ମାଲକାନଗିରି,୨୨ା୧୧ (ଓଡିଆ ପୁଅ ) ଆଜି ବୀର ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତି ସମଗ୍ର ଦେଶ ପାଳୁଥିବା ବେଳେ ତାଙ୍କ ଜନ୍ମମାଟିରେ ତାଙ୍କ ପ୍ରତି ମୂର୍ତିକୁ ହତାଦାର କରାଯାଇ ଥିବାରୁ ଜନ ସାଧାରଣରେ ଅସନ୍ତୁଷ୍ଟ ପ୍ରକାଶପାଇଛି । ଏମିତି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ପୌରପରିଷଦ ଅନ୍ତର୍ଗତ ୧୦ନମ୍ବର ଓ୍ୟାର୍ଡ ଭାମ୍ବେ କଲୋନିରେ । ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ଶହୀଦ ଲକ୍ଷମଣ ନାଏକ ଙ୍କ ଜୟନ୍ତୀ ଉତ୍ସବ ପାଳିତ ହେଉଥିବାର ଜାଣି କଲୋନି ବାସୀ ସେହି ପ୍ରତିମୂର୍ତି ନିକଟରେ ଜୟନ୍ତୀଦିବସ ପାଳିବା ପାଇଁ ନିସ୍ପତି ନେଇଥିଲେ, ଗୋବର କାଦୁଅରେ ପୋତି ହୋଇ ପଡି ରହିଥିବା ଉକ୍ତପ୍ରତି ମୂର୍ତିଟିକୁ ଉପରୁ ଉଠାଇ ପାଣିରେ ଧୋଇ ସଫାସୁତରା କରିଥିଲେ । ଏହି ପ୍ରତି ମୂର୍ତୀଟି ପ୍ରତି ପୌରପରିଷଦ ଅଣଦେଖା କରିଥିବାରୁ ବାଧ୍ୟହୋଇ ଭାମ୍ବେ କଲୋନୀର ଆଦିବାସୀ ମହିଳା,ପୁରଷ ଓ ପିଲାମାନେ କନୋନୀ ର ସମସ୍ତେ ମିଶି ସେଠାରେ ଆଜି ପାଳିଛନ୍ତି ବୀର ଶହୀଦ ଲକ୍ଷ୍ଣନାଏକଙ୍କ ଜୟନ୍ତୀ । କଲୋନୀର ବୃଦ୍ଧା ରାଧା ମୁଦୁଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଲକ୍ଷମଣ ନାଏକ ଙ୍କ ଜୟନ୍ତୀ ଉତ୍ସବରେ ମୁଖ୍ୟଅତିଥି ଭାବେ ସାହିତ୍ୟ ଏକାଡେମୀର ସଦସ୍ୟ ରତ୍ନାକରଦାଶ ଯୋଗଦେଇ ମାଲକାନଗିରି ଜିଲ୍ଲା ହେଉଛି ଶହୀଦ ମାଟି, ଏହି ମାଟିର ସନ୍ତାନ ମାନେ ଇଂରେଜ ସରକାରଙ୍କୁ ହଟାଇ ଦେଶକୁ ସ୍ୱାଧୀନ କରିବାପାଇଁ ଭାରତଛାଡ ଆନ୍ଦୋଳନରେ ଯୋଗଦେଇ କେତେ ଯେ ଶହୀଦ ହୋଇଛନ୍ତି । ତେନ୍ତୁଲିଗୁମ୍ମା ଗ୍ରାମର ଭୁମିୟା ଆଦିବାସୀ ପରିବାର ର ଜଣେ ଆଦିବାସୀ ଯୁବକ ଦେଶକୁ ସ୍ୱାଧୀନତା ଆଣିବା ପାଇଁ ଶହୀଦ ହୋଇଗଲେ, ସେହି ସ୍ୱାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣନାଏକ ଙ୍କ ପାଇଁ ଆଜି ଆମେ ମୁଣ୍ଡଉପରକୁ ଉଠାଇ ସ୍ୱାଧୀନ ଭାରତର ନାଗରିକ ଭାବେ ପରିଚୟ ଦେଉଥିବା ବେଳେ ଯିଏ ଆମକୁ ସ୍ୱାଧୀନତା ଦେଲେ ତାଙ୍କୁ ଆମେ ଭୁଲି ଯାଉଛନ୍ତି । ଅମର ଶହୀଦ ଲକ୍ଷ୍ଣଣନାଏକ ଦେଶକୁ ସ୍ୱାଧିନତା ଆଣିବାପାଇଁ ଇଂରେଜସରକାରଙ୍କ ସହ ସଂଗ୍ରାମକରି ହସି ହସି ଫାଶିଖୁଟଂରେ ଝୁଲିପଡିଥିଲେ । ବୀର ଲକ୍ଷ୍ମଣନାୟକ ଇଂରେଜଙ୍କ ଫାସିଦଣ୍ଡକୁ ଖାତିର ନକରି ଜଣେ ଲକ୍ଷ୍ମଣ କୁ ଫସିଦେଲେ ଶହ ସଂଖ୍ୟାରେ ସଂଗ୍ରମୀ ଲକ୍ଷ୍ମଣ ଜନ୍ମନେବେ, ଦିନେ ନା ଦିନେ ଇଂରେଜ ମାନଙ୍କୁ ଦେଶରୁ ହଟାଇବେ କହି ହସି ହସି ଫାଶିଣ୍ଟଖୁଟଂରେ ଝୁଲିପଡି ଦେଶପାଇଁ ଶହୀଦ ହୋଇ ଗଲେ । ଏହି ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଆମର ସମ୍ମାନ ରହିବା ଦରକାର ବୋଲି ମୁଖ୍ୟଅତିଥି ଶ୍ରୀ ଦାଶ କହିଥିଲେ । ଏହି ଉତ୍ସବରେ ଅନ୍ୟାନ ମାନଙ୍କ ମଧ୍ୟରେ ଭାମ୍ବେ କଲୋନୀର ମିଟୁ ହରିଜନ,ଦ୍ରୋପଦୀ ହରିଜନ,ମୁରଲି ହରିଜନ,ଭଗବାନ ମୁଦୁଲି,ସନ୍ୟାସି ମୁଦୁଲି,ଚିତଜାନି,ପଦ୍ମନାଭ ନିଆଲ,ବାଲି ଜାନୀ ପ୍ରମୁଖ ଶତାଧିକ ମହିଳା ,ପୁରଷ, ପିଲାମାନେ ଯୋଗଦେଇ ଶହୀଦ ଲକ୍ଷ୍ମଣ ନାଏକ ଙ୍କ ସ୍ମୁତିଚାରଣ କରିଥିଲେ ।