Odiapua.com

ମାଲକାନଗିରି ପଚାଂୟତ ସମିତି ବୈଠକ ; ପାନୀୟଜଳ,ଶିକ୍ଷା,ସ୍ୱାସ୍ଥ୍ୟ ସହ ଅନ୍ୟାନ ଉନ୍ନୟନ ମୁଳକ କାର୍ଯ୍ୟପ୍ରତି ଗୁରୁତ୍ୱ

ମାଲକାନଗିରି,୨ା୧ (ଓଡିଆ ପୁଅ )  ଆଜି ମାଲକାନଗିରି ପଚାଂୟତ ସମିତିରେ ୨୦୧୯ ମସିହାର ପ୍ରଥମ ବୈଠକ ସ୍ଥାନିୟ ବ୍ଲକ ସଭାଗୃହରେ ପଚାଂୟତ ସମିତି ଅଧ୍ୟକ୍ଷ ଅକ୍ଷୟ କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇ ଯାଇଛି । ଏହି ବୈଠକରେ ୨୦୧୮ ମସିହାର ଶେଷ   ର୍ବୈଠକ ର ବିବରଣୀ ଅନୁମୋଦନ କରାଯାଇ ବ୍ଲକର ୧୯ଟି ଯାକ ପଚାଂୟତରେ ପାନୀୟ ଜଳ,ଶିକ୍ଷା,ସ୍ୱାସ୍ଥ୍ୟ,ରାସ୍ତା ଘାଟ ସହ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟପ୍ରତି ଗୁରୁତ୍ୱ ଦିଆଯାଇଛି । ଏହା ବ୍ୟତିତ ଶିକ୍ଷାବିଭାଗ ଓ ଆଦିବାସୀ ହରିଜନ ସଂସ୍ଥାଦ୍ୱାରା ପରିଚାଳିତ ବିଦ୍ୟାଳୟ ଗୁଡିକ ସମସ୍ୟା,ଶିଶୁ ବିକାଶ ଶିଶୁ ସୁରକ୍ଷା,ବିଜୁପକା ଗୃହ,ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା,ପିଡିଏସ ଯୋଗାଣ ବ୍ୟବସ୍ଥା ସହ ଅନ୍ୟାନ ଉନ୍ନୟନ କାର୍ଯ୍ୟ ଉପରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମି,ବିଧାୟକ ପ୍ରତିନିଧି କାମେଶ୍ୱର ରାଓ, ଉପାଧ୍ୟକ୍ଷା ଦମୟନ୍ତି ଗୋପାଲ,ଜିଲ୍ଲାପରିଷ ସଭ୍ୟା ଦହନା ଟାଙ୍ଗୁଲ,ଦେବି ମାଢି,ଗୋଷ୍ଠି ଉନ୍ନୟନ ଅଧିକାରୀ ଗୁଣନିଧି ନାୟକ ମଚଂରେ ଉପସ୍ଥିତ ରହି ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ଉପରେ ଆଲୋଚନା କରିବା ସହ ଲୋକପ୍ରତିନିଧି ଙ୍କ ପ୍ରଶ୍ନର ଉତର ଦେଇଥିଲେ । ଏହି ବୈଠକରେ ୧୯ଟି ପଚାଂୟତରୁ ସରପଚଂ,ସମତି ସଭ୍ୟ,ସଭ୍ୟା,ଙ୍କ ସହିତ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଭଗନେଇଥିଲେ ।