Odiapua.com

ମାଲକାନଗିରି ପୁଲିସ ପକ୍ଷରୁ ଜୁଆ ଆଡ୍ଡାଉପରେ ଚଢଉ,୨ଗିରଫ ୪୨୦୦ଟଙ୍କା ଜବତ

ମାଲକାନଗିରି,୨୪ା୨(ଓଡିଆ ପୁଅ )ବେଆଇନ ଜୁଆ ଆଢାଉପରେ ପୁଲିସ ଚଢଉକରି ୨ଜଣ ଜୁଆଡିଙ୍କୁ ଗିରଫ କରିବା ସହିତ ୪୨୦୦ଟଙ୍କା ଜବତ କରିଛନ୍ତି । ମାଲକାନଗିରି ଥାନାସ୍ଥ ଶିଖପାଲି ସାପ୍ତାହିକ ହାଟରେ ଆଜି ବେଆଇନ ଭାବେ ଖୁଡୁ ଖୁଡି ଜୁଆ ଖେଳ ଚାଲିଥିବାର ଖବର ପାଇ ମାଲକାନଗିରି ଥାନା ଆଇଆଇସି ରାମପ୍ରସାଦ ନାଗଙ୍କ ନେତ୍ୱତ୍ୱରେ ପୁଲିସ ସଦଳବଳ ସେଠାରେ ପହଁଚି ଚଢଉ କରିଥିଲେ । ପୁଲିସ ଙ୍କୁ ଦେଖି ସେଠାରେ ଖୁଡୁ ଖୁଡି ଜୁଆରେ ଟଙ୍କା ବାଜିଲଗାଇ ଖେଳୁଥିବା ଜୁଆଡି ମାନେ ଖସିପଳାଇଥିବା ବେଳେ ସେଠାରୁ ଅଜିତ ଦାସ ଓ ରାମା ମାଢି ନାମକ ଦୁଇଜଣ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛନ୍ତି । ସେଠାରୁ ନଗଦ୪୨୦୦ଟଙ୍କା ସହିତ ଖୁଡୁଖୁଡି ଜୁଆ ଖେଳ ସାମଗ୍ରୀ ପୁଲିସ ଜବତ କରିଛନ୍ତି । ଗିରଫ ଦୁଇଜଣ ଜୁଆଡିଙ୍କୁ ପୁଲିସ ଆଜି ଅପରାହ୍ନରେ କୋର୍ଟଚାଲାଣ କରିଛନ୍ତି ।