Odiapua.com

ମାଲକାନଗିରି ବନବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କାର ମୁଲ୍ୟବାନ ସାଗୁଆନ କାଠ ୨ଟି ଟ୍ରାକ୍ଟର ଜବତ,୪ଜଣ ଗିରଫ

ମାଲକାନଗିରି,୯ା୪ (ଓଡିଆ ପୁ୍‌ଅ )) ମାଲାକନଗିରି ଜିଲ୍ଲା ବନବିଭାଗକୁ ମିଳିଛି ଏକ ସଫଳତା ,୨ଟି ଟ୍ରାକ୍ଟର ଯୋଗେ ମୂଲ୍ୟବାନ ସାଗୁଆନ କାଠଗଣ୍ଡି ଚୋରା ଚାଲାଣ କରୁଥିବା ସମୟରେ ବନବିଭାଗ ଜବତ କରିଛି । ଗୁରୁବାର ଦିନ ମଧ୍ୟରାତ୍ରରେ କିଛି କାଠ ଚୋରା ବେପାରୀ ଟ୍ରାକ୍ଟର ଯୋଗେ ମୂଲ୍ୟବାନ ସାଗୁଆନ କାଠ ଗୋରାଖୁଠାଂ ଆଖପାଖ ଜଙ୍ଗଲରୁ ମାଲକାନଗିରି ଥାନାସ୍ଥ ଏମଭି ୨୪ଗ୍ରାମକୁ ଚାଲାଣ କରାଯାଉଥିବାର ଖବର ବନବିଭାଗ ନିକଟରେ ପହଁଚିଥିଲା । ମାଲକାନଗିରି ଡିଏଫଓ ପ୍ରଦୀପ ମିରାସେ ଙ୍କ ନିର୍ଦ୍ଦେଶକ୍ରମେ ବନାଚଂଳ ଅଧିକାରୀ ଜଗନ୍ନାଥ ବିଷୋୟୀ ଙ୍କ ନେତୃତ୍ୱରେ ବନପାଳ ମୁରଲି ଧର ଅନୁଗୁଳିଆ,ରାଜେଶ ସେଠୀ,ଅର୍ଜିୁନ ବାଟେ ଓ ୧୫ ଜଣ ବନବିଭାଗ ପାରା ସ୍କାର୍ଡ ଷ୍ଟାପ ଗୁରୁବାର ମଧ୍ୟ ରାତ୍ରରୁ ଗୋରାଖୁଟାଂ ପଚାଂୟତ କାମଲାଗୁଡା ରାସ୍ତାରେ ଛକି ରହିଥିଲେ । ଆଜି ବଢି ଭୋରୁ ୪ଟା ରେ ସେହି ରାସ୍ତାରେ ଦୁଇଟି କାଠବୋଝେଇ ଟ୍ରାକ୍ଟର ଆସୁଥିବାର ଦେଖି ବନ ବିଭାଗ କର୍ମଚାରୀ ମାନେ ଚଢଉକରିଥିଲେ । ସେଥିରେ ଥିବା ୪ଜଣ ବ୍ୟକ୍ତି ଦୌଡି ପାଳାଇ ଯାଉଥିବା ବେଳେ ବନବିଭାଗ କର୍ମଚାରୀ ମାନେ ସେମାନଙ୍କୁ ଗୋଡାଇ ଧରିଥିଲେ । କାଠ ବୋଝେଇ ଟ୍ରାକ୍ଟର ଦୁଇଟିକୁ ଜବତ କରିବା ସହିତ ୪ଜଣଙ୍କୁ ଗିରଫ କରି ରେଜଂ କାର୍ଯ୍ୟାଳୟ କୁ ନେଇଥିଲେ । ଗିରଫ ବ୍ୟକ୍ତି ମାନେ ହେଲେ ଏମଭି୩୯ ଗ୍ରାମର ଭୈରବ ଧର, ମିଟୁଂବିଶ୍ୱାସ, କାଡେଲମେଟଲା ଗ୍ରାମର କଶା ସୋଡି, ଦେବ ପୁଜାରୀ । ଦୁଇଟି ଟ୍ରାକ୍ଟରରେ ୧୩ ଟି ବୃହତ ମୂଲ୍ୟବାନ ସାଗୁଆନ ଓ ପିଆଶାଳ କାଠ ଗଣ୍ଡି ଥିଲା, ସେଗୁଡିକର ମୂଲ୍ୟପ୍ରାୟ ୩ଲକ୍ଷଟଙ୍କାରୁ ଉର୍ଦ୍ଦ ହେବ ବୋଲି ଜଣାପଡିଛି । କାଠ ଚୋରାଚାଲାଣ ଅଭିଯୋଗରେ ଗିରଫ ୪ଜଣଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି ।