Odiapua.com

ମାଲକାନଗିରି ବ୍ଲକରେ ଭଲିବଲ ଟୁର୍ଣ୍ଣାମେଟଂ,ବିଜୁ ଯୁବବାହିନୀ କ୍ଲବ ଦ୍ୱିତୀୟ ଦଳ ଚମ୍ପିୟନ

ମାଲକାନଗିରି,୭ା୧୨  (ଓଡିଆ ପୁଅ ) ମାଲକାନଗିରି ସଦରବ୍ଲକ ବିଜୁଯୁବବାହିନୀ ପକ୍ଷରୁ ଭଲିବଲ ଟୁର୍ଣ୍ଣାମେଟଂ ଅନୁଷ୍ଟିତ ହୋଇ ଯାଇଛି । ବ୍ଲକର ୧୯ଟି ପଚାଂୟତରୁ ୧୩ଟି ପଚାଂୟତ ଓ ଦୁଇଟି ପୌରପରିଷଦ ର ବିଜୁ ଯୁବବାହିନୀ ଭଲିବଲ ଦଳ ଏଥିରେ ଅଂଶଗ୍ରହଣ କରିଥିଲେ । ପୌରପରିଷଦ ବିଜୁ ଯୁବବାହିନୀ କ୍ଲବ ଦ୍ୱିତୀୟ ଓ ପୌରପରିଷଦ ବିଜୁ ଯୁବବାହିନୀ ତୃତୀୟ କ୍ଲବ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଟିତ ହୋଇଥିଲା । ପୌରପରିଷଦ କ୍ଲବ ଦ୍ୱିତୀୟ ଚମ୍ପିୟନ ହୋଇଥିବାବେଳେ ପୌରପରିଷଦ କ୍ଲବ ତୃତୀୟ ରର୍ନସଅପ ହୋଇଛି । ମାଲକାନଗିରି ବ୍ଲକ ପଡିଆଠାରେ ବିଡିଓ ଗୁଣୁନିଧି ନାୟକ ଙ୍କ ଅଧ୍ୟ କ୍ଷତାରେ ଅନୁଷ୍ଟିତ ଏହି ଭଲିବଲ ଟୁର୍ଣ୍ଣାମେଟଂ ମ୍ୟାଚରେ ମୁଖ୍ୟଅତିଥି ଭାବେ ମାଲକାନଗିରି ବିଧାୟକ ମାନସ ମାଡକାମି, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଅକ୍ଷୟକୁମାର ନାୟକ, ସାହିତ୍ୟ ଏକାଡେମୀ ସଦସ୍ୟ ସାମ୍ବାଦିକ ରତ୍ନାକରଦାଶ,ପଚାଂୟତ ଅଧିକାରୀ ଶଙ୍କର ଖୁଣ୍ଡୁଆଳ,ବିଜେଡି ନେତା ଧନୁର୍ଯ୍ୟୟ ମାଡକାମି ପ୍ରମୁଖ ଯୋଗଦେଇ ଦେହ ମନ ସୁସ୍ଥ ରଖିବାକୁ ହେଲେ କ୍ରୀଡାର ଆବଶ୍ୟକତା ରହିଛି ,ଆଦିବାସୀ ଅଧ୍ୟୁଷିତ ଅଚଂଳରେ ଶିକ୍ଷା,ସ୍ୱାସ୍ଥ୍ୟ ଅନ୍ୟାନ ଉନ୍ନୟନ ପ୍ରତି ଦୃଷ୍ଟି ଦେବାସହିତ କ୍ରୀଡାପ୍ରତି ଗୁରୁତ୍ୱ ଦେଇ ପ୍ରତି ପଚାୟଂତରେ କ୍ରୀଡାର ବିକାଶ ପାଇଁ ବିଜୁ ଯୁବବାହିନୀ ଆଗେଇ ଆସିଛନ୍ତି ,ପ୍ରତି ବ୍ଲକ ଓ ପଚାଂୟତସ୍ତରେ ମନିଷ୍ଟାଡିୟମ ପ୍ରତିଷ୍ଟା କରିବା ଦରକାର ବୋଲି କହିଥିଲେ । ଉଦଯାପନି ଉତ୍ସବରେ ବ୍ଲକ ଚେୟାରମେନ ଶ୍ରୀ ଏ.କେ,ନାୟକ ମୁଖ୍ୟଅତିଥିଭାବେ ଯୋଗଦେଇ କୃତି ପ୍ରତି ଯୋଗୀଙ୍କୁ ସିଲ୍ଡ ଓ କପ ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ବିଜୁ ଯୁବବାହିନୀର ବ୍ଲକ ସଂଯୋଜକ ରାମମାଡକାମି,ପୌରପରିଷଦ ସଂଯୋଜକ ସୋମେଶ ବାଘ,ଭରତ ହରିଜନ,ପିୟଙ୍କା ଦାସ, ପ୍ରତିଭା ମିସ୍ତ୍ରୀ,ପ୍ରୟୀଙ୍କା ବାଘ,ରାଧିକା ମାଝି ପ୍ରମୁଖ ବିଜୁ ଯୁବବାହିନୀର ସଭ୍ୟସଭ୍ୟା ମାନେ ପରିଚାଳନା କରିଥିଲେ । ଆସନ୍ତା ୧୦ତାରିଖରେ ହେବାକୁ ଯାଉଥିବା ଜିଲ୍ଲାସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ରେ ଏହି ବିଜୟୀ ଦୁଇଟି ଦଳ ଖେଳିବାପାଇଁ ମନୋନିତ ହୋଇଛନ୍ତି । ଏହି କ୍ରିକେଟ ମ୍ୟାଚ ଦେଖିବାପାଇଁ ପଡିଆରେ ବିଭିନ୍ନ ଆଦିବାସୀ ଗ୍ରାମରୁ ଶତାଧିକ ଦର୍ଶକମାନଙ୍କ ଭିଡ ଲାଗିଥିଲା ।