Odiapua.com

ମାଲକାନଗିରି ବସଷ୍ଟାଣ୍ଡଠାରେ ନିରାଡମ୍ବରେ ଡଃ ଆମ୍ବେଦକର ଜୟନ୍ତୀ ପାଳିତ

ମାଲକାନଗିରି,୧୫ । ୪(ଓଡିଆ ପୁଅ ) ଲକ ଡାଉନ ପରିସ୍ଥିତି ପାଇଁ ମାଲକାନଗିରି ଜିଲ୍ଲା ର ବିଭିନ୍ନ ସ୍ଥାନରେ ଡଃ ଆମ୍ବେଦକର ଙ୍କ ଜୟନ୍ତୀ ଉତ୍ସବ ନିରା ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଜିଲ୍ଲାସଦର ମହକୁମା ଆନ୍ତଃରାଜ୍ୟ ବସ ଷ୍ଟାଣ୍ଡ ନିକଟରେ ଜିଲ୍ଲାଅନୁସୂଚୀତଜାତି, ଉପଜାତିକର୍ମଚାରୀ ସଂଘ ପକ୍ଷରୁ ନବଭାରତର ସଂବିଧାନ ପ୍ରଣେତା ବିଧିସତ୍ୱ ଭାରତରତ୍ନ ବାବା ସାହେବ ଢଃ ଭୀମରାଓ ରାମଜୀ ଆମ୍ବେଦକରଙ୍କ ୧୨୯ତମ ଜୟନ୍ତୀ ଉତ୍ସବ ନିରାଡମ୍ବର ସହକାରେ ପାଳିତ ହୋଇ ଯାଇଛି । ଏହି ଅସରରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଭୀରସେନ ପ୍ରଧାନ,ସମ୍ମାନିତ ଅତିଥି ଭାବେ ତହସିଲାଦାର ଗୁଣନିଧି ନାୟକ, ସହକାରି ଜିଲ୍ଲାପାଳ ପ୍ରମୋଦକୁମାର ବେହେରା,ଜଗଦିଶ କାର୍ତାମି ଯୋଗଦେଇ ବ୍ରୋଚଂ ନିର୍ମିତ ଡଃ ଆମ୍ବେଦକର ଙ୍କ ବିରାଟକାୟ ପ୍ରତିମୂର୍ତୀରେ ମାଲ୍ୟର୍ପଣ କରି ଡଃ ଆମ୍ବେଦକର ଙ୍କ ବହୁମୁଖିପ୍ରତିଭା ସଂପର୍କରେ କହିଥିଲେ । ଏହି ଅବସରରେ ଅନ୍ୟାନ ମାନଙ୍କ ମଧ୍ୟରେ ଘେନୁମୁଦୁଲି,କେଦେଶ ିରାଜା ଆଚାରୀ,ଲକ୍ଷମଣ ଘରାମୀ ,ସନୁ ଅନୁଗୁ,ଜରା ସବର ମାଢୀ,ଆନନ୍ଦ ହାଂସଦା,ସନାତନ ଭୋଇ ପ୍ରମୁଖ ଆମ୍ବେଦକର ପ୍ରେମୀ ଓ ଅନ୍ୟାନ ବୁଦ୍ଧିଜିବି ମାନେ ଯୋଗଦେଇ ପ୍ରତିମୂର୍ତିରେ ମାଲ୍ୟର୍ପଣ କରି ଡଃ ଆମ୍ବେଦକରଙ୍କ ସ୍ମୁତିଚରାଣ କରିଥିଲେ । ଲକ ଡାଉନ ଯୋଗୁ ସାମାଜିକ ଦୂରତା ଅବଲମ୍ବନ କରି ଗରିବଙ୍କୁ ମାସ୍କ ବଟଂନ କରାଯାଇଥିଲା ।