Odiapua.com

ମାଲକାନଗିରି ବନସେବା ସଂଘର ସାଧାରଣ ଅଧିବେଶନ,ଓ ନୂତନ କର୍ମକର୍ତା ନିର୍ବାଚନ

ମାଲକାନଗିରି,୨୩ା୧୨ (ଓଡିଆ ପୁଅ )ଓଡିଶା ଅଣଗେଜେଟେଡ ବନସେବା ସଂଘ ମାଲକାନଗିରି ଜିଲ୍ଲା ଶାଖା ର ୭ମ ଦ୍ୱିବାର୍ଷିକ ସାଧାରଣ ଅଧିବେଶନ ସ୍ଥାନୀୟ ନଗର ଭବନଠାରେ ରାଜ୍ୟ ସଭାପତି ଗୌରୀଶଙ୍କର ସାହୁ ଙ୍କ ଅଧ୍ୟ କ୍ଷତାରେ ଅନୁଷ୍ଟିତ ହୋଇ ଯାଇଛି । ଏହି ଅବସରେ ମୁଖ୍ୟଅତିଥି ଭାବେ ଡିଏଫଓ ପ୍ରଦୀପ ଦେବଦାସ ମିରଶେ ଯୋଗଦେଇ ଆନୁଷ୍ଠାନିକ ଭାବେ ଅଧିବେଶନକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ରାଜ୍ୟ ଉପସଭାପତି ଭବାନୀଶଙ୍କର ପରିଚ୍ଛା,ସହକାରୀ ବନ ସଂରକ୍ଷକ ଶ୍ରୀ କାନ୍ତ ନାୟକ ଯୋଗଦେଇଥିଲେ । ଜଙ୍ଗଲପରିବେଶ,ବନ୍ୟଜନ୍ତୁ ସୁରକ୍ଷାରେ ବନକର୍ମଚାରୀ ମାନେ ଗୁରୁତ୍ୱଦେଇ ନିଜ ନ୍ୟାଯ୍ୟଦାବି ରାଜ୍ୟସରକାରଙ୍କ ନିକଟରେ ଉପସ୍ଥାପନ କରନ୍ତୁ,ମାଲାକନଗିରି ଜିଲ୍ଲାରେ ଖାଲିପଡିଥିବା ପଦବି, ବନକର୍ମଚାରୀଙ୍କ ସାମଜିକ ସୁରକ୍ଷା,ପଦୋନ୍ନତି,ଜଙ୍ଗଲ ଆଇନର ସଂଶୋଧନ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା ।ଜିଲ୍ଲା ସଂପାଦକ ସୁରେଶ ଚନ୍ଦ୍ର ସ୍ୱାଇଁ ସଂପାଦକୀୟ ବିବରଣୀ ପାଠକରିଥିବା ବେଳେ ସଭାପତି ସମରା ଖରା ତାଙ୍କର ୨ବର୍ଷର କାର୍ଯ୍ୟକାଳ ମଧ୍ୟରେ ସଂଘର କାର୍ଯ୍ୟକ୍ରମ ବିଷୟରେ ସୁଚନା ଦେଇଥିଲେ । ଏହି ଅବସରେ ମାଲକାନଗିରି ଜିଲ୍ଲାର ନୂତନ କର୍ମକର୍ତା ଚୟନ କରାଯାଇଥିଲା  । ସଭାପତି ଭାବେ ତପନକୁମାର ସାହା,ଉପସଭାପତି ଶ୍ରଦ୍ଧାଜଂଳି ମିଶ୍ର,ସଂପାଦକ ସରୋଜକୁମାର ସ୍ୱାଇଁ,ଯୁଗ୍ମସଂପାଦକ ପପିତା ଆଜମେରା,ସହ ସଂପାଦକ ଲଳିତା ହରିଜନ,କୋଷାଧ୍ୟକ୍ଷ ସୁଧିର କୁମାର ମୁର୍ମୁ ଙ୍କୁ ସବ ର୍ସମ୍ମତି କ୍ରମେ ଚୟନ କରାଯାଇଥିଲା । ଏହି ଅବସରେ ଅବସରପ୍ରାପ୍ତ ବନାଚଂଳ ଅଧିକାରୀ ଶିବପ୍ରସାଦ ପାତ୍ର,ବନପାଳ ଦୁର୍ଯ୍ୟଧନପାତ୍ର,ଏରା ସ୍ୱାମୀ,ଅନିରୁଦ୍ଧଚୌଧୁରୀ ଙ୍କୁ ସମ୍ମାନିତ କରାଯାଇଥିଲା  । ଶେଷରେ ବନପାଳ ମୃତ୍ୟୁଜଂୟ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।