Odiapua.com

ମାଲକାନଗିରି ବିଏସଏଫ କ୍ୟାମ୍ପରେ ବନମହୋତ୍ସବ ଓ ଚାରା ରୋପଣ

ମାଲକାନଗିରି,୧ା୭ (ଓଡିଆ ପୁଅ ) ମାଲକାନଗିରି ଏମଭି୩ ଠାରେ ଥିବା ବିଏସଏଫ କ୍ୟାମ୍ପରେ କୋଭିଡ୧୯ ନିୟମ ପାଳନ କରାଯାଇ ଜିଲ୍ଲାସ୍ତରୀୟ ବନମହୋତ୍ସବ ଓ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି ଅବସରେ ୨୦୦ଚାରା ଗଛରୋପଣ କରି ଦର୍ଶାଇଦେଇଛନ୍ତି ଯବାନ ମାନେ କେବଳ ଦେଶକୁ ସୁରକ୍ଷା ଯୋଗାଇ ଦିଅନ୍ତି ନାହିଁ ପରିବେଶକୁ ସୁସ୍ଥ ସୁନ୍ଦର ଓ ପ୍ରଦ୍ୟୁଷଣ ମୁକ୍ତ କରିବା ପାଇଁ ସେମାନେ ମଧ୍ୟ ସଜାଗରହିଛନ୍ତି ,ସେମାନେ ବନମହୋତ୍ସବରେ ସାମିଲ ହୋଇ କ୍ୟାମ୍ପ ପରିସରରେ ବିଭିନ୍ନ ପ୍ରକାର ଚାରା ରୋପଣକରିଛନ୍ତି ।ଏହି ଅବସରେ ମାଲକାନଗିରି ବନାଚଂଳ ପକ୍ଷରୁ ସମସ୍ତ ପ୍ରକାର ଚାରା ଯୋଗାଇ ଦିଆ ଯାଇଥିଲା । କ୍ୟାମ୍ପପରିସରରେ ବନଖଣ୍ଡ ଅଧିକାରୀ ପ୍ରଦୀପ ମିରସେ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ବନମହୋତ୍ସବ ଅବସରରେ ମୁଖ୍ୟଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମି,ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ,ବିଏସଏଫ ଡିଆଇଜି ସଂଜୟକୁମାର ସିଂ,ଏସପି ରିଶିକେଶ ଡି ଖିଲାରୀ,ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ଡିଆରଡିଏ ପିଡି ବାଳମୁକୁନ୍ଦ ଭୂୟାଁ ପ୍ରମୁଖ ଯୋଗଦେଇ ବୃକ୍ଷରୋପଣର ତାତ୍ପର୍ଯ୍ୟତା ସଂପର୍କରେ କହିବାସହିତ ଜଙ୍ଗଲ ସୃଷ୍ଟି ଦ୍ୱାରା ମରୁଡି, ଦୁର୍ବିପାକରୁ ରକ୍ଷା ହୋଇପାରିବ ବୋଲି କହିଥିଲେ । ଏହି ଅବସରରେ ମାଥିଲି ବ୍ଲକ ପାଙ୍ଗାମ ପଚାଂୟତ ଓ ଖଇରପୁଟ ହାଇସ୍କୁଲ କୁ ଶ୍ରେଷ୍ଠ ପରିବେଷ ସୁରକ୍ଷା ଓ ବନିକରଣ ପାଇଁ ୨୦ହଜାରଟଙ୍କା ଲେଖା ପୁରସ୍କୃତ ସହ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ପାଙ୍ଗାମ ସରପଚଂ ଶ୍ରୀମତୀ ଉଜଳା ପ୍ରେମା ଓ ଖଇରପୁଟ ହାଇସ୍କୁଲ ଶିକ୍ଷକ ସନାତନ ପ୍ରଧାନ ଅତିଥି ମାନଙ୍କ ଠାରୁ ପ୍ରମାଣପତ୍ର ଗ୍ରହଣକରିଥିଲେ । ସଭାପ୍ରାରମ୍ଭରେ ସହକାରି ବନସଂରକ୍ଷକ ଶ୍ରୀକାନ୍ତ ନାୟକ ପ୍ରାରମ୍ଭିକ ସୁଚନା ସହିତ ବନମହୋତ୍ସବର ତାତ୍ପର୍ଯ୍ୟ ସଂପର୍କରେ କହିଥିଲେ ।
ସବ ର୍ଶେଷରେ ମାଲକାନଗିରି ବନାଚଂଳ ଅଧିକାରୀ ବାସୁଦେବନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କ୍ୟାମ୍ପ ପରିସରରେ ବିଏସଏଫ ଯବାନ ମାନଙ୍କ ସହିତ ଅତିଥି ମାନେ ବୃକ୍ଷ ରୋପଣ କରିଥିଲେ ।