Odiapua.com

ମାଲକାନଗିରି ଡିପିଓ ରେ ପୁଲିସ ମହାନିର୍ଦ୍ଦେଶକ ଙ୍କ ନିକଟରେ ଦୁଇ କ୍ୟାର୍ଡର ମାଓବାଦୀ ଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୮ା୭(ଓଡିଆ ପୁଅ )ସ୍ୱତନ୍ତ୍ର ହେଲିକେପ୍ଟରରେ ଯୋଗେ ଆଜି ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ , ଗୁଇନ୍ଦା ବିଭାଗ ସ୍ୱତନ୍ତ୍ର ନିର୍ଦ୍ଦେଶକ ଲଳିତ ଦାସ,ଆଇଜି ଅପରେସନ ଅମିତାଭ ଠାକୁର,ଆଇଜି ହେର୍ଡକ୍ୱାଟର ଅନିରୁଦ୍ଧ ସିଂ ଆଜି ଦିନିକିଆ ମାଲକାନଗିରି ଜିଲ୍ଲା କୁ ଗସ୍ତକରିଛନ୍ତି । ପ୍ରଥମେ ମାଥିଲି ଥାନାସ୍ଥ ମାଓଗଡ ଟେମୁରପାଲି,କର୍ତନପାଲି ଠାରେ ଥିବା ବିଏସଏଫ କ୍ୟାମ୍ପ ପରିଦର୍ଶନ କରି ବିଏସଏଫ ଯବାନମାନଙ୍କ ସୁବିଧା ଅସୁବିଧା କଥା ପଚାରି ବୁଝିଥିଲେ । ବିଏସଏଫ କ୍ୟାମ୍ପ ଠାରେ କୋଭିଡ ସ୍ଥିତି ଓ ମାଓସମସ୍ୟା ସଂପର୍କରେ ଉଚ୍ଚ ପୁଲିସଅଧିକାରୀ ,ବିଏସଏଫ ଅଧିକାରୀ ମାନଙ୍କ ସହିତ ସମୀକ୍ଷା କରିଛନ୍ତି । ପରେ ଜିଲ୍ଲାପୁଲିସ କାର୍ଯ୍ୟାଳୟ ଠାରେ ପହଁଚି ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କ ସହିତ ମାଓଦମନ ନେଇ ରଣନିତି ପ୍ରସ୍ତୁତି କରିଥିବାର ଜଣାପଡିଛି । ଏହି ଅବସରରେ ଆନ୍ଦ୍ର ଓଡିଶା ଛତିଶଗଡ ସୀମାନ୍ତ ପଲାଚଲମ ମାଓବାଦୀ ଦଳମର ମହିଳା କମାଣ୍ଡର ରାମେ ଓରଫ ସବିତା ପଡିଆମି ଓ ଛତିଶଗଡ କାଙ୍ଗେର ଘାଟି ମହୁପଦର ମାଓବାଦୀ ଦଳମର କ୍ୟାର୍ଡାର ମାଓବାଦୀ ରାଇଧର ଦରୁଆ ଡିଜିପି ଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସବିତା ଓରଫ ରାମେ ଙ୍କର ନିଜ ଘର ମାଲକାନଗରି ଜିଲ୍ଲା ଏମଭି୭୯ ଥାନାସ୍ଥ ତାମନପାଲି ଗ୍ରାମରେ ,ସେ ୨୦୦୦ ମସିହାରେ ମାଓବାଦୀ ଦଳମରେ ଯୋଗଦେଇ ଓଡିଶା,ଛତିଶଗଡ, ଆନ୍ଦ୍ରପ୍ରଦେଶରେ ଅନେକ ମାଓହିସାଂକାଣ୍ଡରେ ଜଡିତ ଥିଲେ , ତାଙ୍କ ମୁଣ୍ଡୁପରେ ୨ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା । ଠିକ ସେହିପରି ଅନ୍ୟଜଣେ ମାଓବାଦୀ ରାଇଧର ଦୁରଆ ଙ୍କ ନିଜଘର ମାଥିଲି ଥାନାସ୍ଥ କର୍ତନପାଲି ପଚାଂୟତ ଦଲଦଲି ଗ୍ରାମରେ ସେ ଗତ ୨୦୧୭ମସିହାରେ ମାଓସଂଗଠନରେ ଯୋଗଦେଇ ମହୁପଦର,ତୁଲସି ପାହଡ ମାଓବଦୀ ଦଳମରେ କାମକରୁଥିଲେ । ଓଡିଶା,ମାଲକନଗରି, ଛତିଶଗଡ,ସୁକୁମା ,ବସ୍ତର ଅଚଂଳରେ ଅନେକ ମାଓହିସାଂକାଣ୍ଡରେ ସେ ଜଡିତ ଥିଲେ । ତାଙ୍କ ମୁଣ୍ଡଉପରେ ଏକ ଲକ୍ଷଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା । ଏହି ଦୁହେଁ ଆନ୍ଦ୍ର,ଛତିଶଗଡ କ୍ୟାର୍ଡର ମାଓବାଦୀଙ୍କ ନିର୍ଯ୍ୟାତନା ସହି ନପାରି ଓ କୋଭଡ ସଂକ୍ରମଣଭୟରେ ମାଓସଂଗଠନ ଛାଡିଥିବାର ପୁଲିସନିକଟରେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଏସଏଫ ବାଟାଲିୟନ ଉଚ୍ଚଅଧିକାରୀ, ମାଲକାନଗିରି ର ନୂତନ ଏସପି ପ୍ରହ୍ଲାଦ ସାଇମୀନା,ଏସଡିପିଓ ଅଭିଳାସ ଜୀ, ଏସଡିପିଓ ଅଶୁଂମାନ ଦ୍ୱିବେଦୀ,ଡିଏସପି,ଆଦର୍ଶ ଥାନା ଆଇଆସି ରାମପ୍ରସାଦ ନାଗ ପ୍ରମୁଖ ପୁଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଆତ୍ମସମର୍ପଣ କରିତିବା ଦୁଇ ମାଓବାଦୀ ରାଜ୍ୟସରକାର,ପୁଲିସ ମହାନିର୍ଦ୍ଦେଶକ ଙ୍କ ମାଓଆତ୍ମସମର୍ପଣ ପଲିସରେ ପ୍ରଭାବିତ ହୋଇ ମାଓବାଦୀ ଦଳ ଛାଡିଥିବାର ଜଣାପଡିଛି । ଆତ୍ମସମର୍ପଣ କରିଥିବା ଦୁଇ କ୍ୟାର୍ଡର ମାଓବାଦୀଙ୍କୁ ରାଜ୍ୟସରକାରଙ୍କ ଆତ୍ମସମର୍ପଣ ଯୋଜନାରେ ସାମିଲ କରାଯାଇ ସେମାନଙ୍କୁ ସମସ୍ତ ପ୍ରକାର ସରକାରି ସହାୟତା ଯୋଗାଇ ଦିଆଯିବ । କୋଭିଡ ପରିଚାଳନା କ୍ଷେତ୍ରରେ ମାଲକାନଗରି ଜିଲ୍ଲା ପୁଲିସ ଓ ପ୍ରଶାସନ ଅଧିକ ଗୁରୁତ୍ୱଦେଇଥିବାରୁ ଅନ୍ୟାନ ଜିଲ୍ଲା ତୁଳନାରେ ଏଠାରେ ବହୁତ କମ କରୋନା ସଂକ୍ରମଣ ଦେଖାଦେଇଛି । ପଡୋଶୀ ରାଜ୍ୟ ଛତିଶଗଡ ରାଜ୍ୟରେ ଶତାଧିକ ମାଓବାଦୀ କରୋନା ସଂକ୍ରମଣ ହୋଇ କେତେଜଣଙ୍କର ମୃତ୍ୟୁ ଘଟିବାପରେ କିଛି ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଠିକ ସେହିପରି ଆନ୍ଦ୍ର ଓଡିଶା ସୀମାନ୍ତ ରେ କିଛି ମାଓବାଦି ମଧ୍ୟ କରୋନା ସଂକ୍ରମଣ ହୋଇଥିବାର ସୁଚନା ମିଳିଛି, ସେମାନେ ମାଓପ୍ରବଣ ଗ୍ରାମଗୁଡିକ ରେ ବୁଲୁଥିବାରୁ ନିରିହ ଗ୍ରାମବାସୀ ସେମାନଙ୍କ ଦ୍ୱାରା କରୋନା ସଂକ୍ରମଣ ହେବାର ବହୁତ ସମ୍ଭାବନା ରହିଛି , ତେଣୁ ମାଓବାଦୀ ମାନେ ଆତ୍ମସମର୍ପଣ କରି ମୁଖ୍ୟସ୍ରୋତରେ ସାମିଲ ହେଲେ ସେମାନଙ୍କୁ ମାଗଣାରେ କୋଭିଡ ଟିକା ଦେବା ସହ କରୋନା ଚିକିତ୍ସା ଯୋଗାଇ ଦିଆଯାଇ ସମସ୍ତପ୍ରକାର ସରକାରି ସହାୟତା ଯୋଗାଇ ଦିଆ ଯିବ,ମାଓଦମନ କ୍ଷେତ୍ରରେ ମାଲକାନଗିରି ଜିଲ୍ଲାପୁଲିସ ଉଲେଖ୍ୟନୀୟ ସଫଳତା ହାସଲ କରିଛି ।ଆଗକୁ ମାଓଦମନ ପାଇଁ ଅପରେସନକୁ ଯୋରଦାର କରାଯିବ ଓ ସୀମାନ୍ତ ବର୍ତି ମାଓପ୍ରବଣ ଅଚଂଳରେ ଅପରେସନ ଜାରିରହିବ ବୋଲି ଡିଜିପି ଶ୍ରୀ ଅଭୟ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି ।