Odiapua.com

ମାଲକାନଗିରି ଦେବବ୍ରତ ଓଏଏସ ପରୀକ୍ଷାରେ ସଫଳ

ମାଲକାନଗିରି,୧୦ା୧୦(ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ଉପାନ୍ତ ମାଲକାନଗିରି ଜିଲ୍ଲାର ପୁଅ ଦେବବ୍ରତ ମହାରଣା ଓଏଏସ (ଓଡିଶା ପ୍ରଶାସନିକ ସେବା) ପରୀକ୍ଷାରେ ସଫଳତା ହାସଲ କରିଛନ୍ତି । ସେ ୩୮ ନମ୍ବର ର‌୍ୟାଙ୍କ ରେ ରହି ଜିଲ୍ଲାପାଇଁ ଗୌରବ ଅର୍ଜନ କରିଛନ୍ତି । ମାଲକାନଗରି ଜିଲ୍ଲାସଦର ମହକୁମା କୁମୁଟିଗୁଡା ସାହିର ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର ମହାରଣା ଓ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ଗୋଲାପ ମହାରଣାଙ୍କ ସୁ ଯୋଗ୍ୟ ପୁତ୍ର । ଦେବ ବ୍ରତ ମାଲକାନଗିରି ହାଇସ୍କୁଲ ,ବିଜ୍ଞାନ ମହାବିଦ୍ୟାଳ ରେ ଯୁକ୍ତ ଦୁଇ ଅଧ୍ୟୟନ କରିବା ପରେ ଭୁବନେଶ୍ୱର ଠାରେ ବିଟେକ କରି ବାପରେ ସେ ୨୦୧୯ରେ ଓଏଏସ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇ ସଫଳତା ହାସଲ କରିଛନ୍ତି ।ଏହି ଖବର ଜଣାପଡିବା ପରେ ଜିଲ୍ଲାର ବିଭିନ୍ନ ମହଲରୁ ଦେବବ୍ରତ ଙ୍କ ନିକଟକୁ ଶେଭେଚ୍ଛାର ସୁଅ ଛୁଟିଛି ।