Odiapua.com

ମାଲକାନଗିରି ତୁଳସୀ ପାହାଡ଼ରେ ମାଓବାଦୀ-ଯବାନ ପୁଣି ଗୁଳି ବିନିମୟ

File photo

ମାଲକାନଗିରି ୧୫-୧୦ (ଓଡ଼ିଆ ପୁଅ) : ମାଲକାନଗିରି ତୁଳସୀ ପାହାଡ଼ରେ ମାଓବାଦୀ-ଯବାନ ପୁଣି ଗୁଳି ବିନିମୟ ଖୂର ଆସୁଛି। କମ୍ବିଂ ଅପରେସନ ବେଳେ ମାଓବାଦୀ-ଯବାନଙେକ ମଧ୍ୟରେ ଗୁଳି ବିନିମୟ ଚାଲିଛି।

ଏକ କମ୍ବିଂ ଅପରେସନ୍ ସମୟରେ ମାଓବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ।

ସୂଚନାଯୋଗ୍ୟଯେ, ତିନି ଦିନ ପୂର୍ବରୁ ସୁରକ୍ଷା କର୍ମୀମାନେ ଏହି ଅଞ୍ଚଳରେ ୩ ଜଣ ମାଓବାଦୀଙ୍କୁ ହତ୍ୟା କରିଥିଲେ।

ଗୁଳିବିନିମୟ ଘଟି ଦୁଇଜଣ କ୍ୟାର୍ଡର ମହିଳା ମାଓବାଦୀ ସହ ଜଣେ ପୁରଷ ମାଓବାଦୀ ଟଳିପଡିଥିବା ବେଳେ ମାଓକ୍ୟାମ୍ପରୁ ବନ୍ଧୁକ ଗୋଳାବାରୁଦ ଜବତ ହୋଇଥିଲା।

ମାଓକ୍ୟାମ୍ପରୁ ଦୁଇଟି ବନ୍ଧୁକ, ଗୋଳାବାରୁଦ ସହ ଅନେକ ଗୁଡାଏ ମାଓ ସାମଗ୍ରୀକୁ ପୁଲିସ ଜବତ କରିଥିଲା।

ସେହି ଜଙ୍ଗଲରେ ଗୁଳି ବିନିମୟରେ ଅଧିକ ମାଓବାଦୀ ମୃତାଆହତ ହୋଇଥାଇପାରନ୍ତି ବୋଲି ସନ୍ଦେହରେ ପୁଲିସ ପକ୍ଷରୁ ସର୍ଚଅପରେସନ ଚାଲିଥିଲା।

ତେବେ ଏହା ପରେ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ, ଗୁଇନ୍ଦା ବିଭାଗ ସ୍ୱତନ୍ତ୍ର ନିର୍ଦ୍ଦେଶକ ଲଳିତ ଦାସ, ଆଇଜି ଅପରେସନ ଅମିତାଭ ଠାକୁର, ଦକ୍ଷିଣାଚଂଳ ଡିଆଇଜି ରାଜେଶ ପଣ୍ଡିତ ଦିନିକିଆ ମାଲକାନଗିରି ଜିଲ୍ଲା କୁ ଗସ୍ତକରିଥିଲେ। ଗତ ଦିନରେ ମାଥିଲି ଥାନାସ୍ଥ ତୁଳସୀ ପାହଡରେ ମାଓବାଦୀ ପୁଲିସ ଗୁଳି ବିନମୟରେ ତିନିଜଣ ହାର୍ଡକୋର୍ର ମାଓବାଦୀଙ୍କର ମୃତ୍ୟୁ ଘଟିଥିବା ବେଳେ ମାଓ କ୍ୟାମ୍ପରୁ ବହୁପରିମାଣର ବନ୍ଧୁକ ଗୋଳାବାରୁଦ ମାଓସାମଗ୍ରୀ ଜବତ ହୋଇଥିଲା। ଏହି ଅପରେସନରେ ଯାଇଥିବା ଏସଓଜି, ଡିଭିଏଫ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ସଫଳତା ପାଇଁ ଡିଜିପି ପ୍ରଶଂସା କରିଥିଲେ। ରୁଦ୍ଧକୋଠରୀ ମଧ୍ୟରେ ବିଏସଏଫ, ଉଚ୍ଚପୁଲିସ ଅଧିକାରୀ ମାନଙ୍କ ସହିତ ମାଓଦମନ ସହିତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ହୋଇଥିଲା।