ମାଲକାନଗିରି,୨୩ା୧(ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୨୪ତମ ନେତାଜୀ ଜୟନ୍ତି ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ବିଶେଷ କରି ମାଲକାନଗିରି ସୁବାଷ ବୋଷ ଟାଉନ କ୍ଲବ ଠାରେ ଜିଲ୍ଲାସ୍ତରୀୟ ୧୨୪ତମ ନେତାଜୀ ସୁବାଷଚନ୍ଦ୍ର ବୋଷ ଙ୍କ ଜୟନ୍ତୀ ପାଳନ ଅବସରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ ସମ୍ମାନୀତ ଅତିଥିଭାବେ ଏସପି ରିଶିକେଶ ଡି. ଖିଲାରୀ,ମୁଖ୍ୟବକ୍ତାଭାବେ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ଡିଏଫଓ ପ୍ରଦୀପ ମିରସେ,ଏସଡିପିଓ ପ୍ରହ୍ଲାଦା ସାଇ ମୀନା, ଓ ଅନ୍ୟତମ ଅତିଥି ଭାବେ ଶିକ୍ଷାବିତ ପ୍ରକାଶ ଚନ୍ଦ୍ର ପଟନାୟକ,ପୁବ ର୍ତନ ବିଧାୟକ ନିମାଇଚନ୍ଦ୍ର ସରକାର, ସାହତ୍ୟ ଏକାଡେମୀ ସଦସ୍ୟ ରତ୍ନାକରଦାଶ, ଅଧ୍ୟାପକ ରଂଜନକୁମାର ସ୍ୱାଇଁ,ଥାନାଅଧିକାରୀ ରାମପ୍ରସାଦ ନାଗ ଯୋଗଦେଇ ସ୍ଥାନୀୟ ସୁବଷବୋଷ ଛକଠାରେ ନେତାଜୀ ଙ୍କ ବିରାଟ ପ୍ରତିମୂର୍ତୀ ଓ କ୍ଲବପରିସରରେ ଥିବା ପ୍ରତିମୂର୍ତୀରେ ମାଲ୍ୟାର୍ପଣ ସହ ପ୍ରଦୀପପ୍ରଜ୍ଜନ କରି ନେତାଜୀ ସୁବାଷବୋଷ ଙ୍କ ବହୁମୁଖି ପ୍ରତିଭା ସଂପର୍କରେ କିହ ତାଙ୍କ ସ୍ମୃତିଚାରଣ କରି ସ୍ୱାଧିନତା ଆନ୍ଦୋଳନରେ ନେତାଜୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂଣ୍ଣ ର୍ ଥିଲା ବୋଲି ମତ ବ୍ୟକ୍ତକରିଥିଲେ । ସୁବାଷବୋଷ ଟାଉନ କ୍ଲବର ସଭାପତି ଡି.ଚିନାରାଓ,ଶଙ୍କର ପାଣିଗ୍ରାହୀ,ଜି. ଶ୍ରୀନିବାସ ରାଓ(ଚିଟି),ପି.କେସୁରାଓ,ଏନ.ବାଲାରାଜୁ, ସୋମ୍ୟରଜଂନ ପାଣିଗ୍ରାହୀ,ପି.ଗୋବିନ୍ଦା, ଶଙ୍କରପାଣିଗ୍ରାହୀ ,ପି.ସାଇ, ସୁବାଷ ବୋଷ ଟାଉନ କ୍ଲବର ପ୍ରମୁଖ ସଭ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା ସହିତ ନେତାଜୀ ଙ୍କ ପ୍ରତି ମୂର୍ତୀରେ ମାଲ୍ୟର୍ପଣ କରି ତାଙ୍କର ବହୁମୁଖି ପ୍ରତିଭା,ନୀତି ଆଦର୍ଶ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବିପ୍ଳବୀ ସ୍ୱଧୀନତା ସଂଗ୍ରାମୀ ନେତାଜୀ ଜୟନ୍ତୀ ପାଳନ ଅବସରେ ଚିତ୍ରଶିଳ୍ପୀ କେ.ଦେଶୁରାଜୁ ଆଚାରୀଙ୍କ ଦ୍ୱାରା ଆୟୋଜିତ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ନେତାଜୀ ଙ୍କ ଫଟୋଚିତ୍ର ଚିତ୍ରାଙ୍କନ ପ୍ରତିଯୋଗୀତାର କୃତିତ୍ୱ ହାସଲକରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । ଅନୁରୁପ କାଲିମେଳା,ପଡିଆ, ମୋଟୁ,ଏମଭି୭୯, ଏମଭି୮୧,ଏମଭି୮୩, କୋରକୁଣ୍ଡା, ଚିତ୍ରକୋଣ୍ଡା,ଖଇରପୁଟ,ଗୁମ୍ମା,ମାଥିଲି, ଗୋବିନ୍ଦପାଲି ସହ ମାଲକାନଗିରି ମହାବିଦ୍ୟାଳୟ, ଘେଡେଇ ଆବାଶିକ ମହାବିଦ୍ୟାଳୟ, ଏମଭି୧୬ ଉଚପ୍ରଥାମିକ ବିଦ୍ୟାଳୟ,କୁମୁଟିଗୁଡା ପ୍ରାଥମିକ ବିଦ୍ୟାଳୟ,ମର୍ଡନଇଂରାଜୀ ବିଦ୍ୟାଳୟ, ସହ ଅନ୍ୟାନ ଶିକ୍ଷାଅନୁଷ୍ଟାନ ଗୁଡିକରେ ନେତାଜୀ ଜୟନ୍ତି ପାଳିତ ହୋଇଯାଇଛି ।