Odiapua.com

ମାଲକାନଗିରି ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟରେ ସ୍ନେହ,ମିଳନ,ଶାନ୍ତି,ମୈତ୍ରୀ ଓ ସଦଭାବନା ଉତ୍ସବ

ମାଲକାନଗିରି,୨୪ା୧୨ (ଓଡିଆ ପୁଅ  )  ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ମାଲକାନଗିରି ଜିଲ୍ଲାଶାଖା ପକ୍ଷରୁ ସ୍ନେହ,ମିଳନ,ଶାନ୍ତି,ମୈତ୍ରୀ ଓ ସଦଭାବନା ଉତ୍ସବ ଆଡମ୍ବର ସହକାରେ ଆଜି ପାଳିତ ହୋଇଯାଇଛି । ଅବିଭକ୍ତ କୋରାପୁଟ,କଳାହାଣ୍ଡି ଜୋନର ନିଦେ୍ର୍ଦଶିକା ରାଜଜୋଗିନୀ ବ୍ରହ୍ମାକୁମାରୀ ନୀଲମ ଭଉଣୀଙ୍କ ଆଧ୍ୟାତ୍ମିକତା କ୍ଷେତ୍ରରେ ଦୀର୍ଘ୫୦ବର୍ଷର ସମର୍ପିତ ସେବାର ପୂର୍ତି  ଅବସରେ  ସ୍ୱଣ୍ଣ ର୍ ଜୟନ୍ତୀ ରେ ପ୍ରଦୀପ ପ୍ରଜ୍ୱଳନ କରି ଛେନା କେକ କାଟି ତାଙ୍କୁ ସ୍ୱାଗତ ସମ୍ବୋର୍ଦ୍ଦନା ଜଣାଇବା ସହ ବିଶ୍ୱବିଦ୍ୟାଳୟ ପରିସରରେ ସ୍ନେହ ଓ ମିଳନର ଉତ୍ସବ ପାଳନ କରାଯାଇଛି । ଏହି ଅବସର ରେ ପୁର୍ବତନ ବାଚସ୍ପତି ଶ୍ରୀ ପ୍ରହ୍ଲାଦ ଦୋରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଆଧ୍ୟାତ୍ମିକ ଉତ୍ସବରେ ମୁଖ୍ୟଅତିଥି ଭାବେ ରାଜଜୋଗିନୀ  ପ୍ରଜାପିତା ବ୍ରହ୍ମକୁମାରୀ ଭଉଣୀ ନିଲମ ,ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ସେମିଳିଗୁଡା ସେବାକେନ୍ଦ୍ରର ପ୍ରଜାପିତା ବ୍ରହ୍ମାକୁମାରୀ ସାବିତ୍ରୀ ଭଉଣୀ, ମୁଖ୍ୟବକ୍ତା ଭାବେ ଓଡିଶା ସାହିତ୍ୟ ଏକେଡେମୀ ସଦସ୍ୟ ବରିଷ୍ଠ ସାମ୍ବାଦିକ ରତ୍ନାକରଦାଶ ଯୋଗଦେଇ ସଭ୍ୟଶିକ୍ଷିତ ସମାଜରେ ଦିନକୁ ଦିନ ବଢୁଥିବା ଅଶାନ୍ତି,ଅରାଜକତା,ଅସ୍ଥିରତା, ଅସୁସ୍ଥତାର ନିରାକରଣ କେବଳ ରାଜଜୋଗ ଦ୍ୱାରା ସମ୍ଭବ,ପୃଥିବୀର ଶ୍ରେଷ୍ଠ ଜ୍ଞାନୀ ପ୍ରଣୀ ହେଉଛନ୍ତି ମଣିଷ, ଏବେ ବାସ୍ତୁବାଦି ସମାଜ ଭିତରେ ସେମାନେ ନିଜର ଜ୍ଞାନ,ବୁଦ୍ଧି,ବିବେକ ହରାଇ କେବଳ ପ୍ରଣୀ ପାଲଟି ଯାଇଛନ୍ତି, ଆଧ୍ୟାତ୍ମିକ ଚିନ୍ତାଧାରା ମଧ୍ୟରେ ସବୁକିଛି ସମସ୍ୟାର ସାମାଧନ ହୋଇପାରିବ ବୋଲି ମଚାଂଶିନ ଅତିଥି ମାନେ ସେମାନଙ୍କ ମତ ରଖିଥିଲେ । ସଭା ପ୍ରାରମ୍ଭରେ ମାଲକାନଗିରି ସେବାକେନ୍ଦ୍ରର ସଂଚାଳିକା ରାଜଜୋଗିନୀ ବ୍ରହ୍ମାକୁମାରୀ ଜୟନ୍ତୀ ଭଉଣୀ  ସ୍ୱାଗତ ଭାଷଣ ଦେବା ସହ ସଭା ସଂଚାଳନ କରି ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ର ଇତିହାସ,ବର୍ତମାନ ଏହାର ଭୂମିକା ଓ ଅବଦାନ ସଂପର୍କରେ ସୁଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟାନ ମାନଙ୍କ ମଧ୍ୟରେ ପ୍ରଜାପିତା ବ୍ରହ୍ମାକୁମାରୀ ରାକ୍ଷୀ,ବ୍ରହ୍ମାକୁମାରୀ ନମିତା,ବ୍ରହ୍ମାକୁମାରୀ ଲକ୍ଷମ୍ୀ,ବ୍ରହ୍ମକୁମାରୀ ସଜୁଂକ୍ତା ପ୍ରମୁଖ ଭଉଣୀ ଓ ଭାଇ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଉତ୍ସବରେ ମାଲକାନଗିରି, କୋରାପୁଟ,ନବରଙ୍ଗପୁର ଜିଲ୍ଲାର ଶତାଧିକ ପ୍ରଜାପିତା ବ୍ରହ୍ମାକୁମାରୀ ଭଉଣୀ ଓ ଭାଇ ମାନେ ଉପସ୍ଥିତ ରହି ଆଧ୍ୟାତ୍ମିକତା କାର୍ଯ୍ୟକ୍ରମରେ ଭାଗନେଇଥିଲେ ।