Odiapua.com

ମାଲକାନଗିରି ପୌରପରିଷଦ ପକ୍ଷରୁ ମୋ ଖତ ପ୍ରକଳ୍ପ ଉଦଘାଟିତ,ଜୈବିକ ଖତ ବାଟିଂଲେ ଜିଲ୍ଲାପାଳ

ମାଲକାନଗିରି,୧୭ ।୬ (ଓଡିଆ ପୁଅ ) ମାଲକାନଗିରି ପୌରପରିଷଦ ପକ୍ଷରୁ ମୁଣ୍ଡାଗୁଡା ଗ୍ରାମଠାରେ ପ୍ରଥମ ଥରକରି ଅଳିଆ ଆବର୍ଜାନ ଓ ବର୍ଜ୍ୟବସ୍ତୁ କୁ ନେଇ ମୋ ଖତ ପ୍ରକଳ୍ପ କାରଖାନା ପ୍ରତିଷ୍ଟା କରାଯାଇଛି । ଆଜି ସକାଳେ ଜିଲ୍ଲାପାଳ ଡକ୍ଟର ୟେଦୁଲା ବୀଜୟ ଏହି ମୋ ଖତ ପ୍ରକଳ୍ପ କୁ ଆନୁଷ୍ଟାନିକ ଭାବେ ଉଦଘାଟନକରି ବିଭିନ୍ନ ଚାଷୀ,କୃଷିବିଭାଗ, ଉଦ୍ୟାନବିଭାଗ ଅଧିକାରୀ ଙ୍କୁ ମୋ ଖତ (ଜୈବିକ ସାର) ପ୍ୟାକେଟ ବାଟିଂଛନ୍ତି । ଏହି ଖତ ଦ୍ୱାରା ଜମିରେ ଭଲ ଫସଲ ଫଳିବା ସହିତ ଅମଳ ଫସଲରେ କୌଣସି ରାସାୟନିକ ଦ୍ରବ୍ୟ ନରହି ପୃଷ୍ଟିକର ଖାଦ୍ୟ ପ୍ରସ୍ତୁତ ହୋଇପାରିବ, ଏହି କାରଖାନାରେ ଜିଲ୍ଲାର ଅନେକ ବେକାରି ଯୁବକ ଯୁବତୀ ଓ ମହିଳା ମାନେ କର୍ମ ନିଯୁକ୍ତି ପାଇପାରିବେ,ଚାଷୀ ମାନେ ସିଧାସଳଖ ଏହି ମୋ ଖତ କାରଖାନାରୁ ଜୈବିକ ଖତ ନେଇ ନିଜ ଚାଷରେ ପ୍ରୟୋଗ କରିପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି । ଏହି ଉଦଘାଟନି କାର୍ଯ୍ୟକ୍ରମରେ ଅନ୍ୟାନ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ, ପିଡି ଡିଆରଡିଏ ବାଳମୁକୁନ୍ଦ ଭୁୟାଁ, ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ପୌରପରିଷଦ ନିର୍ବାହି ଅଧିକାରୀ ତ୍ରିଶୁଳ ମାର୍ଡି,ଜିଲ୍ଲାକୃଷି ଅଧିକାରୀ କୈଳାଶ ଚନ୍ଦ୍ର ସ୍ୱାଇଁ ,ପୌରପରିଷଦ ସହକାରି ଯନ୍ତ୍ରୀ ଇନ୍ଦୁମାଧବ ସରକାର,କନିଷ୍ଟ ଯନ୍ତ୍ରୀ ଲିଙ୍ଗରାଜ ପାଳ ପ୍ରମୁଖ ଅଧିକାରୀ ଓ ଚାଷୀ ମାନେ କୋଭିଡ ନିୟମ ପାଳନ କରି ଉପସ୍ଥତି ଥିଲେ ।