Odiapua.com

ମାଲକାନଗିରି ବନବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କାର ମୁଲ୍ୟବାନ ସାଗୁଆନ କାଠ ପଟା ଜବତ,ଦୁଇ ଜଣ ଅଟକ

ମାଲକାନଗିରି,୨୪ା୪ (ଓଡିଆ ପୁଅ) ମାଲାକନଗିରି ଜିଲ୍ଲା ବନବିଭାଗକୁ ମିଳିଛି ଆଜି ଏକ ସଫଳତା , ମୂଲ୍ୟବାନ ସାଗୁଆନ କାଠଗଣ୍ଡି ଓ ସାଇଜ ପଟା ଚୋରା ଚାଲାଣ କରିବା ପାଇଁ ଚୋରା ବେପାରୀ ମାନେ ଲୁଚାଇ ରଖିଥିବା ସ୍ଥାନରୁ ବନବିଭାଗ ଜବତ କରିଛି । କାଠ ଚୋରାଚାଲାଣ କରିବା ସନ୍ଦେହ ରେ ବନବିଭାଗ ଦୁଇଜଣ ଙ୍କୁ ଅଟକ ରଖି ପଚାରା ଉଚରା ଚଳାଇଛନ୍ତି । କିଛି କାଠ ଚୋରା ବେପାରୀ ମୂଲ୍ୟବାନ ସାଗୁଆନ କାଠ ପଟା ଓ ଗଣ୍ଡି ଚୋରା ଚାଲାଣ କରିବା ପାଇଁ କମାଲିଗୁଡା ଜଙ୍ଗଲ ନିକଟ ତମାସା ନଦୀ କୁଳରେ ଗଛିତ ରଖିଥିବାର ଖବର ବନବିଭାଗ ନିକଟରେ ପହଁଚିଥିଲା । ମାଲକାନଗିରି ଡିଏଫଓ ପ୍ରଦୀପ ମିରାସେ ଙ୍କ ନିର୍ଦ୍ଦେଶକ୍ରମେ ବନାଚଂଳ ଅଧିକାରୀ ଜଗନ୍ନାଥ ବିଷୋୟୀ ଙ୍କ ନେତୃତ୍ୱରେ ଏକ ଟିମ ସେଠାକୁ ଯାଇ ଚଢଉ କରିଥିଲେ । ଚଢଉରେ ପ୍ରାୟ୯ଟି ସାଗୁଆନ ଗଛର ଗଣ୍ଡି ଓ ୩୪ଟି ସାଗୁଆନ ସାଇଜ ପଟା ଜବତ ହୋଇଛି, ଜବତ କାଠ ଓ ପଟା ର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି । ସେଠାରେ ସନ୍ଦେହ ଜନକ ଭାବେ ବୁଲିଥିବା ଦୁଇଜଣ ବ୍ୟକ୍ତିଙ୍କୁ ବନବିଭାଗ ଧରି ଅଟକ ରଖି ପଚାରା ଉଚରା ଜାରିରଖିଛି । ଏହି ଚଢଉ ରେ ବନପାଳ ମୁରଲି ଧର ଅନୁଗୁଳିଆ,ରାଜେଶ ସେଠୀ,ପାଣ୍ଡ୍ରିପାଣି ବନପାଳ ମୋହନ ଗୁଡିଆ,ଏମଭି୧୭ ବନପାଳ ଦିବାକର ଜେନା, ବନବିଭାଗ ପାରା ସ୍କାର୍ଡ ଷ୍ଟାପ ଅଂଶଗ୍ରହଣ କରିଥିଲେ । ପ୍ରକାଶ ଥାଉକି ଗତ ୧୫ଦିନ ମଧ୍ୟରେ ମାଲକାନଗିରି ବନାଚଂଳ ବିଭାଗ ପକ୍ଷରୁ ସେହି ତମାସା ନଦୀ କୁଳ କମାଲିଗୁଡା ଜଙ୍ଗଲରେ ଚଡଉ କରାଯାଇ ଦୁଇଟି ଟ୍ରାକ୍ଟର ସହ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ଜବତ କରାଯାଇ ୪ଜଣ ଚୋରା ବେପାରିଙ୍କୁ ଗିରଫ କରାଯାଇଥିଲା ।