Odiapua.com

ମାଲକାନଗିରି ଜିଲ୍ଲା ହସପିଟାଲ ପରିସର ରେ ବିଶ୍ୱ ମସ୍ତିଷ୍କାଘାତ ଦିବସ ପାଳନ

ମାଲକାନଗିରି,୩୦ା୧୦ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପରିସର ଠାରେ ଶୁକ୍ରବାର ରାତ୍ରରେ ବିଶ୍ୱ ମସ୍ତିଷ୍କାଘାତ ଦିବସ ପାଳିତ ହୋଇଯାଇଛି । ଏହି ଅବସରେ ମସ୍ତିଷ୍କାଘାତ ସଚେତନତା ଡିଜିଟାଲ ବୋର୍ଟ କୁ ଜିଲ୍ଲାମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଫୁଲ କୁମାର ନନ୍ଦ ମୁଖ୍ୟଅତିଥି ଭାବେ ଯୋଗଦେଇ ଲୋକାର୍ପିତ କରିଛନ୍ତି । ଚଳିତ ବର୍ଷ ମସ୍ତିଷ୍କାଘତ କୁ ରୋକିବା ,ସୁରକ୍ଷିତ କରିବା ଓ ଦାଇତ୍ୱବୋଧର ପରିଚୟ ଦେବା ର ଅନୁଚିନ୍ତାର ବର୍ତା ରହିଛି, ହାସ୍ୟରଶ ମନକୁ ସବୁବେଳେ ପ୍ରଫୁଲିତ ରଖିବା ଦ୍ୱାରା କ ିକି ଉପକାର ହୋଇଥାଏ ସେ ସଂପର୍କରେ ମୁଖ୍ୟଅତିଥି ଶ୍ରୀ ନନ୍ଦ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏଡିଏମଓ ମେଡିକାଲ ଡାକ୍ତର ଶିବପ୍ରସାଦ ମହାରଣା,ବରିଷ୍ଟ ଡାକ୍ତର ଅନୀଲ କୁମାର ମିଶ୍ର,ଏଡିଏମଓ ଡାକ୍ତର ସନ୍ଧ୍ୟାରାଣୀ ପଟନାୟକ,ଭାରପ୍ରାପ୍ତ ଡିପିଏମ ବନବିହାରୀ ମିଶ୍ର, ଫିଜିଓଥେରାପିଷ୍ଟ ସୌରଭ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ବିଶ୍ୱ ମସ୍ତିଷ୍କାଘାତ ଉପରେ ବିଶେଷ ବିବରଣୀ ପ୍ରଦାନ କରିଥିଲେ । ଅନ୍ୟାନ ମାନଙ୍କ ମଧ୍ୟରେ ଏଡିପିଏଚଓ ଚିତରଜଂନ ସେଠୀ,ଅଙ୍କିତ ଜେନ୍ , ଡାକ୍ତରଖାନା ପରିଚାଳକ ଶଶାଙ୍କ ସେଖର ପଣ୍ଡିତ୍ରା,ରୁକ୍ମଣୀ ନାୟକ,ହରିବନ୍ଧୁ ଦେସି ନାୟକ,ମନୋଜ ନାୟକ ସହିତ ଅନ୍ୟାନ ଡାକ୍ତର ସ୍ୱାସ୍ଥ୍ୟକର୍ମୀ, ଏଏନଏମ ତାଲିମ କେନ୍ଦ୍ରର ଛାତ୍ରୀ ମାନେ କୋଭିଡ ନିୟମ ପାଳନକରି ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ପରିଶେଷରେ ହାସ୍ୟମୟ କାର୍ଯ୍ୟକ୍ରମ ପିରବେଶଷଣ କରାଯାଇଥିଲା ।