Odiapua.com

ମାଲକାନଗିରି ଠାରୁ ଭୁବନେଶ୍ୱର ଯାଉଥିବା ମା ଖମ୍ବେଶ୍ୱରୀ ବସ ଦୁର୍ଘଟଣା, ଅଳ୍ପକେ ବର୍ତିଲେ ୩୭ଯାତ୍ରୀ

ମାଲକାନଗିରି, ୨୭ା୧୨ (ଓଡିଆ ପୁଅ ) ମାଲକାନଗିରି ଠାରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିବା ଏସି ଡିଲକ୍ସ ମା ଖମ୍ବେଶ୍ୱରୀ ନାମକ ଘରୋଇ ବସ ଦୁର୍ଘଟଣା ଘଟି ଅଳ୍ପକେ ବର୍ତି ଛନ୍ତି ୩୭ଯାତ୍ରୀ, ବୁଧବାର ସନ୍ଧ୍ୟା ୫ଟାରେ ମାଲକାନଗିରି ଠାରୁ ଖମ୍ବେଶ୍ୱରୀ ବସ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲା। ଆଜି ବଢିଭୋର ୩.୪୫ ମନିଟରେ ବ୍ରହ୍ମପୁର ଜାତୀୟ ରାଜପଥ ଗିରିଷୋଳା ପାଖ ସୋରଳା ରୋଡ ନିକଟରେ ହଟାତ ବ୍ରହ୍ମପୁର ସୋରଳ ଛକରୁ ଏକ ଯାତ୍ରୀ ବାହି ବସ ସହିତ ଖମ୍ବେଶ୍ୱରୀ ବସର ଧକ୍କାଲାଗି ଯାଇଥିଲା। ଖମ୍ବେଶ୍ୱରୀ ବସର ସାମନା ପଟେ ବସିଥିବା ପ୍ରାୟ ୭ଜଣ ଯାତ୍ରୀ ଓ ଡ୍ରାଇଭର ଆହତ ହୋଇଥିବା ବେଳେ ସାମନା ପଟରୁ ଧକ୍କା ଲାଗିଥିବା ଅନ୍ୟ ବସର ପ୍ରାୟ ୧୩ ଜଣ ଯାତ୍ରୀ ମୋଟ ୨୦ଜଣ ଯାତ୍ରୀ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି। ଶୀତୁଆ ସକାଳ ହେତୁ ଯାତ୍ରୀ ମାନେ ଶୋଇପଡିଥିଲେ। ହଟାତ ଏକ ବିକଟାଳ ଶବ୍ଦହୋଇ ବସ ଦୁଇଟି ଧକ୍କାଲାଗି ଗଲାପରେ ଯାତ୍ରୀ ମାନଙ୍କର ନିଦ ଭାଙ୍ଗି ଯାଇଥିଲା କଣ ହେଲା ବୋଲି ଜାଣିବା ଆଗରୁ କାହାର ମୁଣ୍ଡରେ ତ ଆଉକାହାର ଗୋଡ, ହାତରେ ଆଘାତ ଲାଗି ସାରିଥିଲା।ସବୁ ଯାତ୍ରୀ ମାନେ ବାହରକୁ ବାହାରି ବା ପାଇଁ ଛାନିଆ ହୋଇ ବସ ମଧ୍ୟରେ ଧାଁ ଧପଡ କରିଥିଲେ, ବସର ଦ୍ୱାର ସାମନା ପଟରୁ ଭାଙ୍ଗି ଯାଇଥିବାରୁ ଯାତ୍ରୀ ମାନଙ୍କ ବାହାରିବାରେ ଅସୁବିଧା ହୋଇଥିଲା। ସେହି ବସରେ ଭୁବନେଶ୍ୱର ଅଭି ମୁଖେ ଯାତ୍ରା କରୁଥିବା ମାଲକାନଗିରି ବିଜୁ ଯୁବବାହିନୀର ଜିଲ୍ଲା ସଂଯୋଜକ ବିନାସ କୁମାର ମିଶ୍ର, କୋରାପୁଟ ଜିଲ୍ଲା ସଂଯୋଜକ ସୁବାଷିତ ପାତ୍ର, କଳାହାଣ୍ଡି ଜିଲ୍ଲା ସଂଯୋଜକ ଶ୍ରୀନିବାସ ରଥ ଓ ବସର କିଛି ଯାତ୍ରୀ ଉପସ୍ଥିତ ବୁଦ୍ଧିଖଟାଇ ବସର ଜରୁରୀ କାଳୀନଦ୍ୱାରା ଓ ଝରକା କାଚକୁ ଭଙ୍ଗି ଆହତ ଯାତ୍ରୀ ମାନଙ୍କୁ ବସରୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ କୁ ଫୋନକରି ଡାକିଥିଲେ।ସଙ୍ଗେ ସଙ୍ଗେ ଦୁଇଟି ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଁଚି ଦୁଇଟି ବସର ଆହତ ଯାତ୍ରୀ ମାନଙ୍କୁ ବ୍ରହ୍ମପୁର ହସପିଟାଲକୁ ଚିକିତ୍ସା ନିମନ୍ତେ ନେଇ ଯିବା ପରେ ବିଜୁ ଯୁବ ବାହିନୀର ଜିଲ୍ଲା ସଂଯୋଜକ ତିନିଜଣ ପରେ ଅନ୍ୟବସରେ ଭୁବନେଶ୍ୱର ଅଭି ମୁଖେ ଯାତ୍ରା କରିଥିଲେ। ବିନାଶକୁମାର ମିଶ୍ରଙ୍କ ସହିତ ଅନ୍ୟ ତିନିଜଣ ସାମାନ୍ୟ ଆହତ ହୋଇ ଥିଲେ ମଧ୍ୟ ସେଥିପ୍ରତି ଗୁରୁତ୍ୱ ନଦେଇ ଅନ୍ୟ ଆହତ ଯାତ୍ରୀ ମାନଙ୍କୁ ଉଦ୍ଧାର କରି ହସପିଟାଲ ପଠାଇବା ଘଟଣା କୁ ବସର ଯାତ୍ରୀ ମାନେ ଏହି ବିଜୁଯୁବ ବାହିନୀର ଜିଲ୍ଲାସଂଯୋଜକ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।