Odiapua.com

ମାଲକାନଗିରି ବିଜାଘାଟିରେ ବାଲିବୋଝେଇ ଟ୍ରାକ୍ଟର ଓଲଟି ତନିଜଣ ଆହତ,ଜଣେ ଗୁରୁତର

ମାଲକାନଗିରି,୨୮ ।୧(ଓଡିଆ ପୁଅ) ଆଜିସନ୍ଧ୍ୟାରେ ମାଲକାନଗିରି ଜୟପୁର ୩୨୬ନମ୍ବର ଜାତୀୟ ରାଜପଥ ବିଜାପୁର ଘାଟିରେ ଏକ ବାଲିବୋଝେଇ ଟ୍ରାକ୍ଟର ଓଲଟି ତିନିଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଆଜି ସନ୍ଧ୍ୟାରେ ପାଣ୍ଡ୍ରୀପାଣି ଠାରୁ ଏକ ବୋଲି ବୋଝେଇ ଟ୍ରାକ୍ଟର ମାଲକାନଗିରି ସହର ଅଭିମୁଖେ ଯାଉଥିବା ବେଳେ ବିଜଘାଟି ଝାଟିଗୁଡା ଗ୍ରାମ ଠାରେ ଭାର ସାମ୍ୟହରାଇ ଓଲଟି ପଡିଥିଲା, ଏହି ଟ୍ରାକ୍ଟର ରେ ବସିଥିବା ତିନିଜଣ ଆହତ ହୋଇଛନ୍ତି , ସେ ମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିହାର ଜଣାପଡିଛି । ନିକଟରେ ଥିବା ଗ୍ରାମବାସୀ ମାନେ ୧୦୮ ଆମ୍ବୁଲାନ୍ସ ଓ ଥାନାକୁ ଫୋନକରିଥିଲେ । ଘଟଣାସ୍ଥଳରେ ମାଲକାନଗିରି ପୁଲିସ ପହଁଚି ଆହତ ମାନଙ୍କୁ ମାଲକାନଗିରି ଜିଲ୍ଲାହସପିଟାଲକୁ ଚିକିତ୍ସା ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି । ସୁଚନା ଯୋଗ୍ୟ ଯେ ଗତ କିଛି ଦିନତଳେ ଏହି ବିଜାଘାଟି ଝାଟିଗୁଡା ଠାରେ ଦୁଇଟି ବାଇକ ଦୁର୍ଘଟଣା ଘଟି ତିନିଜଣ ଯୁବକଙ୍କର ମୃତ୍ୟୁ ଘଟିଥିଲା । ବିଜାଘାଟିଟି ଏବେ ଦୁର୍ଘଟଣାସ୍ଥଳ ହୋଇ ମରଣ ଯନ୍ତା ପାଲଟିଛି ।