Odiapua.com

ମାଲକାନଗିରି ପ୍ରବେଶ ଦ୍ୱାର କନ୍ୟାମାଝିବନ୍ଧ ମଣ୍ଡପରେ ଚାରି ରାଜ୍ୟର ବିଭବମୟ ବଡଯାତ୍ରା ଠାକୁର ପହଁଚି ଭୋଗ ପାଇଲେ

ମାଲକାନଗିରି,୧୬ା୩(ଓଡିଆ ପୁଅ ) ଆନ୍ଦ୍ର,ଓଡିଶା, ଛତିଶଗଡ,ତେଲାଙ୍ଗାନ ଚାରିରାଜ୍ୟ ସୀମାନ୍ତ ରେ  କେଉଁ ଆବାହନକାଳରୁ ମାସେ ତମାମ ଚାଲିଆସୁଥିବା ବିଭବମୟ ବଡଯାତ୍ରା ଠାକୁର ଶ୍ରୀ ଶ୍ରୀ କାନମରାଜ,ପୋତରାଜ, ବାଲରାଜ ଓ ମା ମୁତ୍ୟାଲୁମା ଆଜି ସକାଳେ ମାଲକାନଗିରି ସହର ମୁଣ୍ଡରେ ପହଁଚି ଭୋଗପାଇଛନ୍ତି । ବିରାଟ ସୋଭା ଯାତ୍ରାରେ ଶତାଧିକ ଲାଠିଧାରି ଭକ୍ତ ତମସା ଠାରୁ ଆଜି ପ୍ରାତଃରୁ ବାହାରି ରାସ୍ତାତମାମ ଭୋଗପାଇ ବଡଯାତ୍ରା ଠାକୁର ମାଲକାନଗିରି କନ୍ୟାମାଝିବନ୍ଧ ଠାରେ ପହଁଚି ଛନ୍ତି ।

ସେଠାରେ ବଡଯାତ୍ରା ପାଟପୂଜାରୀ,ପୁଜାକମିଟିର ସଭାପତି ତହସିଲଦାର  ଓ ଅନ୍ୟାନ ଅଧିକାରୀ  ପୁଜାକମିଟିର ସଦସ୍ୟ ମାନେ ରାଜ ଭୋଗ ଧରି  ଠାକୁରଙ୍କୁ ମଣ୍ଡପ ନିକଟକୁ ପାଛୋଟି ନେଇଥିଲେ ,ଶ୍ରୀ ଶ୍ରୀ କାନମରାଜ,ପୋତରାଜ, ବାଲରାଜ ଓ ମା ମୁତ୍ୟାଲୁମା ଙ୍କୁ ସୁସଜିତ ବିମାନରେ ପୁଜାରୀ ଓ ଲାଠିଧାରି ମାନେ ଧରି ସୋଭା ଯାତ୍ରା ରେ  ଆଣି କନ୍ୟାମାଝି ପୁଜା ମଣ୍ଡପନିକଟରେ ପହଁଚାଇବା ପରେ  ହଜାର ହଜାର ମାନସିକ ଧାରୀ ଭକ୍ତ ମାନେ ଠାକୁରଙ୍କ ନିକଟରେ ପଶୁ ପକ୍ଷୀ ବଳି ଚଢାଇବାସହ ବାଲ୍ୟ ଭୋଗ ଲଗାଇଥିଲେ । କାଳଶି ନୃତ୍ୟ ସାଙ୍ଗକୁ ଦିଶାରି ପୁଜାରୀ ଗୁଣିଆଙ୍କ ଲାଠିଧାରି ନାଚ ବେଶ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଥିଲା । ମାଲକାନଗିରି ସହରରେ ବିଭିନ୍ନ ରାଜ୍ୟରୁ ଆସିଥିବା ଦୋକାନବଜାର ଓ ମିନାବଜାରର ମଜା ଦର୍ଶକ ମାନେ ଉଠାଇଥିଲେ

ଏହି ଅବସରେ ସତ୍ୟସାଇ ସେବା ସଂସ୍ଥା, ସିବାନନ୍ଦ ଆଶ୍ରମ ,ମାଲକାନଗିରି ତହସିଲ ଓ ବ୍ଲକପକ୍ଷରୁ ସମସ୍ଥ ଭକ୍ତଙ୍କ ପାଇଁ ଦହିପଣା, ଲେମ୍ବୁପାଣିର ବ୍ୟବସ୍ଥା ହୋଇଥିଲା । ଓଡିଶା,ଆନ୍ଦ୍ର, ତେଲାଙ୍ଗାନା, ଛତିଶଗଡ ଚାରି ରାଜ୍ୟରୁ ହଜାର ହଜାର ସଂଖ୍ୟାରେ ଭକ୍ତମାନଙ୍କ ଭିଡ ଲାଗିଥିବାରୁ ପୁଲିସ ପ୍ରାଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥାର ଆୟୋଜନ କରା ଯାଇଥିଲା । ଆଜି ସନ୍ଧ୍ୟାରେ ବଡ ଯାତ୍ରା ଠାକୁରଙ୍କୁ ବିରାଟ ସୋଭାଯାତ୍ରାରେ କନ୍ୟାମାଝି ବନ୍ଧରୁ ମାଣ୍ଡିଆଭଟା ମଣ୍ଡପ ନିକଟକୁ ନିଆଯାଇ ସେଠାରେ ରାତ୍ର ଭୋଗପାଇ ରାତ୍ର ରହଣି କରିବେ ।