Odiapua.com

ମାଲକାନଗିରି ପୁଲିସ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ବନ୍ଧୁତ୍ୱପୁର୍ଣ୍ଣ କ୍ରିକେଟ ମ୍ୟାଚ

ମାଲକାନଗିରି,୮ା୧୧  (ଓଡିଆ ପୁଅ)   ପବିତ୍ର ଦୀପାବଳି ଉତ୍ସବ ଅବସରରେ  ମାଲକାନଗିରି ଜିଲ୍ଲାପୁଲିସ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ବନ୍ଧୁତ୍ୱପୁର୍ଣ୍ଣ କ୍ରୀକେଟ ମ୍ୟାଚ ବୁଧବାର ଦିନ ପୁଲିସ ପଡିଆ ଠାରେ ଅନୁଷ୍ଟିତ ହୋଇ ଯାଇଛି ।ମାଲକାନଗିରି ଏସପି ଜଗମୋହନ ମୀନା ମୁଖ୍ୟଅତିଥି ଭାବେ ଯୋଗଦେଇ  ଏହି କ୍ରିକେଟ୍ ମ୍ୟାଚକୁ ଉଦଘାଟନ କରିଥିଲେ । ୧୫ ଓଭରରେ ଏହି ମ୍ୟାଚ ଖେଳାଯାଇଥିଲା, ଏସପି ଏକାଦଶ ଟିମର ନିଜେ ଏସପି ଜଗମୋହନ ମୀନା କ୍ୟାପେଟନ ଥିବାବେଳେ ସାମ୍ବାଦିକ ଏକାଦଶ ଟିମର ଜିତେନ୍ଦ୍ର ବେଉରା କ୍ୟାପଟେନ ଥିଲେ । ଏହି ମ୍ୟାଚରେ ଏମ୍ପାୟର ଭାବେ ଗୌରଶଙ୍କର ପଟନାୟକ ଓ ବନକୁମାର ଖରା ଥିଲେ । ସାମ୍ବାଦିକ ଏକାଦଶରେ ଜିତେନ୍ଦ୍ର ବେଉରିଆ, ଗୋପିପଟନାୟକ, ଦୁର୍ଗା ପଟନାୟକ, ପ୍ରସାଦ ନାୟକ,ରତ୍ନାକରପ୍ରଧାନ,ମହେନ୍ଦ୍ରପାଣିଗ୍ରାହୀ,ରାଜକମଲ ପୁରେହିତ,ରଜଂନ ନାୟକ, ବିଟୁ ରାଓ,ବଲା ବେହେରା, ପ୍ରକାଶପଟନାୟକ,ବିକ୍ରମ ପାଢି, ସୁଶାନ୍ତ ସୁନା, ଖେଳୁଥିବାବେଳେ ପୁଲିସ ଏକାଦଶ ଟିମ ପକ୍ଷରୁ ଏସପି ଜଗମୋହନ ମୀନା,ଡିଏସପି ଦୀଲ୍ଲିପ କୁମାର,ଥାନା ଅଧିକାରୀ ସୌମେନ୍ଦୁ ଶେଖର ତ୍ରୀପାଠୀ,ସର୍ଜେଟଂ ଶ୍ରୀ ପାଣିଗ୍ରୀ, ଇନିସପେକ୍ଟର ଜୁଗଳସବର,ରାଜା ଜଙ୍ଗ,ବିଟୁ ନାୟକ,ସୁଶାନ୍ତ ରାଉତ,ଶିଲୁ ଭୁପତି.ସନ୍ତୋଷସେଠୀ, ଆଷିଶ ମହାନ୍ତି,ଚୈତନ୍ୟକ୍ରୀସାନୀ, ଗୋବିନ୍ଦ ଜାନି ଖେଳରେ ଭାଗନେଇ ଚିତାକର୍ଷକ ଖେଳ ଖେଳିଥିଲେ ।

୧୫ଓଭରରେ ସାମ୍ବାଦିକ ଟିମ ୮ ଉଇକେଟ ହରାଇ ୯୯ରନ କରିଥିବା ବେଳେ,ପୁଲିସ ଏକାଦଶ ୧୧ଓଭର ରେ ୧୦୦ ରନ କରି ଚମ୍ପିୟେନ ହୋଇଥିଲେ । ସାମ୍ବାଦିକ ଟିମରୁ ମହେନ୍ଦ୍ର ୨୭ବଲରେ ୫୬ ରନ କରିଥିବାବେଳେ ପୁଲିସ ଟିମର ସୁଶାନ୍ତ ୨୦ବଲ ରେ ୪୦ରନ କରିଥିଲେ । ଏହି ଦୁଇଖେଳାଳିଙ୍କୁ ପ୍ରେସ କ୍ଲବ ପକ୍ଷରୁ ରୌପ୍ୟମୁଦ୍ରା ଓ ଏସବିଆଇ ବ୍ୟାଙ୍କ ମୁଖ୍ୟ ଶାଖା ପରିଚାଳକ ନିହାର ରଂଜନ ମହାନ୍ତି ନଗଦ ଅର୍ଥ ପୁରସ୍କାର ପ୍ରଦାନକରିଥିଲେ । ଏହି ମ୍ୟାଚରେ ସାମ୍ବାଦିକ ଇଶ୍ୱର ପ୍ରସାଦ ପଟନାୟକ,ଅଶୋକ ମିଶ୍ର କମେଟ୍ରିଂ କରିଥିବାବେଳେ ଏହି ବନ୍ଧୁତ୍ୱପୁର୍ଣ୍ଣ କ୍ରୀକେଟ ମ୍ୟାଚକୁ ରିଜର୍ଭପୁଲିସ ଇନିସପେକ୍ଟର ସ୍ୟାମସୁନ୍ଦର ସୋରେନ ପରିଚାଳନା କରିଥିଲେ । ଏହି ଅବସରେ ପ୍ରେସକ୍ଲବର ସଭାପତି ଭାସ୍କର ଚନ୍ଦ୍ର ବେହେରା, ବରିଷ୍ଟ ସାମ୍ବାଦିକ ରତ୍ନାକରଦାଶ,ଏସ ଏନ ପଣ୍ଡା,ଜୟନ୍ତି ବରୁଦା ପ୍ରୁମଖ ସମ୍ବାଦିକ ଙ୍କସହ ପୁଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ । ପୁଲିସ ଓ ପ୍ରେସର ବିନ୍ଧୁତ୍ୱ ପୁର୍ଣ୍ଣ  ଏହି କ୍ରିକେଟ ମ୍ୟାଚ ଦେଖିବାପାଇଁ ପଡିଆରେ ଶତାଧିକ ଦର୍ଶକମାନଙ୍କ ଭିଡ ଲାଗିଥିଲା । ଉଭୟ ଦଳ ପକ୍ଷରୁ ଚିୟରସ ବୟ ନୃତ୍ୟ ପରିବେଷଣ କରିଥିଲେ ।