ୍ଷକ ସଂଘର ନିର୍ବାଚନ,ସଭାପତି ରାମପ୍ରସାଦ ଓ ସଂପାଦକ ଗୁରୁପଦ

ମାଲକାନଗିରିି,୫ା୧୦ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲାଶିକ୍ଷକ ସଂଘ ଗୃହରେ ନିଖିଳ ଉତ୍କଳ ଶିକ୍ଷକ ସଂଘ ହରିପୁର ରୋଡ କଟକ ଦ୍ୱାରା ପରିଚାଳିତ ମାଲକାନଗିରି ସଦର ବ୍ଲକ ଶିକ୍ଷକ ସଂଘ ର ନୂତନ କର୍ମକର୍ତା ନିର୍ବାଚନ ହୋଇଯାଇଛି । ବ୍ଲକ ସଭାପତି ଭାବେ ରାମପ୍ରସାଦ ପାଢୀ,ଉପସଭାପତି ପରମେଶ୍ୱର ଡୁରୁକା,ମହିଳା ଉପସଭାନେତ୍ରୀ ଭାବେ ବାସନ୍ତି ପଟା,ସାଧାରଣ ସଂପାଦକ ଗୁରୁପଦ ସରକାର,ସହ ସଂପାଦକ ବିଜୟକୁମାର ମିସ୍ତ୍ରୀ,ବଳରାମ କ୍ରୀସାନୀ,ସପନକୁମାର ମଣ୍ଡଳ,ସାଙ୍ଗଠାନିକ ସଂପାଦକ ଅର୍ଜୁନ ପଡିଆମୀ,କୋଷାଧ୍ୟକ୍ଷ ଭାବେ ରଜଂନ କୁମାର ମଣ୍ଡଳସବ ର୍ ସମ୍ମମି କ୍ରମେ ମନୋନୀତ ହୋଇଛନ୍ତି । ୪୩୨ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ । ଏହି ନିର୍ବାଚନ ପ୍ରକ୍ରୀୟା କୁ ଅବସର ପ୍ରାପ୍ତ ବରିଷ୍ଠ ଶିକ୍ଷକ ନାରାୟଣ ଚନ୍ଦ୍ର ଭୋଳ,ପ୍ରକାଶ ଚନ୍ଦ୍ର ପଟନାୟକ,ରତିକାନ୍ତ ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ସେମାନଙ୍କୁ ସହାୟତା କରିଥିଲେ ଶିକ୍ଷକ ପ୍ରଭାତ ପରିଡା,ରଜିଂତ କୁମାର ନାୟକ,ଇର୍ମା ପଡିଆମୀ ଦେବାଶିଶ ମଣ୍ଡଳ । ନିର୍ବାଚନ ପରେ ନୂତନ ଶିକ୍ଷକ ସଂଘର କର୍ମକର୍ତା ମାନେ ସପଥ ପାଠ କରିଥିଲେ ।