Odiapua.com

ମାଲକାନଗିରି ପୁଲିସର ସଫଳତା,ଟ୍ରକ ସହ ୬୦୦କେଜି ଗଜେଂଇ ଜବତ ଜଣେ ଗିରଫ

ମାଲକାନଗିରି,୨୦ା୧୧ (ଓଡିଆ ପୁଅ )ମାଲକାନଗିରି ଥାନା ପୁଲିସକୁ ମିଳିଛି ଏକ ସଫଳତା,ଏକ ଟ୍ରକରେ ଗଜେଂଇ ରାଜସ୍ଥାନ କୁ ଚାଲାଣ କାରା ଯାଉଥିବା ବେଳେ ପୁଲିସ ହାବୁଡରେ ପଡି ଜଣେ ଗିରଫ ହେବାସହ ୬୦୦କେଜି ଗଜେଂଇ ଓ ଟ୍ରକ କୁ ପୁଲିସ ଜବତ କରିଛନ୍ତି । ଆଜି ସକାଳେ ଏସପି ରିଶିକେଶ ଖିଲାରୀ ଡି ଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗ ଙ୍କ ନେତୃତ୍ୱରେ ସବଇସିପେକ୍ଟର ରୁଦ୍ରମାଧବ ମୁଦୁଲି ପୁଲିସ ସଦଳବଳ ମାଲକାନଗିରି  ରାସ୍ତାରେ ପେଟ୍ରୋଲିଂ କରୁଥିବା ସମୟରେ ବାଲିମେଳା ଆଡୁ  ଆର ଜେ ୦୯ଜି୬୯୨୧ ନମ୍ବର ଟ୍ରକ ଦୃତଗତିରେ ଆସୁଥିବାର ଦେଖିବାକୁ ପାଇଥିଲେ,ସେହି ଟ୍ରକ ଟିକୁ ଅଟକାଇବାରୁ  ଅଟକି ନ ରହି ମାଲକାନଗିରି ଆଡକୁ ଦୃତଗତିରେ ପଳାଉଥିବା ବେଳେ ତାକୁ ଗୋଡାଇ  ଧରିଥିଲେ,ଟ୍ରକ ଟିକୁ ଖନତଲାସି କରିବାକୁ ସେଥିରୁ ୨୪ଟି ପ୍ଲାଷ୍ଟିକ ବସ୍ତାରେ ଗଜେଂଇ ବୋଝେଇ ହୋଇ ଥିବାର ଦେଖିବାକୁ ପାଇଥିଲେ  । ଗଜେଂଇ ଟ୍ରକ ଜବତ ସହ   ମଧ୍ୟପ୍ରଦେଶ ରାମପୁର ଗ୍ରାମର ଟ୍ରକ ଡ୍ରାଇଭର ପ୍ରଭୁଲାଲ ସୁର୍ଯ୍ୟବସିଂ କୁ  ପୁଲିସ ଗିରଫକରି ଥାନାକୁନେଇ ଯାଇଥିଲେ ।  ଜବତ ଗଜେଂଇ ଓଜନ କରିବାରୁ ୬୦୦କେଜି ହୋଇଥିଲା ।  ଜବତ ଗଜେଂଇର ସରକାରି ମୂଲ୍ୟପ୍ରାୟ ୩୦,୦୦୦୦୦ ଟଙ୍କା ହେବବୋଲି ଜଣାପଡିଛି । ଏହି ଗଜେଂଇ ଗୁଡିକୁ ଆନ୍ଦ୍ରପ୍ରଦେଶ ଦାରାକୋଣ୍ଡା ଓ ଚିତ୍ରକୋଣ୍ଡା ଅଚଂଳରୁ ଆଣି ରାଜସ୍ଥାନ ସହରକୁ ବିକ୍ରୀକରିବାକୁ ନିଆଯାଉଥିଲା ବୋଲି  ପୁଲିସ କହିଛି,ଚୋରା ଗଜେଂଇ ଚାଲାଣ ଅଭିଯୋଗରେ ଗିରଫ ପ୍ରଭୁଲାଲ ଙ୍କୁ ଆଜି କାର୍ଟଚାଲାଣ କରାଯାଇଛି ।